ନୂଆଦିଲ୍ଲୀ,୦୩/୧୨: ଭାରତରେ ଲଞ୍ଚ କରାଯାଇ ନାହିଁ କିନ୍ତୁ ସେପଟଷ ଭାରତୀୟ ସମୁଦ୍ରରେ ଫଶି ରହିଛି ଏଲୋନ୍ ମସ୍କଙ୍କ ଷ୍ଟାରଲିଙ୍କ ସେଟେଲାଇଟ। ତେବେ ତମାମ ଘଟଣା ପରେ ଏହାର ଅନୁସନ୍ଧାନ ଦାୟିତ୍ବ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋଲିସ୍କୁ ଦିଆଯାଇଛି। ସୂଚନାଥାଉକି, ଏଠାରେ ପୋଲିସ କିଛି ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଯେଉଁମାନଙ୍କଠାରୁ ୪.୨୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ମେଥ୍ ଡ୍ରଗ୍ସ ଜବତ କରାଯାଇଛି। ସେହି ଦିନଠାରୁ, ଏଲୋନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ଯୋଗାଉଥିବା କମ୍ପାନୀ ଷ୍ଟାରଲିଙ୍କ୍ ପ୍ରଶ୍ନୋତ୍ତର ଘେରକୁ ଆସିଛି।
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋଲିସ ମିଆଁମାର ଚୋରା ଚାଲାଣକାରୀଙ୍କୁ ପଚରାଉଚରା କରିଥିଲା, ଯେଉଁମାନଙ୍କ ଠାରୁ ଡଙ୍ଗା ଏବଂ ୬ ହଜାର କିଲୋଗ୍ରାମ ମେଥ୍ ସହିତ ଧରାପଡିଥିଲେ। ତବେ ସେମାନେ କହିଥିଲେ ଯେ, ଷ୍ଟାରଲିଙ୍କ ଇଣ୍ଟରନେଟ ସାହାଯ୍ୟରେ ସେମାନେ ଭାରତ ସୀମାରେ ପହଞ୍ଚିଛନ୍ତି। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଚୋରା ଚାଲାଣକାରୀମାନେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ୍ ଉପକରଣ ବ୍ୟବହାର କରିଛନ୍ତି, ଏହା ପରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପୋଲିସ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ଉପରେ ପ୍ରଶ୍ନ ଉଠାଇଥିଲା।
ଏଲନ୍ ମସ୍କ ଭାରତରେ ନିଜର ସାଟେଲାଇଟ ଇଣ୍ଟରନେଟ୍ ଲଞ୍ଚ କରିବାକୁ ଚେଷ୍ଟା କରୁଛନ୍ତି, ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ତାଙ୍କ ସାଟେଲାଇଟ ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ତା’ହେଲେ ଭାରତୀୟ ସାମୁଦ୍ରିକ ସୀମା ପର୍ଯ୍ୟନ୍ତ ଚୋରା ଚାଲାଣକାରୀମାନେ କିପରି ତାଙ୍କ ଇଣ୍ଟରନେଟ୍ ବ୍ୟବହାର କରିଥିଲେ? କହିରଖୁଛୁ ଯେ, ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ କଭରେଜ୍ ପ୍ରଦାନ କରେ। ଷ୍ଟାରଲିଙ୍କ୍ କହିଛି ଯେ ଏହା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ କଭରେଜ୍ ପ୍ରଦାନ କରୁଛି, ଏହା ଭାରତରେ ଲଞ୍ଚ କରିବାକୁ ଯୋଜନା କରୁଛି କିନ୍ତୁ ଆଣ୍ଡାମାନ ଦ୍ୱୀପପୁଞ୍ଜର ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ହରଗୋବିନ୍ଦର ଏସ୍. ଧାଲିୱାଲଙ୍କ ଅନୁଯାୟୀ ଆଞ୍ଚଳିକ ଜଳସୀମାରେ ଏହାର କଭରେଜ୍ ସରକାରୀ ଅନୁମୋଦନ ଆବଶ୍ୟକ କରୁଛି।