ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର: ମିଳୁନାହିଁ ଡାକ୍ତରଙ୍କ ଦେଖା, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

Published By : Harapriya Sethi | March 30, 2025 7:27 AM

ରାଜନଗର,୩୦/୩: ରାଜନଗର ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଡାଙ୍ଗମାଳ । ଡାଙ୍ଗମାଳଠାରେ କନିକା ରେଂଜ୍‌ର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଏହି ରେଂଜ୍‌ ପରିସରରେ କୁମ୍ଭୀର ପ୍ରଜନନ କେନ୍ଦ୍ର ସମେତ ଭିତରକନିକା ଜାତୀୟ ଉଦ୍ୟାନର ସ୍ଥଳପଥରେ ଏକମାତ୍ର ପ୍ରବେଶପଥ । ଏଠାରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କର ବର୍ଷର ବିଭିନ୍ନ ସମୟରେ ଭିଡ଼ ଲାଗି ରହିଥାଏ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଡାଙ୍ଗମାଳ, ଖମାରସାହି ଓ କୃଷ୍ଣନଗର ପଞ୍ଚାୟତର ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ଏଭଳି ପରିସ୍ଥିତିରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ନଦେବା ଘଟଣା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସ୍ମିତସ୍ୱାଗତ ପରିଡ଼ା ନିଯୁକ୍ତି ପାଇଛନ୍ତି । ତେବେ ତାଙ୍କୁ ସେଠାରେ ଦେଖିବାକୁ ମିଳୁନଥିବା ଅଭିଯୋଗ ହେଉଛି । ଶନିବାର ଦିନ ପ୍ରାୟ ୬୦ ଜଣ ଲୋକ ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । 

ଏ ସଂପର୍କରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କହିଥିଲେ ଯେ, ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପରିଡ଼ାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତିନିଦିନ ଡ୍ୟୁଟି ଦିଆଯାଇଛି । ଅନ୍ୟ ତିନିଦିନ ସେଠାରେ ଡ୍ୟୁଟି କରିବେ । ଆଜି ସେ ଛୁଟିରେ ରହିଥିବାରୁ ଫାର୍ମାସିଷ୍ଟ ରୋଗୀ ଦେଖିଥିବା ଖବର ମୋ ପାଖରେ ଅଛି ବୋଲି କହିଥିଲେ । ରୋଗୀ ଦେଖିବା ପାଇଁ ବିକଳ୍ପ ଭାବେ କେଉଁ ଡାକ୍ତରଙ୍କୁ ସେଠାରେ ଦାୟିତ୍ୱ ଦିଆଯାଇଛି ବୋଲି ପଚାରିବାରୁ କଥାକୁ ଏଡ଼ାଇ ଯାଇଥିଲେ । ସମାଜସେବୀ ଉପେନ୍ଦ୍ରନାଥ ସ୍ୱାଇଁ କହିଛନ୍ତି ଯେ, ଡାଙ୍ଗମାଳରେ ନିଯୁକ୍ତି ପାଇଥିବା ଡାକ୍ତର ଏଠାକୁ ଆସନ୍ତି ନାହିଁ । କେବେ କେମିତି ଏଠାରେ ତାଙ୍କ ପାଦ ପଡ଼େ । ଲୋକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଏକ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ନହେଲେ, ରୋଗୀମାନେ ଖାଲି ଫାର୍ମାସିଷ୍ଟ ନୁହନ୍ତି, ସ୍ଥାନୀୟ ଅଂଚଳର କ୍ୱାକ୍‌ମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ତେଣୁ ତୁରନ୍ତ ପୂର୍ଣ୍ଣକାଳୀନ ଡାକ୍ତରଙ୍କ ନିଯୁକ୍ତି ପାଇଁ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.