ଚାନ୍ଦବାଲି,୨୪/୦୫: ଏମିତି ବି ଆସେ ମୃତ୍ୟୁ । ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରା ଅଞ୍ଚଳର ବିଦ୍ୟୁତ୍ ପ୍ରଭା ରାସ୍ତାରେ ଏହି ଘଟଣାଟି ଘଟିଛି । ମୃତ ଯୁବକ ଜଣକ ହେଲେ ଜଣେ ମାଛ ବ୍ୟବସାୟୀ ।
ସୂଚନା ମୁତାବକ,ଦୁଇ ଜଣ ଗୋଟିଏ ସାଇକେଲରେ ଯାଆଁଳ ମାଛ ନେଇ ବିକ୍ରି କରୁଥିଲେ। ଆଉ ସେହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣେ ଅଳ୍ପକେ ଆହତ ହୋଇଥିଲେ। ତେବେ ବଜ୍ରପାତ ଏତେ ଜୋର୍ ଥିଲା ଯେ କଂକ୍ରିଟ ରାସ୍ତା ମଧ୍ୟ ୬ ଇଞ୍ଚ ଭିତରୁକୁ ଗାତ ହୋଇଯାଇଥିଲା। ତେବେ ଘଟଣାପରେ ସଙ୍ଗେ ସଙ୍ଗେ ଆଖ ପାଖରେ ଥିବା ଲୋକମାନେ ରୁଣ୍ଡ ହୋଇଯାଇଥିଲ। ଏହାପରେ ସେମାନେ ମୃତଦେହ ଓ ଆହତ ଜଣକୁ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି।