ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ମାର୍ସ-ମାକ୍ରମଙ୍କ ଦମଦାର ଅର୍ଦ୍ଧଶତକ; ହାର୍ଦ୍ଦିକଙ୍କ ଘାତକ ବୋଲିଂ, ମୁମ୍ବାଇକୁ ୨୦୪ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ

Published By : Prameya | April 4, 2025 9:42 PM

Image source: ABP Live

ଲକ୍ଷ୍ନୌ,୦୪/୦୪: ଆଇପିଏଲ୍‌ ୨୦୨୫ର ୧୬ ତମ ମ୍ୟାଚ୍‌ ଲକ୍ଷ୍ନୌ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରଥମେ ବ୍ୟାଟିଂ କରି ୨୦୩ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ମିଚେଲ ମାର୍ଶ ଏବଂ ଆଡେନ ମାର୍କ୍ରମ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ମାର୍କ୍ରମ ୫୩ ରନ୍ ସଂଗ୍ରହ କରିଥିଲେ ଏବଂ ମିଚେଲ ମାର୍ଶ ୬୦ ରନ୍‌ର ଅର୍ଦ୍ଧଶତକୀୟ ସ୍କୋର କରିଥିଲେ। ଋଷଭ ପନ୍ତ ପୁଣି ଥରେ ଫ୍ଲପ ହୋଇ ନିଜ ବ୍ୟାଟରୁ ମାତ୍ର ୨ ରନ୍ ବାହାର କରିଥିଲେ। ମୁମ୍ବାଇ ପକ୍ଷରୁ ବୋଲିଂରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୫ଟି ୱିକେଟ୍ ନେଇଥିଲେ।

ଡେଡ୍‌ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦୃଢ଼ ବୋଲିଂ ହୋଇଥିଲା। ଏହାପୂର୍ବରୁ ଗୁଜୁରାଟ ଟାଇଟାନ୍ସ ବିପକ୍ଷ ଡେଡ୍‌ ଓଭରରେ ଏମଆଇ ବୋଲରମାନେ ମଧ୍ୟ ଜୋରଦାର ବୋଲିଂ କରିଥିଲେ। ଏକ ସମୟରେ ଏମିତି ଲାଗୁଥିଲା ଯେପରି ଏମ୍‌ଆଇ ବୋଲରମାନେ ଲକ୍ଷ୍ନୌକୁ ୨୦୦ ରନ୍‌ରେ ଅଟକାଇବେ, କିନ୍ତୁ ଶେଷ ଓଭରରେ ଡେଭିଡ ମିଲର ଚାରିଟି ଛକା ମାରି ଲକ୍ଷ୍ନୌକୁ ୨୦୦ ରନ୍‌ ପାର୍‌ କରିଥିଲେ। 

ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ୍‌ରେ ଇତିହାସ ରହିଛନ୍ତି। ନିଜର ୧୦ ବର୍ଷର ଆଇପିଏଲ୍ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଗୋଟିଏ ଇନିଂସ ୫ଟି ୱିକେଟ୍ ନେଇଛନ୍ତି। ହାର୍ଦ୍ଦିକ ତାଙ୍କ ୧୪୦ ମ୍ୟାଚ୍ ବିଶିଷ୍ଟ ଆଇପିଏଲ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ୭୨ ୱିକେଟ୍ ନେଇଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ସେ ଆଡେନ ମାର୍କ୍ରମ, ନିକୋଲାସ ପୁରାନ, ଋଷଭ ପନ୍ତ, ଡେଭିଡ ମିଲର ଏବଂ ଆକାଶଦୀପଙ୍କ ୱିକେଟ୍ ନେଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.