ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କୋଲକାତା ପୋଲିସ କମିଶନରଙ୍କ ଇସ୍ତଫା ଦାବି, ମମତା ବାନାର୍ଜୀ କହିଲେ- ‘ଆଉ କିଛି ଦିନ ଅପେକ୍ଷା କର’

Image Courtesy: livemint

କୋଲକାତା:  ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସର ଭୂମିକା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଏହା ପରେ କୋଲକାତା ପୋଲିସ କମିଶନରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ବିଜେପି । ପୋଲିସ କମିଶନର ବିନୀତ ଗୋୟଲଙ୍କ ଇସ୍ତଫା ଦାବି ଜୋର ଧରିବା ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମମତା ବାନାର୍ଜୀ କହିଛନ୍ତି ଯେ, ଦୁର୍ଗା ପୂଜା ଆସୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ କମିଶନରଙ୍କୁ ହଠାତ ବାହାର କରାଯାଇପାରିବ ନାହିଁ । 

ସେ କହିଛନ୍ତି , ‘ ପୋଲିସ କମିଶନର ଅନେକ ଥର ମୋ ପାଖକୁ ଆସି ନିଜର ଇସ୍ତଫା ପତ୍ର ଦେବାକୁ ଚାହିଁଛନ୍ତି । ଆଗକୁ ପୂଜା ଆସୁଛି । ଏହି ସମୟରେ ବିନୀତ ଗୋୟଲ ହିଁ ଆଇନ ଶୃଙ୍ଖଳାକୁ ବୁଝିଥିବା ଏକମାତ୍ର ଦକ୍ଷ ଅଧିକାରୀ । ଆଉ କିଛି ଦିନ ଧୈର୍ଯ୍ୟ ଧରନ୍ତୁ । ମହାଭାରତ ହୋଇଯିବ କି ?’ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରାଯିବା ପରେ ଏବେ ପୋଲିସ କମିଶନରଙ୍କ ଇସ୍ତଫା ଦାବି ଜୋର ଧରିଛି । 

ଏହାକୁ ନେଇ ବିରୋଧୀ ଦଳ ମଧ୍ୟ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡ଼ିତାଙ୍କ ବାପା-ମା ଅଭିଯୋଗ କରିଛନ୍ତି ଯେ, ପରିବାରକୁ ସୂଚନା ନଦେଇ ଝିଅର ଶବ ସତ୍କାର କରିଦିଆ ଯାଇଥିଲା । ଏପରିକି ମାମଲାକୁ ଚାପି ଦେବାକୁ ଜଣେ ପୋଲିସ ଅଧିକାରୀ ତାଙ୍କୁ ଟଙ୍କା ଯାଚିଥିବା ମଧ୍ୟ ଅଭିଯୋଗ ହୋଇଛି ।  

ସେହିଭଳି ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହିଁ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କାହିଁକି କରାଗଲା ତାକୁ ନେଇ ମଧ୍ୟ ଆଶଙ୍କା ବୃଦ୍ଧି ପାଇଛି । ଘଟଣାର ୧୪ ଘଣ୍ଟା ପରେ ଏଫଆଇଆର ରୁଜୁ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ।  ଆଜି ସୁପ୍ରିମକୋର୍ଟ ପୀଡ଼ିତାଙ୍କ ପୋଷ୍ଟମର୍ଟମ ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଗାଏବକୁ ନେଇ ଚିନ୍ତାପ୍ରକଟ କରିବା ସହ ଏହାର ଜବାବ ମାଗିଛନ୍ତି । ସେହିଭଳି ଫରେନ୍ସିକ ପରୀକ୍ଷା ଲାଗି ସାମ୍ପଲ କିଏ ଏକାଠୀ କରିଥିଲେ ଏବେ ତାହା ଏକ ବଡ଼ ପ୍ରଶ୍ନ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

  • Kolkata Police
  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.