ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ମହିଳାଙ୍କୁ ମାଡ଼ ମାରି ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

Published By : Prameya | October 28, 2024 10:51 PM

ଖଲ୍ଲିକୋଟ ୨୮/୧୦ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଅନ୍ତର୍ଗତ ମଥୁରା ପଞ୍ଚାୟତର ସୋଲ ବନ୍ଧ ଗ୍ରାମରେ ରବିବାର ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ମାଡ଼ ମାରି ଘର ଭିତରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । 

 ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସୋଲ ବନ୍ଧ ଗ୍ରାମର ଆଦିକନ୍ଧ ତାରିଣୀଙ୍କ ଘର କବାଟ ଭାଙ୍ଗି ଘର ଭିତରେ ପଶିଥିଲେ।  ଆଲମିରା ଭାଙ୍ଗି ସେଥିରେ ଥିବା ୧୦ ତୋଳା ସୁନା ଓ ୧୦ ତୁଳା ରୂପା ଅଳଙ୍କାର ସହ ନଗଦ ୪୦ ହଜାର ଟଙ୍କା ଲୁଟ କରିଥିଲେ। ଘରେ ଏକାକୀ ଶୋଇ ଥିବା ଆଦିକନ୍ଧଙ୍କ ବୋହୂଙ୍କ  ବେକରୁ ମଙ୍ଗଳସୂତ୍ର ଝାମ୍ପି  ନେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିବା ବେଳେ ମହିଳା ହଠାତ ନିଦରୁ ଉଠି ପଡି ବିରୋଧ କରିଥିଲେ। ତେବେ କୌଣସି ଏକ ଧାତୁରେ ଦୁର୍ବୁତ୍ତ ମାନେ ମହିଳାଙ୍କ ମୁଣ୍ଡ କୁ ବାଡେଇ ଦେଇ   ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଦିକନ୍ଧଙ୍କ ବୋହୂ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମଧ୍ୟରାତ୍ରୀ ରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେହି ରାତି ରେ ହିଁ ସେ ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ସେହି ଗ୍ରାମ ର ଆଉ ଜଣଙ୍କ ଘରୁ ମଧ୍ୟ ଦୁର୍ବୁତ୍ତ ମାନେ ୧୫ ଗ୍ରାମ ସୁନା ଅଳଙ୍କାର ଓ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

 ଗତ ୪ ମାସ ଭିତରେ ଖଲ୍ଲିକୋଟ ଥାନା ଅଂଚଳର ମଥୁରା, ନିର୍ମଳଝର ଓ ଖୋଜାପଲ୍ଲୀ ଗ୍ରାମରେ ସମାନ ଧରଣର ଚୋରି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚୋର କିମ୍ବା ଚୋରି ହୋଇଥିବା ସୁନା ଓ ରୂପା ଅଳଂକାର ଧରିବାରେ ବିଫଳ ହୋଇଛି ପୋଲିସ । ଖୋଜାପଲ୍ଲୀ ଗ୍ରାମ ର ଜଣେ ବୃଦ୍ଧା ସୂର୍ଯ୍ୟ ପ୍ରଧାନ ଗତ ମାସ ୨୦ ତାରିଖ ରାତି ରେ ଶୋଇଥିବା ରୁମର ବାହାର ପଟୁ କବାଟ ବନ୍ଦ କରି ଦେଇ ଦୁର୍ବୁତ୍ତ ମାନେ ଆଲମିରା ଭାଙ୍ଗି ୧୭ ତୁଳା ସୁନା ଓ ୧୦ ତୁଳା ରୁପା ଅଳଙ୍କାର, ନଗଦ ୭୦ ହଜାର ଟଙ୍କା ଓ ଆଟାଚି ରେ ଥିବା ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ଲୁଟି ନେଇଥିଲେ। ଏହି ଘଟଣାରେ ମଧ୍ୟ ପୁଲିସ ଚୋରି ଜିନିଷ ଉଦ୍ଧାର କରି ପାରିନି କି ଚୋର କୁ ମଧ୍ୟ ଧରି ପାରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.