ପ୍ରମୂଖ ଖବର
  • ନନ୍ଦନକାନନରେ ସିଂହ ଆକାଶର ମୃତ୍ୟୁ
  • ||
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ମନମୁଣ୍ଡାରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳିତ, ବୁଦ୍ଧଙ୍କୁ ପ୍ରଶାସନର ଅଣଦେଖା

Published By : Prameya | May 12, 2025 4:05 PM

ମନମୁଣ୍ଡା ୧୨।୫ : ଭଗବାନ ବୁଦ୍ଧଙ୍କ ନାମରେ  ବୌଦ୍ଧ ଜିଲ୍ଲା ନାମିତ । ବୌଦ୍ଧ ଜିଲ୍ଲାର ନାମକରଣକୁ ଚରିତାର୍ଥ କରିବା ସକାଶେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ଦ୍ଵାର ତଥା ପ୍ରମୁଖ ସ୍ଥାନମାନଙ୍କରେ ସୁନ୍ଦର ତଥା ବିରାଟକାୟ ବୁଦ୍ଧ ମୂର୍ତ୍ତି ମାନ ସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଅବସର ପରେ ପରବର୍ତ୍ତି ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଏହାର ରକ୍ଷଣାବେକ୍ଷଣ  ଦାୟିତ୍ବ ନେଇ ନ ଥିଲେ। ଅଦ୍ୟାବଧି ପ୍ରାୟ ସମସ୍ତ ମୂର୍ତ୍ତି ଖୋଲା ଆକାଶ ତଳେ ମୁକୁଳା ହୋଇ  ରହିଛି। 

କୌଣସି ମହାପୁରୁଷଙ୍କ ଜୟନ୍ତୀ ପାଳନକୁ ଜିଲ୍ଲା ପ୍ରଶାସନ ତତ୍ପରତା ସହ କରୁଥିବାବେଳେ ଯାହାଙ୍କ ନାମରେ ଜିଲ୍ଲା ନାମିତ ସେଇ ଭଗବାନ ବୁଦ୍ଧଙ୍କୁ ପ୍ରଶାସନ ତାଙ୍କ ଜୟନ୍ତୀ ଦିବସରେ ମଧ୍ୟ ଗୁରୁତ୍ବ ଦେଇ ନ ଥିବା ଦେଖିବାକୁ ମିଳିଛି। ଏନେଇ ସାଧାରଣ ରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାରର ଅନ୍ୟ ସ୍ଥାନ ପରି ମନମୁଣ୍ଡା ତେଲନଦୀ ସେତୁ କଡରେ  ପୂର୍ବତନ ଜିଲ୍ଲାପାଳ ଶ୍ରୀ ମିଶ୍ର ଏକ ବିରାଟକାୟ ବୁଦ୍ଧ ମୁର୍ତ୍ତି ସ୍ଥାପନ କରିବା ସହ ' ବୁଦ୍ଧ ପାର୍କ ' ନିର୍ମାଣ କରିଥିଲେ । ଯାହାକି ଅଧପନ୍ତରିଆ କାମ ହୋଇ ପଡ଼ି ରହିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସାଜସଜ୍ଜା କରାଯାଇଥିବାବେଳେ ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା। ବ୍ୟୟ ଅଟକଳ ଅନୁଯାୟୀ କାମ କରା ନ ଯାଇ ଅଧପନ୍ତରିଆରେ ଛାଡି ଦିଆଯାଇଛି। ତେବେ ଯାହାବି ନିର୍ମାଣ କରାଯାଇଥିଲା ତାହାର ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପାର୍କ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି।

ବୁଦ୍ଧ ଜୟନ୍ତୀରେ ମନମୁଣ୍ଡାରେ ପ୍ରଶାସନର ଦେଖା ଦର୍ଶନ ନାହିଁ। ଭଗବାନ ବୁଦ୍ଧଙ୍କୁ ଫୁଲ ମାଳ ଟିଏ ଦେବାକୁ କେହି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ କି ତାହା ପାଳନ ପାଇଁ କିଛି ବ୍ୟବସ୍ଥା କରି ନ ଥିଲେ। ଏହାକୁ ଦେଖି ମନମୁଣ୍ଡାରେ ଏକ ବୁଦ୍ଧ ଜୟନ୍ତୀ କମିଟି ତୁରନ୍ତ ଗଠନ କରାଯାଇଥିଲା। କମିଟି ତରଫରୁ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳନ କରାଯାଇଛି। ମନମୁଣ୍ଡା ବୁଦ୍ଧ ଜୟନ୍ତୀ କମିଟି ସଭାପତି ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ନେତୃତ୍ୱରେ ତଥା କମିଟି ଉପ ସଭାପତି ଆଇନଜୀବୀ ଅକ୍ରୁର ବେହେରା, ସମ୍ପାଦକ ସାମ୍ବାଦିକ ପ୍ରଶାନ୍ତ କୁମାର ପ୍ରଧାନ, ସହ ସମ୍ପାଦକ ସମାଜସେବୀ ବିକ୍ରମ ସାହୁ ଓ ଉପଦେଷ୍ଟା ତଥା ସହଯୋଗକାରି ମନମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ ପ୍ରମୁଖ ଭଗବାନ ବୁଦ୍ଧଙ୍କୁ ପୂଜାର୍ଚ୍ଚନା କରିଥିଲେ। ତେଲ ନଦୀ କୂଳରେ ସ୍ଥାପିତ ସୁଉଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳ ଅର୍ପଣ ପାଇଁ ସିଡିର ବ୍ୟବସ୍ଥା ନ ଥିବାରୁ ଜେ ସିବିରେ ଚଢ଼ି ସେସବୁ କରାଯାଇଥିବା ଦେଖିବାକୁ ମିଳିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.