ବାସୁଦେବପୁର,୧୭।୫ - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଏଡତାଳ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ମାର୍କେଟ କମ୍ପ୍ଲେସର ବିଲ କରାଇ ଦେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
କନିଷ୍ଠ ଯନ୍ତ୍ରୀ ଲାଞ୍ଚ ମାଗୁଥିବା ନେଇ ଗତ କିଛି ଦିନ ତଳେ ଏଡତାଳ ଗ୍ରାମର ଠିକାଦାର ଅକ୍ଷୟ ନାୟକ ଭଦ୍ରକ ଭିଜଲାନ୍ସରେ ଅଭିଯୋଗ କରିଥିଲେ। ଅଶୋକ ଲୁଙ୍ଗା ଅଂଚଳରୁ କାର୍ଯ୍ୟସାରୀ ନିୟୁଣ୍ଡିଆସାହି ଭଡା ଘରକୁ ଫେରୁଥିଲେ। ଆସିବା ବାଟରେ ଶ୍ରୀ ଦାସ ଅକ୍ଷୟ ନିକଟରୁ ଏକ ଛକରେ ନଗଦ ୧୦ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜଲାନ୍ସ ଟିମ୍ ବାସୁଦେବପୁର ବ୍ଲକରେ କାଗଜପତ୍ର ତଦାରଖ କରୁଛି।