ନୂଆଦିଲ୍ଲୀ,୦୪/୧୨: ଇସ୍ରାଏଲ ଏବଂ ହିଜବୁଲ୍ଲହ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଇସ୍ରାଏଲ ସେନା ଆଇଡିଏଫ୍ ଏବଂ ହିଜବୁଲ୍ଲାହ ପରସ୍ପର ବିରୋଧରେ ଆକ୍ରମଣ ଆରମ୍ଭ କରିଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ ହେତୁ ଏବେ ଆରବ ଦେଶମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଯୁଦ୍ଧ ପୁଣି ଥରେ ଚିନ୍ତାପାଲଟିଲାଣି। କୁହାଯାଏ ଯେ, ଯଦି ଏହା ଅଧିକ ତିବ୍ରତର ହୁଏ, ତେବେ ଏହା ଲେବାନନ୍ ଯୁଦ୍ଧର ସବୁଠାରୁ ବିନାଶକାରୀ ପର୍ଯ୍ୟାୟ ହେବ। ହିଜବୁଲ୍ଲାହ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ୨୭ ନଭେମ୍ବରରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।କିନ୍ତୁ ଏହା ସପ୍ତାହେ ପର୍ଯ୍ୟନ୍ତ ମଧ୍ୟ ରହିପାରିଲା ନାହିଁ ଏବଂ ବର୍ତ୍ତମାନ ଉଭୟ କ୍ୟାମ୍ପ କେବଳ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରି ନାହାଁନ୍ତି, ବରଂ ସେମାନେ ମଧ୍ୟ ପରସ୍ପର ଉପରେ ବନ୍ଧୁକ ଚଳାଇବା ଆରମ୍ଭ କରିଦେଲାଣି।
ଡିସେମ୍ବର ୨ ରେ, ଇସ୍ରାଏଲ୍ ଆନୁଷ୍ଠାନିକ ଭାବରେ ଦକ୍ଷିଣ ଲେବାନନ୍ ଉପରେ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା, ଏହାର ଉତ୍ତରରେ ଆଜି ଅର୍ଥାତ୍ ବୁଧବାର ହିଜବୁଲ୍ଲାହ ଇସ୍ରାଏଲ ଉପରେ ଆକ୍ରମଣ ଘୋଷଣା କରି ମୋର୍ଟାର ଷ୍ଟ୍ରାଇକ କରିଥିଲା। ଦାବି କରାଯାଇଛି ଯେ ଆଇଡିଏଫ୍ ନବାତୀହରେ ଯୁଦ୍ଧ ବିମାନରୁ ବୋମା ପକାଇଥିଲା। କେବଳ ଏତିକି ନୁହେଁ, ଡ୍ରୋନ୍ ସହିତ ଇସ୍ରାଏଲ ମଧ୍ୟ ଆକ୍ରମଣ କରୁଚାଲିଛି।। ଦକ୍ଷିଣ ଲେବାନନ୍ ସହରରେ ଇସ୍ରାଏଲ ଡ୍ରୋନର ଶବ୍ଦ ସ୍ପଷ୍ଟ ଶୁଣାଯାଉଛି।
୫୪ ଥର ହୋଇଛି ଅସ୍ତ୍ରବିରତୀ ଉଲଂଘନ:
ଇସ୍ରାଏଲର ଆକ୍ରମଣକୁ ହିଜବୁଲ୍ଲାହ ମଧ୍ୟ ସମାନ ଢ଼ଙ୍ଗରେ ଜବାବ ଦେଉଛି। ହିଜବୁଲ୍ଲାହ ଇସ୍ରାଏଲର ରୟାଟ ଅଲ-ଆଲାମ ବେସ ଉପରେ ଆକ୍ରମଣ କରିଥିଲା। ଏହା ବ୍ୟତୀତ ସୀମାନ୍ତ ଅଞ୍ଚଳରେ ମୋର୍ଟାର ଉପରେ ଆକ୍ରମଣ କରାଯାଇଥିଲା। ହିଜବୁଲ୍ଲାହର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ଇସ୍ରାଏଲର ଲେବାନନର ଯେକୌଣସି ଅଞ୍ଚରେରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏଥି ସହିତ ଗ୍ରାଉଣ୍ଡ ଅପରେସନ୍ ମଧ୍ୟ କରାଯାଇପାରେ। ଏହି କଳ୍ପନାଜଳ୍ପନାର କାରଣ ଇସ୍ରାଏଲ୍ ସେନା ମୁଖ୍ୟ ହରଜୀ ହାଲେଭିଙ୍କର କିଛି ଚିତ୍ର ବୋଲି କୁହାଯାଉଛି। ସୂଚନାଥାଉକି, ହର୍ଜି ହାଲେଭି ଇସ୍ରାଏଲ୍-ଲେବାନନ୍ ସୀମାରେ ପହଞ୍ଚି ଏଠାରେ ଥିବା ସୈନିକମାନଙ୍କ ସହ କଥା ହୋଇଥିଲେ। ଦାବି କରାଯାଇଛି ଯେ ଏହାରି ଭିତରେ ସେ ସୈନିକମାନଙ୍କ ସହ ସାମରିକ ରଣନୀତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଶ୍ନ ହେଉଛି, ଅସ୍ତ୍ରବିରତି ଉଲ୍ଲଂଘନ ହେତୁ କିଏ ପ୍ରଥମେ ଆକ୍ରମଣ କରିଥିଲା, ଲେବାନନ୍ ଦାବି କରିଛି ଯେ ଇସ୍ରାଏଲ୍ ୫୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥି ସହିତ ଇସ୍ରାଏଲ୍ ଦାବି କରିଛି ଯେ ହିଜବୁଲ୍ଲାହ ଏକ ରକେଟ୍ ସାହାଯ୍ୟରେ ଡୋଭ୍ ମାଉଣ୍ଟ ଉପରେ ପ୍ରଥମେ ଆକ୍ରମଣ କରିଛି।