ନୂଆଦିଲ୍ଲୀ,୦୩/୧୨: ହିନ୍ଦୁ ସାଧୁ ତଥା ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଇସଲାମବାଦୀମାନେ ଓକିଲିଙ୍କ ଘରେ ଆକ୍ରମଣ କରିଥିବା ହୋଇଛି ଅଭିଯୋଗ। ଇସ୍କନ ଇଣ୍ଡିଆ ପକ୍ଷରୁ ଏନେଇ ଅଭିଯୋଗ ହୋଇଛି। ଇସ୍କନ ଇଣ୍ଡିଆ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଯେ,ଏହି ଆକ୍ରମଣରେ ଓକିଲ ଜଣକ ଗୁରୁର ଆହତ ହୋଇଛନ୍ତି। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଏପରି ଘଟଣା ଘଟିଛି।
ସେହିପରି ହିଂସାରେ ଇସ୍କନ ଇଣ୍ଡିଆର ଉପସଭାପତି ତଥା ମୁଖପାତ୍ର ରାଧରମଣ ଦାସ ମଧ୍ୟ ଶିକାର ହୋଇଛନ୍ତି ଆକ୍ରମଣ। ଏନେଇ ରାଧରମଣ ଦାସ ଆକ୍ରମଣର ଶିକାର ହୋଇଥିବା ଓକିଲଙ୍କ ଫଟୋ ପୋଷ୍ଟ କରି ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି। ସେ କହିଛନ୍ତି "ଓକିଲ ରମେନ ରୟଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ସେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କ ମକଦ୍ଦମା ଲଢ଼ୁଥିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଛି।ବର୍ତ୍ତମାନ ସେ ଆଇସିୟୁରେ ଥିବା ଜଣାପଡିଛି।ତେବେ ଇସଲାମବାଦୀମାନେ ତାଙ୍କୁ ଘରେ ପଶି ଏଭଳି ଆକ୍ରମଣ କରିଛନ୍ତି। ସୂଚନା ଥାଉକି,ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗ ଗିରଫ କରାଯାଇଛି। କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଅଦାଲତ ସମ୍ମୁଖରେ ତାଙ୍କ ସମର୍ଥକମାନେ ଭିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ । ଏଥିସହ ତାଙ୍କର ମକଦ୍ଦମା ଚାଲିଥିବା ବେଳେ ତାଙ୍କ ଓକିଲଙ୍କ ଉପରେ ଇସଲାମବାଦୀମାନେ କରିଛନ୍ତି ଆକ୍ରମଣ।