ଭୁବନେଶ୍ବର,୦୮/୦୫: କାର ଭିତରେ ଗଞ୍ଜେଇ ଚାଲାଣ । ଧରିଲା ଆଦର୍ଶ ଥାନା ପୋଲିସ। ୪୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ତେବେ ବୌଦ୍ଧ ଦେଇ ଅନ୍ୟ ଅଞ୍ଚଳକୁ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ନିକଟରୁ ଧରାପଡ଼ିଥିବା ଜଣାପଡ଼ିଛି।
ତେବେ ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ହାଡ଼ିବନ୍ଧୁ ତ୍ରିପାଠୀ ଓ ପ୍ରଫୁଲ୍ଲ ମୁଖି ବୋଲି ଜଣାପଡିଛି। ତେବେ ଉଭୟ ଅଭିଯୁକ୍ତ ଏକ କାର ଯୋଗେ ବୌଦ୍ଧରୁ ବାହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା। ସେହି ସମୟରେ ଆଦର୍ଶ ଥାନାର ପେଟ୍ରୋଲିଂ ବେଳେ ତାଙ୍କୁ ପରିବହନ କାର୍ଯ୍ୟାଳୟ ନିକଟରେ ଅଟକାଇ ତନଖି କରିଥିଲେ। ଗଞ୍ଜେଇ ମିଳିବାରୁ ଉଭୟଙ୍କୁ ଗିରଫ କରି ଗଞ୍ଜେଇ ଏବଂ କାରକୁ ଜବତ କରିଛି ପୋଲିସ। ତେବେ ଏମାନେ ଗଞ୍ଜେଇ କେଉଁଠାରୁ ଆଣୁଥିଲେ ଏବଂ କେଉଁ ଅଞ୍ଚଳକୁ ଚାଲାଣ କରୁଥିଲେ ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ୍।