ବାସୁଦେବପୁର,୨୧/୦୫: ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ମଧୁସୂଦନପୁର ଗ୍ରାମର ରଘୁନାଥ ପାଣିଗ୍ରାହୀଙ୍କ ଘରୁ ଲୁଟ୍ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ,ରଘୁନାଥଙ୍କ ପରିବାର ଦୁଇ ପୁଅ ବାହାରେ ଚାକିରି କରିଥିବାରୁ ଘରେ କେବଳ ରଘୁନାଥ ଓ ତାଙ୍କ ସ୍ତ୍ରୀ ଝରଣା ରୁହନ୍ତି। ହେଲେ ସୋମବାର ରାତିରେ ୫ଜଣ ଚୋର ଘରର ଉପର ମହଲାକୁ ଚଢ଼ି କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। କବାଟ ଭଙ୍ଗା ଶବ୍ଦ ଶୁଣି ଝରଣା ଉଠିପଡ଼ି ପାଟି କରିବାରୁ ଚୋର ମାନେ ଆସି ରଘୁନାଥ ଓ ଝରଣାକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ପରେ ଘରେ ଥିବା ୧୫ ଭରି ସୁନା, ୪ ଭରି ରୂପା ସହିତ ନଗଦ ୧୫ ହଜାର ଟଙ୍କା ନେଇ ଲୁଟି ନେଇଥିଲେ । ପରେ ରଘୁନାଥ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମଧୁସୂଦନପୁର ଗାଁରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।