ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଜାରି ରହିଛି । ହିନ୍ଦୁ ଦେବତା ଏବଂ ଦେବୀଙ୍କ ମନ୍ଦିର ଗୁଡିକ ଭାଙ୍ଗି ଦିଆଯାଉଛି। ଏହି ସମୟରେ ଦିଲ୍ଲୀରେ ରହୁଥିବା ବେଆଇନ ପ୍ରବାସୀ ବାଂଲାଦେଶୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦିଲ୍ଲୀର ମୁଖ୍ୟ ଶାସନ ସଚିବ ତଥା ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ କୁହାଯାଇଛି ଯେ ଦୁଇ ମାସ ମଧ୍ୟରେ ବେଆଇନ ବାଂଲାଦେଶୀ ପ୍ରବାସୀ ମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ କମିଶନର ଏବଂ ମୁଖ୍ୟ ଶାସନ ସଚିବ ଏକ ସ୍ୱତନ୍ତ୍ର ଡ୍ରାଇଭ ଚଳାଇବେ । ଆଉ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ତେବେ ଗତକାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ଉଲେମା ଏବଂ ମୁସଲିମ ନେତାଙ୍କ ପ୍ରତିନିଧୀ ଦଳଙ୍କ ଏକ ବୈଠକ ସଚିବାଳୟରେ ହୋଇଥିଲା । ଏହା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୂଚନାଥାଉକି, ନିକଟରେ ଦରଗାହ ହଜରତ ନିଜାମୁଦ୍ଦିନ ଏବଂ ବସ୍ତି ହଜରତ ନିଜାମୁଦ୍ଦିନର ବିଶିଷ୍ଟ ଉଲେମାଙ୍କ ଏକ ପ୍ରତିନିଧୀ ତଥା ସହରର ମୁସଲମାନ ବାସିନ୍ଦା ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କୁ ଭେଟିଥିଲେ। ଏହି ସମୟରେ ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିନିଧୀ ଦଳ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ବାଂଲାଦେଶରେ ତାଙ୍କର ହିନ୍ଦୁ ଭାଇ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଅବସ୍ଥା ଏବଂ ଦେଶର ଅବସ୍ଥା ଖରାପ ହେବା ନେଇ ସେମାନେ ଚିନ୍ତିତ ଅଛନ୍ତି। ନିମ୍ନଲିଖିତ ପଦକ୍ଷେପ ଗୁଡ଼ିକୁ ଗୁରୁତର ସହ ବିଚାର କରାଯିବାକୁ ସେ ଦାବି କରିଛନ୍ତି।