ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଲୁଲୁଙ୍ଗ ଅରଣ୍ୟ ନିବାସରେ ଦ୍ୱିତୀୟ ବାର୍ଷିକ ପେଣ୍ଟର୍ସ କ୍ୟାମ୍ପ, ସେପ୍ଟେମ୍ବର ୧୦ରୁ ୧୫ଯାଏଁ ପ୍ରାକୃତିକ ପରିବେଶରେ ଚିତ୍ର ଆଙ୍କିବେ ଶିଳ୍ପୀ

ବାରିପଦା,୦୭/୦୯: କେତକୀ  ଫାଉଣ୍ଡେସନ ଓ ଅରଣ୍ୟ ନିବାସ  ଲୁଲୁଙ୍ଗର ମିଳିତ ସହଯୋଗରେ  ଦ୍ୱିତୀୟ ଥର ପାଇଁ ଏକ ପେଣ୍ଟର୍ସ କ୍ୟାମ୍ପ ଅନୁଷ୍ଠିତ ହେବାକୁ ଯାଉଛି  । ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ ଏହି  କ୍ୟାମ୍ପ ୧୫ତାରିଖ ଯାଏଁ ଚାଲିବ  ।  ଚଳିତ ବର୍ଷ ଏହି ଶିବିରର ବିଷୟ ବସ୍ତୁ  ରହିଛି ‘ଆଇ ଏମ ଉଇଥ ନେଚର’  ।  ଶିମିଳିପାଳର ଲୁଲୁଙ୍ଗ ଠାରେ ପ୍ରକୃତି  କୋଳରେ ଅତ୍ୟନ୍ତ ମନଲୋଭା  ପରିବେଶ ମଧ୍ୟରେ ଚିତ୍ରଶିଳ୍ପୀମାନେ  ସ୍ଥୀନୀୟ ଅଧିବାସୀମାନଙ୍କ ସହିତ  ମିଶିବାର ସୁଯୋଗ ପାଇବେ  ।  ଭାରତର ଅନ୍ୟତମ ଜୈବମଣ୍ଡଳ  ତଥା ପ୍ରକୃତି ସୁନ୍ଦରୀ ଶିମିଳିପାଳର  ସୌନ୍ଦର୍ଯ୍ୟକୁ ଅବଲୋକନ କରିବାକୁ  ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ  ଆସି ଏହି ଶିବିରରେ ଉପସ୍ଥିତ ହେବେ । ଏହି ଶିବିରରେ ଅଂଶ ଗ୍ରହଣ  କରିବାକୁ ଆସୁଥିବା ଶିଳ୍ପୀମାନେ  ହେଲେ ପ୍ରତୁଲ କୁମାର ଦାଶ, ତଜନ  କୁମାର ଦାଶ, ତ୍ରିଭୁବନ କୁମାର ଦେଓ,  ସୁବ୍ରତ କୁମାର ମଲ୍ଲିକ, କିଶୋର  ସାହୁ, ଚକ୍ରଧର ବେହେରା, ଲିପିଶ୍ରୀ  ନାୟକ, ଗୌରାଙ୍ଗ ବାରିକି, ନୀଳାଂଶୁ ବାଳାସାସମଲ ଓ ଶୁଭେନ୍ଦୁ ମିଶ୍ର  । 

ସେପ୍ଟେମ୍ବର ୧୦ଟା ୩୦ରେ ଏହି  ଶିବିର ଉଦ୍ଘାଟିତ ହେବାକୁ ଥିବା  ବେଳେ ୧୧ତାରିଖରେ ଚିତ୍ରଶିଳ୍ପୀମାନେ  ସ୍ଥାନୀୟ ଅଞ୍ଚଳ ଭ୍ରମଣ ସହିତ ନିମନ୍ତ୍ରିତ ଅତିଥିଙ୍କ ସହ ଆଲୋଚନା  କରିବେ  । ୧୨ତାରିଖରେ ସ୍ଥାନୀୟ  ଆଦିବାସୀ ଗ୍ରାମ ଓ ବିଦ୍ୟାଳୟର  ଛାତ୍ରଛାତ୍ରୀଙ୍କ ସହିତ କଳା ଶିବିର  ଆୟୋଜିତ ହୋବ । ୧୩ରେ ହରିପୁର  ଗଡ ପରିଦର୍ଶନ ସହିତ ସ୍ଥାନୀୟ  କଳାକାରଙ୍କ ଦ୍ୱାରା ଛଉ ଓ ଆଦିବାସୀ  ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ରହିଛି   । ୧୪ରେ ହଜି ଯାଉଥିବା ଐତିହ୍ୟ  ସଂପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଥିବା ବେଳେ ୧୫ରେ ସ୍ଥାନୀୟ  ଗାଇଡଙ୍କ ସହିତ ଜଙ୍ଗଲ ଭ୍ରମଣର  ମଜା ନେବେ ଶିଳ୍ପୀମାନେ  । ସେପଟେ  ଅରଣ୍ୟ ନିବାସରେ ୧୫ ତାରିଖରେ  ଉଦ୍‌ଯାପନୀ ପରେ ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ କଳାକୃତୀ ସମୂହକୁ ନେଇ  ଆସନ୍ତା ଜାନୁଆରୀ ୧୦ରୁ ୧୫  ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ  ଆୟୋଜିତ ହୋଇ ସେଠାରେ  ପ୍ରଦର୍ଶିତ ହେବ ବୋଲି ଶିବିରର  ଆବାହକ ବରିଷ୍ଠ ଚିତ୍ରଶିଳ୍ପୀ ରାମହରି  ଜେନା କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.