ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ହସ ମନି ମାମଲାରେ ଟ୍ରମ୍ପଙ୍କୁ ମିଳିଲା ଆଶ୍ୱସ୍ତି, ବିନା ସର୍ତ୍ତରେ ଖଲାସ କଲେ ମ୍ୟାନହଟ୍ଟନ କୋର୍ଟ

Published By : Bijay Swain | January 10, 2025 11:06 PM

Image courtesy: ndtv

ନୂଆଦିଲ୍ଲୀ:  ହସ ମନି ମାମଲାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଆଶ୍ୱସ୍ତି। ଆମେରିକାର ମ୍ୟାନହଟ୍ଟନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ମାମଲାରେ ବିନା ସର୍ତ୍ତରେ ଖଲାସ କରିଛି। ଟ୍ରମ୍ପ ଏହି ମାମଲାରେ ଦୋଷି ହେବା ସତ୍ତ୍ୱେ ଜେଲ ଯିବା ଜୋରିମାନା ଦବାରୁ ବଞ୍ଚିଯାଇଛନ୍ତି। 

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ ମନି ମାମଲାରେ ଶୁକ୍ରବାର ଔପଚାରିକ ଭାବେ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଏହି ମାମଲାର ବିଚାର କରୁଥିବା ବିଚାରପତି ତାଙ୍କୁ କୌଣସି ଦଣ୍ଡାଦେଶ ଶୁଣାଇବାକୁ ସିଧାସଳଖ ମନାକରିଦେଇଥିଲେ। ଏହି କାରଣରୁ ବର୍ତ୍ତମାନ ଟ୍ରମ୍ପଙ୍କ ଉପରେ କୈଣସି କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ। ତେଣୁ ଏବେ ସେ ବିନା କୌଣସି ବାଧାରେ ସିଧାସଳଖ ହ୍ୱାଇଟ ହାଉସକୁ ଯିବେ।

ସୁଚନା ଅନୁଯାୟୀ, ଆଡଲ୍ଟ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସ ଦାବି କରିଥିଲେ ଯେ ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଟ୍ରମ୍ପ ତାଙ୍କ ସହ ଯୈନ ସମ୍ପର୍କ ରଖିଥିଲେ।  ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚୁପ୍ ରହିବା ପାଇଁ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ୧.୩ ମିଲିୟନ ଡଲାର ପ୍ରଦାନ କରିଥିଲେ। ଏହି ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଆମେରିକା କୋର୍ଟ। ଏହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ଏକ ଅଲୋଡା କିର୍ତ୍ତୀର ଅଧିକାରୀ ହୋଇଛନ୍ତି। ସେ ଆମେରିକାର ପ୍ରଥମ ଓ ଶେଷ(ବର୍ତ୍ତମାନ ଯାଏ) ରାଷ୍ଟ୍ରପତି ଯାହାଙ୍କ ନାମରେ ଆପରାଧିକ ମାମଲା ରହିଛି। 

ଏହା ପୂର୍ବରୁ ଆମେରିକାର ସୁପ୍ରିମ କୋର୍ଟ ଗୁରୁବାର ଟ୍ରମ୍ପଙ୍କ ଉପରେ ହେବାକୁ ଥିବା କାର୍ଯାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମନାକରିଦେଇଥିଲେ। ଏଣୁ ମ୍ୟାନହଟ୍ଟନରେ ନ୍ୟୁୟର୍କ ରାଜ୍ୟ ଅଦାଲତ ଦଣ୍ଡାଦେଶ ଶୁଣାଇବାର ରାସ୍ତା ଖୋଲିଯାଇଥିଲା। 

ଆପଣଙ୍କୁ ଜଣାଇରଖୁ କି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜାନୁଆରି ୨୦ ତାରିଖରେ ଆମେରିକାର ୪୭ ତମ ରାଷ୍ଟ୍ରପତି ରୁପରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଗତବର୍ଷ ଦୀର୍ଘ ୬ ସପ୍ତାହ ଦରି ଟ୍ରମ୍ପଙ୍କ ଉପରେ ଏହି ମାମଲା ଚାଲୁରହିଥିଲା। ତେବେ ୭୮ ବର୍ଷିୟ ଟ୍ରମ୍ପ ଏହି ଆରୋପକୁ ଭିତ୍ତିହୀନ କହିବା ସହିତ ନିଜକୁ ନିର୍ଦୋଷ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.