ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କାଗଜ କଲମରେ ସୀମିତ ୨୫% ସଂରକ୍ଷଣ!

Published By : Harapriya Sethi | March 30, 2025 7:21 AM

କେନ୍ଦ୍ରାପଡ଼ା,୩୦/୩: ବେସରକାରୀ ବିଦ୍ୟାଳୟରେ ସାମାଜିକ ଓ ଆର୍ଥିକ ଭାବେ ଅନଗ୍ରସର ପିଲାଙ୍କ ପାଇଁ ନାମଲେଖା ପାଇଁ ୨୫% ସଂରକ୍ଷଣର ବ୍ୟବସ୍ଥା ରହିଛି । ଶିକ୍ଷା ଅଧିକାର ଆଇନ ୧୨-୧(ଗ), ୨୦୦୯ ଆଇନ ଅନୁଯାୟୀ ଏଲ୍‌କେଜିଠାରୁ ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସଂରକ୍ଷଣ ସୁବିଧା ଉପଲବ୍ଧ କରିପାରିବେ । ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଆର୍ଥିକ ଭାବେ ଅନଗ୍ରସର, ଭିନ୍ନକ୍ଷମ, ଏଚ୍‌ଆଇଭି ଆକ୍ରାନ୍ତ ମାତାପିତାଙ୍କ ଶିଶୁ, ଶିଶୁଶ୍ରମିକ, ପଥପ୍ରାନ୍ତ ଶିଶୁ ତଥା ନିର୍ମାଣ ଶ୍ରମିକମାନଙ୍କର ଶିଶୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଭାବେ ନାମ ଲେଖାଇବାର ସରକାରୀ ନିର୍ଦ୍ଦେଶ ଅଛି । ଅଥଚ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ବେସରକାରୀ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ଆବଶ୍ୟକ ସଚେତନତା, ପ୍ରଚାର ପ୍ରସାର ଅଭାବ ଯୋଗୁଁ ଅଧିକାଂଶ ଅଭିଭାବକ ଏସମ୍ପର୍କରେ ଜାଣିପାରୁନଥିବା ବେଳେ କେତେକ ସ୍କୁଲରେ ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି । ଶିକ୍ଷା ଅଧିକାର ଆଇନ କଡ଼ାକଡ଼ା ଭାବେ ପାଳନ କରାଯାଉନଥିବାରୁ ଘରୋଇ ସ୍କୁଲଗୁଡ଼ିକ ଏହାର ସୁବିଧା ଲୁଟୁଛନ୍ତି । 

ଏପରିକି ଏଲ୍‌କେଜିଠାରୁ ଆରମ୍ଭ କରି ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ନାମଲେଖା ପାଇଁ ପ୍ରତି ପିଲା ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନାମଲେଖା ଫି’ ଧାର୍ଯ୍ୟ କରାଯାଉଛି । ଅନ୍ୟ ଅଭିଭାବକମାନଙ୍କ ପରି ସେମାନଙ୍କୁ ମଧ୍ୟ ନାମଲେଖା ବାବଦକୁ ହଜାର ହଜାର ଟଙ୍କା ଫି’ ଆକାରରେ ଗଣିବାକୁ ପଡୁଛି । ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ନୂଆ ଶିକ୍ଷାବର୍ଷ ଅର୍ଥାତ୍‌ ଖଡ଼ିଛୁଆଁ ପର୍ବ ଆରମ୍ଭ ହେଉଛି । ଜିଲ୍ଲାରେ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନିସନ) ପାଇଥିବା ଘରୋଇ ସ୍କୁଲ ସଂଖ୍ୟା ହେଉଛି ୧୭୧ । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ୍‌ ଓ ପୌରପାଳିକାରେ ୪୪ଟି ବିଦ୍ୟାଳୟ, ଆଳି ବ୍ଲକ୍‌ରେ ୧୮, ଡେରାବିଶ ୧୭, ପଟ୍ଟାମୁଣ୍ଡାଇ ବ୍ଲକ୍‌ ଓ ପୌରପାଳିକା ୨୫, ମାର୍ଶାଘାଇ ବ୍ଲକ୍‌ ୧୬, ମହାକାଳପଡ଼ା ବ୍ଲକ୍‌ ୧୮, ଗରଦପୁର ବ୍ଲକ୍‌ ୧୬, ରାଜନଗର ବ୍ଲକ୍‌ ୯ ଓ ରାଜକନିକା ବ୍ଲକ୍‌ରେ ମାତ୍ର ୮ଟି ବିଦ୍ୟାଳୟ ସିଓଆର୍‌ ପାଇଛନ୍ତି । ମାର୍ଚ୍ଚ ୧୩ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିନିମନ୍ତେ ଧାର୍ଯ୍ୟ ୱେବ୍‌ ପୋଟାର୍ଲରେ ଆବେଦନ ଗ୍ରହଣ କରାଯାଉଛି । ସଂରକ୍ଷିତ ବର୍ଗରେ ଥିବା ଶିଶୁମାନଙ୍କ ଅଭିଭାବକ ଧାର୍ଯ୍ୟ ପୋର୍ଟାଲକୁ ଯାଇ ଆବଶ୍ୟକ ଦସ୍ତାବିଜ ସହ ପୋର୍ଟାଲରେ ଲଗ୍‌ ଇନ୍‌ କରିପାରିବେ । ଆବେଦନ କରିସାରିବା ପରେ ଆବେଦନପତ୍ର ଓ ପରିଚୟ ପତ୍ର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାର ବ୍ୟବସ୍ଥା ଅଛି । ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀ ପଞ୍ଜିକରଣ ମାର୍ଚ୍ଚ ୧୮ରୁ ଏପ୍ରିଲ ୨୦ ତାରିଖ ଯାଏ ରହିଛି । ଏପ୍ରିଲ ୩ରୁ ୨୩ ତାରିଖ ଯାଏ ସମ୍ପୃକ୍ତ ଅଞ୍ଚଳର ବିଇଓଙ୍କ ତରଫରୁ ଯାଞ୍ଚ୍‌ କରିବେ । ପରେ ଏପ୍ରିଲ ୨୪ରେ ଲଟେରି କରାଯାଇ ନାମ ଲେଖାଇବାକୁ ଥିବା ସ୍କୁଲ ସ୍ଥିର କରାଯିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଏପ୍ରିଲ ୨୫ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ମେ ୯ରୁ ୨୦ ତାରିଖ ଯାଏ ଚାଲିବ । ତା’ ପରେ ମେ ୯ରୁ ୨୩ ତାରିଖ ଯାଏ ଯାଞ୍ଚ୍‌, ମେ ୨୬ରେ ଲଟେରି ଓ ନାମ ଲେଖାଇବାକୁ ଥିବା ସ୍କୁଲ ଚୟନ, ମେ ୨୭ ତାରିଖ ପରଠାରୁ ନାମଲେଖା ହେବ ।

ଜୁନ୍‌ ୧୦ ସୁଦ୍ଧା ନାମଲେଖା ଶେଷହେବ । ହେଲେ ଏଦିଗରେ ଆବଶ୍ୟକ ପ୍ରଚାର ପ୍ରସାର କରାନଯାଇ ନାଁକୁ ମାତ୍ର ବିଜ୍ଞପ୍ତି ପ୍ରକାଶନ ମଧ୍ୟରେ ସୀମିତ ରହିଯାଉଛି ।ଫଳରେ ଗରିବ, ଖଟିଖିଆ, ଦିନମଜୁରିଆ ତଥା ନିର୍ମାଣ ଶ୍ରମିକ ଓ ସଂରକ୍ଷିତ ବର୍ଗର ଅନ୍ୟମାନେ ଏନେଇ ବିଶେଷ କିଛି ଜାଣିବାର ସୁଯୋଗ ରହୁନାହିଁ । ଅନେକ ଶିକ୍ଷା ଅଧିକାର ଆଇନ ଓ ଘରୋଇ ସ୍କୁଲରେ ସଂରକ୍ଷଣ ବ୍ୟବସ୍ଥା ସମମ୍ପର୍କରେ ଜାଣି ନପାରିବାରୁ ନିଃଶୁଳ୍କ ନାମଲେଖା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଶିକ୍ଷା ବିଭାଗ ଅବା ଘରୋଇ ସ୍କୁଲ ତରଫରୁ ଏଦିଗରେ ସଚେତନା ସୃଷ୍ଟି ନେଇ କୌଣସି ଉଦ୍ୟମ ହେଉନଥିବା ଅଭିଯୋଗ ହେଉଛି । ହେଲେ ତାହା ପାଳନ କରାନଯିବାରୁ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ଅନେକ ଅଭିଭାବକ ଜାଣି ନପାରିବାରୁ ସୁଯୋଗ ନେଇ ପାରୁନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି କି, ସଂରକ୍ଷିତ ବର୍ଗର ଅନେକ ଅଭିଭାବକ ଆବେଦନ କରୁଛନ୍ତି । ସଚେତନତା ଦିଗରେ ଅଧିକ ଦୃଷ୍ଟି ଦେବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.