ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଆଫଗାନୀ ମହିଳା ନେଇ ପାରିବେନି ନର୍ସିଂ ଟ୍ରେନିଂ, ପୁଣି ଆସିଲା ତାଲିବାନର ଫରମାନା

କାବୁଲ,୪।୧୨: ତାଲିବାନୀ ନିୟମରେ ଅଣନିଶ୍ବାସୀ ଅଫଗାନୀ ମହିଳା। ଦିନକୁ ଦିନ ଦୁର୍ବିସହ ହେଉଛି ଜୀବନ,  ସଙ୍କୁଚିତ ହେଉଛି ସ୍ବାଧୀନତା। ଶିକ୍ଷାଗ୍ରହଣଠାରୁ ନେଇ ବାହାରେ ବୁଲିବା ପର୍ଯ୍ୟନ୍ତ ସବୁଥିରେ କଟକଣା। ଏସବୁ ଭିତରେ ଅଦ୍ଭୁତ ଘୋଷଣା କରିଛି ତାଲିବାନ ସରକାର।ତାହା ହେଲା ମହିଳାମାନେ କରିପାରିବେନି ନର୍ସିଂ ଟ୍ରେନିଂ। ଏଭଳି ଘୋଷଣା ମହିଳାଙ୍କ ଶିକ୍ଷାଗ୍ରହଣର  ଅନ୍ତିମ ବାଟକୁ କରିଛି ବନ୍ଦ।

ତାଲିବାନର ରକ୍ଷଣଶୀଳ ଚିନ୍ତାଧାରା ଯୋଗୁଁ ଆଫଗାନୀ ମହିଳାଙ୍କ ଭବିଷ୍ୟତ ଅନ୍ଧକାର। ଶରିୟା ଆଇନ ଅନୁସାରେ ଆସୁଛି ଗୋଟିଏ ପରେ ଗୋଟିଏ ନିୟମ । ପ୍ରଥମେ ମହିଳାଙ୍କ ବୁର୍କା ପିନ୍ଧିବାକୁ ଆସିଥିଲା ଠୋର ନିୟମ। ତାପରେ ଚାକିରୀ ଏବଂ ଏକାକୀ ବାହାରେ ବୁଲିବା  ଉପରେ ଲାଗିଥିଲା କଟକଣା। ହେଲେ ଏବେ ଅଫଗାନୀ ମହିଳା ନେଇ ପାରିବେନି ନର୍ସିଂ ଟ୍ରେନିଂ। ଏହାଦ୍ବାରା ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ବାକି ଥିବା ଶେଷ ରାସ୍ତା ବନ୍ଦ ହୋଇଛି।

ବିବିସିର ରିପୋର୍ଟ ଅନୁସାରେ, ନର୍ସିଂ ଟ୍ରେନିଂ ନେଉଥିବା ମହିଳାଙ୍କୁ କ୍ଳାସ ନଯିବାକୁ କହିଛି ତାଲିବାନ। ତେବେ ତାଲିବାନ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ କିଛି ପ୍ରତିକ୍ରୀୟା ଦେଇ ନାହିଁ। ଦେଶରେ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟ ଭିତରେ ତାଲିବାନ ସରକାରଙ୍କ ନିଷ୍ପତ୍ତି ସୃଷ୍ଟି କରିଛି ପ୍ରଶ୍ନବାଚୀ ।  ୨୦୨୩ ରେ ଜାତିସଂଘ ସୂଚନା ‌ଦେଇଥିଲେ ଯେ, ଆଫଗାନିସ୍ତାନରେ ୧୮ ହଜାର ନର୍ସଙ୍କ ଆବଶ୍ୟକତା ରହିଛି। ସେଭଳି ବିଶ୍ବସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଆଫଗାନିସ୍ତାନରେ ମୃତ୍ୟୁହାର ଦୁନିଆରେ ସବୁଠାରୁ ଖରାପ। ସେଠାରେ ୧ ଲକ୍ଷ ଜନ୍ମରେ ୬୨୦ ମହିଳାଙ୍କ ମୃତ୍ୟୁ ହେଉଛି। 

୨୦୨୧ ରେ ତାଲିବାନ ସରକାର ଆସିବା ପରେ କିଶୋରୀଙ୍କ ଶିକ୍ଷାଗ୍ରହଣ ଉପରେ ଲାଗିଛି ବ୍ରେକ୍। ଝିଅଙ୍କୁ ଷଷ୍ଠ ଶ୍ରେଣୀରୁ ଅଧିକ ପାଠ ପଢ଼ା ପାଇଁ ବାରଣ କରାଯାଇଥିଲା। ଏହାସହ ସ୍କୁଲରେ ପୁଅ ଓ ଝିଅଙ୍କୁ ଅଲଗା ଅଲଗା ପଢିବାକୁ ତାଲିବାନୀ ଫରମାନ ଜାରି ହୋଇଥିଲା। ଅନ୍ୟପଟେ ନିଜର ଅଧିକାର ପାଇଁ ସ୍ଵର ଉତ୍ତୋଳନ କରୁଥିବା ମହିଳାଙ୍କ ପ୍ରତି ରହିଛି କଠୋର ଦଣ୍ଡ। ତାଲିବାନକୁ ବିରୋଧ କରୁଥିବା ମହିଳାଙ୍କୁ ଚାବୁକ ମାଡ଼ ସହ ପଥର ଫିଙ୍ଗି ହତ୍ୟା କରିବାର ନିୟମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.