ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଲସ ଏଞ୍ଜେଲେସରେ ନିଆଁର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

Published By : Anindita | January 11, 2025 10:53 AM

ନୂଆଦିଲ୍ଲୀ,୧୧/୦୧: ଦିନକୁ ଦିନ ବୃଦ୍ଧି ପାଉଛି ଲସ ଏଞ୍ଜେଲେସ ନିଆଁ । ହଲିଉଡ ଫିଲ୍ମ ଏବଂ ଟେଲିଭିଜନ ସିଟି ଭାବେ ପରିଚିତ ଲସ୍ ଆଞ୍ଜେଲସ ଏବେ ନିଆଁର ଆଁରେ। ହଜାର ହଜାର ଘର ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୧୧ ରେ ପହଞ୍ଚିଛି  । ଶୁଷ୍କ ଓ ଗରମ ପବନ ପ୍ରବାହିତ ହେବା ଯୋଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ମୃତ୍ଯୁ ସଂଖ୍ଯା ବହୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।  ଏହି ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ଲୋକମାନେ ଘରଦ୍ୱାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବାରୁ ଲୁଟତରାଜ ବଢିଛି।

ଏନେଇ  ଲସ୍ ଏଞ୍ଜେଲେସର ପୋଲିସ ଅଧିକାରୀ ରବର୍ଟ ଲୁନା କହିଛନ୍ତି ଯେ, ପାଖାପାଖି ୧୦ ହଜାର ଘର ନଷ୍ଟ ହୋଇଥିବା ବେଳେ ଏକର ଏକର ଜଙ୍ଗଲ ଜଳିଗଲାଣି। ଏଭଳି ସ୍ଥିତି ଉପୁଜୁଛି ଯେପରି  କେହି ପରମାଣୁ ବୋମା ପକାଇ ଦେଇଛି। ସେହିପରି କାଲିଫର୍ଣ୍ଣିଆର ଉପକୂଳ ଅଞ୍ଚଳ ମାଲିବୁ ଏବଂ ସାଣ୍ଟା ମୋନିକା ସହରର ପ୍ରାୟ ୨ ହଜାର ୯୨୧ ଏକର ଜଙ୍ଗଲରେ ନିଆଁ ଲାଗି ଛାରଖାର ହୋଇଯାଇଛି। କାଲିଫର୍ନିଆର ବନ ବିଭାଗ ଏବଂ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପେଲସେଡ୍ସ ଅଞ୍ଚଳରେ ୬% ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଇଟନରେ ନିଆଁ ନିୟନ୍ତ୍ରଣରେ ବାହାରେ ରହିଛି। ନିଆଁକୁ କାବୁ କରିବା ପାଇଁ ଯାହା ସମ୍ଭବ ତାହା ଆକ୍ସନ ନିଆ ଯାଉଛି। ଆକାଶ ମାର୍ଗରୁ ପାଣି ସିଞ୍ଚନ ମଧ୍ୟ ଜାରି ରହିଛି।  ଲସ୍ ଏଞ୍ଜେଲସ୍ କାଉଣ୍ଟି ଶେରିଫ୍ ରବର୍ଟ ଲୁନା କହିଛନ୍ତି ଯେ, ପ୍ରାୟ ୧୫୩,୦୦୦ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅନ୍ୟ ୧୬୬, ୮୦୦ ଲୋକଙ୍କୁ ଆବଶ୍ୟକ ସ୍ଥଳେ ନିଜ ଘର ଛାଡି ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। 




  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.