ରାୟପୁର : ଗତ ମାସରେ ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋର ଉଡ଼ାଣରେ ବୋମା ଥିବାର ପ୍ରଚାରିତ ହୋଇଥିଲା। ଏହି ଗୁଜବ ପ୍ରଚାରର ଅଭିଯୋଗରେ ଗିରଫ କରାଯାଇ ଥିବା ବ୍ୟକ୍ତିଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ଗୁଇନ୍ଦା ବ୍ୟୁରୋ (ଆଇବି)ର ଜଣେ ଅଧିକାରୀ। ଛତିଶଗଡ଼ର ରାଜଧାନୀ ରାୟପୁରରେ ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ , ୧୪ ନଭେମ୍ୱରରେ ଅନିମେଷ ମଣ୍ଡଳ (୪୪) ନାମକ ଜଣେ ବ୍ୟକ୍ତି ଚାଳକ ଦଳଙ୍କୁ ବିମାନରେ ବୋମା ଥିବାର ସୂଚନା ଦେଇ ଥିଲେ , ଏହାପରେ ବିମାନକୁ ଛତିଶଗଡ଼ରୁ ରାୟପୁର ବିମାନ ବନ୍ଦରରେ ଜରୁରୀକାଳିନ ସ୍ଥିତିରେ ଅବତରଣ କରାଯାଇ ଥିଲା। ବିମାନରେ ୧୮୭ ଜଣ ଯାତ୍ରୀ ବସି ଥିଲେ। ପୋଲିସ୍ ଅଧିକାରୀମାନେ କହିଛନ୍ତି ଯେ, ବିମାନର ଯାଞ୍ଚ ପରେ ବୋମାର ଧମକ ମିଛ ଜଣା ପଡ଼ିଥିଲା , ଏହାପରେ ମଣ୍ଡଳଙ୍କୁ କଥିତ ଭାବେ ଭୁଲ୍ ସୂଚନା ଦେବା ଅଭିଯୋଗରେ ଗିରଫ କରାଯାଇ ଥିଲା।
ମଣ୍ଡଳଙ୍କର ଓକିଲ ଫୈଜଲ ରିଜଭୀ ସାମ୍ୱାଦିକଙ୍କୁ କହିଛନ୍ତି ଯେ , ତାଙ୍କ ମହକିଲ ଆଇବିରେ ଡିଏସପି ରାଙ୍କର ଅଧିକାରୀ , ଯିଏ ନାଗପୁରରେ ମୁତୟନ ଅଛନ୍ତି ,ସେ ନିର୍ଦ୍ଦୋଷ। ରିଜଭୀଙ୍କର କହିବାର ଥିଲା ଯେ , ସେ ସୂଚନା ସେୟାର କରିବା ଭିତରେ ନିଜର କାର୍ଯ୍ୟ ନିର୍ବାହ କରୁ ଥିଲେ। ହେଲେ ପୋଲିସ କହିଛି କି, ସ୍ଥାନୀୟ ପୋଲିସ ଓ ଆଇବିର ମିଳିତ ଦଳ ମଣ୍ଡଳଙ୍କୁ ପଚରାପଚରି କରି ଥିଲେ ଏବଂ ତାଙ୍କ ଦ୍ୱାରା ସେୟାର କରାଯାଇ ଥିବା ସୂଚନା ଫେକ୍ ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରି ନିଆ ଯାଇଛି।
ରିଜଭୀ କହିଛନ୍ତି ଯେ, ୧୪ ନଭେମ୍ୱରରେ ବିମାନରେ ବସିବା ପରେ ମଣ୍ଡଳଙ୍କୁ ନିଜ ସୂତ୍ରରୁ ବୋମା ବିଷୟରେ ସୂଚନା ମିଳି ଥିଲା, ଯାହାକୁ ସେ ବିମାନର ଚାଳକ ଦଳର ସଦସ୍ୟଙ୍କୁ କହି ଥିଲେ। ସେ ପ୍ରଶ୍ନ କରି ଥିଲେ ଯେ, ଯେବେ ମଣ୍ଡଳଙ୍କୁ ଗିରଫ କରାଯାଇ ଥିଲା ତ ପୋଲିସକୁ ଏହା କାହିଁକି କୁହାଯାଇ ନଥିଲା କି , ସେ ଆଇବିର ଅଧିକାରୀ । ରାୟପୁର ବରିଷ୍ଠ ଓକିଲ ପୋଲିସ୍ ଅଧିକାରୀ ସନ୍ତୋଷ ସିଂହ କହିଛନ୍ତି ଯେ , ପୋଲିସ ସେହିଦିନ ଆଇବିକୁ ସୂଚିତ କରି ଦେଇ ଥିଲା ତଥା ଆଇବି ଓ ପୋଲିସ ଦ୍ୱାରା ମିଳିତ ପଚରାପଚରି ପରେ ମଣ୍ଡଳଙ୍କୁ ଗିରଫ କରାଯାଇଛି।
ସିଂହ କହିଛନ୍ତି , ମଣ୍ଡଳ ନିଜକୁ ଆଇବିର ଅଧିକାରୀ କହି ଚାଳକ ଦଳର ସଦସ୍ୟଙ୍କୁ ବିମାନରେ ବୋମା ବିଷୟରେ କହିଥିଲେ । ବିମାନ ଅବତରଣ ପରେ ବିମାନର ଯାଞ୍ଚ କରାଯାଇ ଥିଲା ଏବଂ କିଛି ମିଳି ନଥିଲା।