ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ, ଯୋଜନା ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ସରକାର

Published By : Prameya | October 13, 2024 4:46 PM

ପୁରୀ,୧୩।୧୦ :  ଚାରିଧାମ ଭିତରେ ଜଗନ୍ନାଥ ଧାମ ହେଉଛି ଶ୍ରେଷ୍ଠ ଧାମ। ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିଟି ଭକ୍ତଙ୍କର ଆଶା ଓ ଆକାଂକ୍ଷା ଥାଏ ଯେ ମହାପ୍ରସାଦ କାଣିଚାଏ ପାଇବା ପାଇଁ। ତେଣୁ ଭକ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି ସେମାନେ ଦର୍ଶନ ସାରି ନିଜ ଘରକୁ ଫେରିବା ସମୟରେ କିଭଳି ନିଃଶୁକ୍ଳରେ ଟିକେ ମହାପ୍ରସାଦ ସାଙ୍ଗରେ ନେଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 

ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉଭୟ ଭକ୍ତ ଓ ସେବାୟତ। ସରକାରଙ୍କ ଏଭଳି ଚିନ୍ତାଧାରାକୁ ପୂର୍ବତନ ଶ୍ରୀମନ୍ଦିରର ପରିଚାଳନା କମିଟି ସଦସ୍ୟ ତଥା ମହନ୍ତ ରାମଚରଣ ଦାସ ମହାରାଜ ସ୍ବାଗତ କରିଛନ୍ତି। ସେ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଯେତିକି ତାଠାରୁ ମହାପ୍ରସାର ମାହାତ୍ମ୍ୟ ମଧ୍ୟ ତାଠାରୁ ଅଧିକ ରହିଛି। ତେଣୁ ମହାପ୍ରଭୁଙ୍କ ମହାପ୍ରସାଦର ଯେଭଳି ମର୍ଯ୍ୟାଦା ଭଙ୍ଗ ନହେବେ ସେ ଦିଗରେ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯଦି ଏକ ବଡ ଗୃହ ନିର୍ମାଣ କରି ସେଠାରେ ଭକ୍ତ ମାନଙ୍କୁ ମହାପ୍ରସାଦ ନିଃଶୁକ୍ଳ ଭାବେ ଦେବାର ବ୍ୟବସ୍ଥା କରାଯାନ୍ତା ତେବେ ଭଲ ହେବ ବୋଲି କହିଛନ୍ତି ରାମଚରଣ ଦାସ ମହାରାଜ। ସେପଟେ ଭକ୍ତ ମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପିତ୍ତିକୁ ସ୍ବାଗତ କରିଛନ୍ତି। ସେହିପରି ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନକୁ ବିଶେଷ ଗୁରୁତ୍ବ ଦେବା ପାଇଁ ଉଭୟ ସେବାୟତ ଓ ଭକ୍ତ ଦାବି କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପରେ ମଧ୍ୟ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆସି ପାରୁନାହିଁ। ଫଳରେ ପ୍ରତିଦିନ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଏସି ବ୍ୟବସ୍ଥା କରାଯିବା ସହ ଧାଡ଼ି ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତୁରନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ ଓ ସେବାୟତ। 

ସେହିପରି ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାର ରିପୋର୍ଟକୁ ନେଇ ଏବେ ସମସ୍ତଙ୍କର ଅପେକ୍ଷା ରହିଛି। ରତ୍ଧ ଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ ତାହା ସ୍ପଷ୍ଟ ହେବା ନିହାତି ଆବଶ୍ୟକ। ଯଦି ସୁଡ଼ଙ୍ଗ ରହିଛି ତେବେ ଏହା କେଉଁ ପର୍ଯ୍ୟନ୍ତ ଲମ୍ବିଛି ତା'ର ମଧ୍ୟ ଅନୁଧ୍ୟାନ କରାଯିବାର ନିହାତି ଆବଶ୍ୟକତା ରହିଛି। ସେହିପରି ରତ୍ନଭଣ୍ଡାର ଭିତରେ ଆଉ କିଛି ସ୍ବର୍ଣ୍ଣ ଅଳଙ୍କାର ରହିଛି କି ନାହିଁ ତାହା ସାର୍ବଜନୀନ କରାଯାଉ ବୋଲି କହିଛନ୍ତି ମଠ ମହନ୍ତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.