ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଶେଖ ହସିନାଙ୍କ ସରକାରରେ ଅସୁରକ୍ଷିତ ଥିଲେ ହିନ୍ଦୁ, ବାଂଲାଦେଶୀ ନେତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

Image Courtesy: indiatoday

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ମାନଙ୍କ ଉପରେ ହିଂସା ଥମିବାର ନାଁ ଧରୁନି। ଇସଲାମିୟ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ଭୟଭୀତ ଅବସ୍ଥାରେ ଦିନକାଟୁଛନ୍ତି ସେଠାକାର ସଂଖ୍ୟାଲଘୁ ଗୋଷ୍ଠୀ। ଉଗ୍ରପନ୍ଥୀମାନେ ବିଭିନ୍ନ ଧର୍ମାନୁଷ୍ଠାନ ଭାଙ୍ଗିବା ସହ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ତେବେ ଏହାକୁ ନେଇ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ କାମଚଳା ସରକାରର ନେତାଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। 

ବାଂଲାଦେଶର ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜ ବୟାନ ରଖିଛନ୍ତି।  ଶେଖ ହସୀନାଙ୍କ ଶାସନ କାଳ ଅପେକ୍ଷା ବର୍ତ୍ତମାନର ସମୟକାରେ ହିନ୍ଦୁମାନେ ଦେଶରେ ସବୁଠୁ ଅଧିକ ସୁରକ୍ଷିତ ଅଛନ୍ତି। ତା ସହ ସଂଖ୍ୟାଲଘୁ ମାନେ ହିଂସାର ଶିକାର ହେଉଛନ୍ତି ବୋଲି ଭାରତୀୟ ଗଣମାଧ୍ୟମ ଭୁଲ ଖବର ପ୍ରଚାର କରୁଛି ବୋଲି ସେ କହିଛନ୍ତି। ମହମ୍ମଦ ଯୁନୁସଙ୍କ ସରକାରରେ ମିଡିଆ ସଚିବ ଥିବା ଶାଫିକୁଲ ଆଲମ ଭାରତର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କିଛି ଏପରି କହିଛନ୍ତି। 

ସୂଚନା ମୁତାବକ ଗତ ଅଗଷ୍ଟ ମାସରେ ଶେଖ ହସିନାଙ୍କ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀମାନେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଧର୍ମାନୁଷ୍ଠାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ବିରୋଧରେ ବାଂଲାଦେଶରେ ରହୁଥିବା ହିନ୍ଦୁ ମାନେ ବିକ୍ଷୋପ ପ୍ରଦର୍ଶନ କରିଆସୁଥିଲେ। ତେବେ ନିକଟରେ ତିନିଜଣ ହିନ୍ଦୁ ସନ୍ନ୍ୟାସିଙ୍କୁ ଗିରଫ କରିବା ପରେ ବାଂଲାଦେଶରେ ବିକ୍ଷୋପ ପ୍ରଦର୍ଶନ ବଢିଥିଲା। ଯାହାର ସିଧାସଳଖ ପ୍ରଭାବ ପଡୋଶୀ ଦେଶ ଭାରତ ଉପରେ ପଡିଥିଲା। ଏବେ ଭାରତରେ  ବାଂଲାଦେଶର ସଂଖ୍ୟା ଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ବିବାଦ ତେଜିବା ଆରମ୍ଭ କରିଛି। 

ଇସ୍କନ ସମ୍ପର୍କରେ ପଚାରିବାରୁ ଆଲମ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଆମେ ହିନ୍ଦୁ ମାନଙ୍କୁ ଦୁର୍ଗାପୂଜା କରିବାକୁ ଦେଇଥିଲୁ। ଇସ୍କନକୁ ନେଇ ଆମର ସେମିତି କିଛି ଲକ୍ଷ ନାହିଁ। ଓଲଟା ହିଂସା ସମୟରେ ଇସ୍କନ ମନ୍ଦିରକୁ ସୁରକ୍ଷା ଦେବାକୁ ଆମେ ସୁରକ୍ଷା କର୍ମୀଙ୍କୁ ପଠାଇଥିଲୁ। 

ଖବର ମୁତାବକ, ବିଗତ ସପ୍ତାହରେ, ବାଙ୍ଗଲାଦେଶରେ ଇସ୍କନକୁ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣୀ ସମୟରେ ବାଂଲାଦେଶର ଆଟର୍ଣ୍ଣୀ ଜେନେରାଲ ଇସ୍କନକୁ ଏକ ଧାର୍ମିକ ମୌଳବାଦୀ ସଂଗଠନ ବୋଲି କହିଥିଲେ। ତେବେ କୋର୍ଟ ଇସ୍କନକୁ ବ୍ୟାନ ନକରିବା ସପକ୍ଷରେ ରାୟ ଦେଇଥିଲେ। ଏହାର ଦିନକପରେ ବାଂଲାଦେଶର ଅଧିକାରୀମାନେ ଇସ୍କନ ସହ ଜଡିତ ୧୭ ଜଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଦେଇଥିଲେ।

  • Bangladesh
  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.