ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଟ୍ରମ୍ପଙ୍କ ବିଜୟ ପରେ ଆମେରିକା ଛାଡ଼ିବାକୁ ଭାବୁଛନ୍ତି ଲିଙ୍କଡ୍‌ଇନ୍‌ର ସହ-ସଂସ୍ଥାପକ : ରିପୋର୍ଟ

ନୂଆଦିଲ୍ଲୀ : ଲିଙ୍କଡଇନ୍‌ର କୋଟିପତି ସହ-ସଂସ୍ଥାପକ ରିଡ୍‌ ହୋଫମ୍ୟାନ ଆମେରିକା ଛାଡ଼ିବା କଥା ଭାବୁଛନ୍ତି। ଏହାର କାରଣ ନିକଟରେ ଆମେରିକୀୟ ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କର ବିଜୟ। ଏଥିପାଇଁ ସେ ଏବେ ଆମେରିକା ଛାଡ଼ିବା ଉପରେ ବିଚାର କରୁଛନ୍ତି। ଏହା ଦ ନ୍ୟୁୟର୍କ ପୋଷ୍ଟର ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ରେ ନିଜ ଶକ୍ତିର ବ୍ୟବହାର ନିଜର ରାଜନୀତିକ ଶତ୍ରୁଙ୍କ ପ୍ରତିଶୋଧ ନେବା ପାଇଁ କରି ପାରନ୍ତି। ହୋଫମ୍ୟାନ ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ଙ୍କୁ ନିର୍ବାଚନରେ ଭୋକାଲ ସମର୍ଥନ ହେବା ସହ ଡେମୋକ୍ରେଟିକ୍‌ ପାର୍ଟିର ମେଗା-ଡୋନର ମଧ୍ୟ ଥିଲେ। ସେ ତାଙ୍କର ଅଭିଯାନକୁ ୧୦ ମିଲିୟନ ଡଲାର ଯାଏ ଦାନ ଦେଇ ଥିଲେ।

ହେଲେ, ହୋଫମ୍ୟାନଙ୍କର ଭୟର ସବୁଠୁ ବଡ଼ କାରଣଟି ହେଲା, ସେ ଇ.ଜିନ କେରୋଲ ନାମକ ଜଣେ ପୂର୍ବତନ ନ୍ୟୁୟର୍କ ପତ୍ରିକା ଲେଖିକାଙ୍କୁ ଟ୍ରମ୍ପଙ୍କ ବିରୋଧରେ ଦାଏର , ମାନହାନିର ମୋକଦମାରେ ଆର୍ଥିକ ସହଯୋଗ କରିଥିଲେ। 

ଏହା ସେତେବେଳେ ହେଲା ଯେବେ ଜୁରୀ ଟ୍ରମ୍ପଙ୍କୁ ୧୯୯୬ରେ କେରୋଲଙ୍କ ସହ ଯୌନ ନିର୍ଯାତନା ନେଇ ଦୋଷୀ ସାବ୍ୟସ୍ତ କରିଥିଲେ , ଯେଉଁଥି ପାଇଁ ତାଙ୍କୁ ୫ ମିଲିୟନ ଡଲାରର ଜୋରିମନା ଦିଆ ଯିବାର ଥିଲା। ଏହାପରେ, ଆଉ ଜଣେ ବିଚାରପତି କେରୋଲଙ୍କୁ ମାନହାନି ପାଇଁ ୮୩.୩ ମିଲିୟନ ଡଲାରର ଅତିରିକ୍ତ ଜୋରିମନା ଦେବାର ଆଦେଶ ଦେଇଥିଲେ, କାରଣ ଟ୍ରମ୍ପ ଦାବି କରିଥିଲେ କି, ସେ ଦୁଷ୍କର୍ମର ଅଭିଯୋଗରେ ମିଛ କହି ଥିଲେ। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.