ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଦକ୍ଷିଣ କୋରିଆରେ ଲାଗୁ ହେଲା ଜରୁରୀ ମାର୍ଶଲ ଲ’: ରାଷ୍ଟ୍ରପତି କହିଲେ- ‘ସମାପ୍ତ ହେବ ଦେଶ ବିରୋଧୀ ଶକ୍ତି’

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଜରୁରିକାଳୀନ ମାର୍ଶଲ ଲ’ ଲାଗୁ କରିଛନ୍ତି ରାଷ୍ଟ୍ରପତି ୟୁନ ସୁକ୍‌ ୟୋଲ । ବିରୋଧୀ ଦଳ ସଂସଦକୁ ନିୟନ୍ତ୍ରଣ କରିବା, ଉତ୍ତର କୋରିଆକୁ ସହାନୁଭୂତି ଦେଖାଇବା ଏବଂ ସରକାରକୁ ପଙ୍ଗୁ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ରାଷ୍ଟ୍ରପତି ୟୋଲ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି ।  ଦେଶର ବଜେଟ ବିଲକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିଲା । ଏଭଳି ସ୍ଥିତିରେ, ଉତ୍ତର କୋରିଆର କମ୍ୟୁନିଷ୍ଟ ବାହିନୀ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଏପରି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ୟୋଲ ।

ଟେଲିଭିଜନ୍‌ ବାର୍ତ୍ତା ମାଧ୍ୟମରେ ଦେଶରେ ଜରୁରୀ ମାର୍ଶଲ ଲ’ ଘୋଷଣା କରାଯିବା, ଉତ୍ତର କୋରିଆରେ ରାଜନୈତିକ ସଂକଟକୁ ଦର୍ଶାଉଛି । ଆଉ ଏହି ସମୟ ଦକ୍ଷିଣ କୋରିଆ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ । ୨୦୨୨ରେ ଦେଶର ରାଷ୍ଟ୍ରପତି ହୋଇଥିବା ୟୁନ ସୁକ୍‌ ୟୋଲଙ୍କୁ ନ୍ୟାସନାଲ୍‌ ଆସେମ୍ବଲିରେ ବହୁ ଆହ୍ବାନର ସାମ୍ନା କରିବାକୁ ପଡ଼ିଥିଲା । ବିରୋଧୀଙ୍କ ହଙ୍ଗାମାରେ ଚିନ୍ତିତ ହୋଇପଡ଼ିଥିଲେ ୟୋଲ୍‌ । ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ରକ୍ଷା କରିବା ଲାଗି ମାର୍ଶଲ ଲ’ର ଆବଶ୍ୟକତା ରହିଛି ବୋଲି ୟୋଲ୍‌ କହିଛନ୍ତି । 

ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ୟୋଲ କହିଛନ୍ତି, ‘ଉଦାରବାଦୀ ଦକ୍ଷିଣ କୋରିଆକୁ ପଡ଼ୋଶୀ ଉତ୍ତର କୋରିଆର କମ୍ୟୁନିଷ୍ଟ ଫୋର୍ସ ପକ୍ଷରୁ ବିପଦ ସୃଷ୍ଟି ହୋଇଛି । ଏଥିସହ ଦେଶ ବିରୋଧୀ ତତ୍ତ୍ୱ ଏବେ ମାତିଛନ୍ତି। ସେମାନଙ୍କୁ ନିପାତ କରିବା ଓ ଦେଶର ସୁରକ୍ଷା ପାଇଁ ମୁଁ ଏମର୍ଜେନ୍ସି ସାମାରିକ ଆଇନ ଲାଗୁ କରୁଛି । ଲୋକଙ୍କ କଥା ନଭାବି ବିରୋଧୀ ଦଳ କେବଳ ସରକାରୀ ନୀତିକୁ ଅଚଳ କରିବାକୁ ଚେଷ୍ଟା କରୁଛନ୍ତି । ଅନାସ୍ଥା ଆଣିବା, ସ୍ୱତନ୍ତ୍ର ତଦନ୍ତକୁ ବିରୋଧ କରିବା ଓ ସେମାନଙ୍କ ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀ କେବଳ ଅପଚେଷ୍ଟା କରୁଛନ୍ତି।’ ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଦେଶର ଶାସନ ଓ ଗଣତନ୍ତ୍ର ଉପରେ କଣ ପ୍ରଭାବ ପକାଇବ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ଆସନ୍ତା ବର୍ଷର ବଜେଟ୍ ବିଲକୁ ନେଇ ୟୋନଙ୍କ ପିପୁଲ ପାୱାର ପାର୍ଟି ଓ ମୁଖ୍ୟ ବିରୋଧୀ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏମର୍ଜେନ୍ସି ମାର୍ଶଲ ଲ’ ଲାଗୁ କରାଯାଇଛି । ବିରୋଧୀ ସାଂସଦମାନେ ଗୋଟିଏ ସଂସଦୀୟ କମିଟି ଜରିଆରେ ନିଜ ଇଚ୍ଛାରେ ବଜେଟ ପ୍ରସ୍ତୁତ କରିଥିଲେ । ସରକାର ପ୍ରସ୍ତୁତ କରିଥିବା ବଜେଟକୁ ସେମାନେ ଅଗ୍ରାହ୍ୟ କରିଦେଇଛନ୍ତି । ରାଷ୍ଟ୍ରପତି ୟୋନ କହିଛନ୍ତି, ‘ଆମ ନ୍ୟାସନାଲ ଆସେମ୍ବଲି ଏବେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଯାଇଛି । ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଚଳ କରିବା ପାଇଁ ବିଧେୟକର ଡ୍ରାମା କରାଯାଉଛି । ବିରୋଧୀ ଦଳର ସାଂସଦମାନେ ଏ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ସେମାନେ ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ହାତ ମିଳାଇଛନ୍ତି। ହେଲେ ମୁଁ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ହଟାଇ ଦେଶକୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସଂକଳ୍ପବଦ୍ଧ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.