ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ : ଯୋଧପୁରରେ କୋଣାର୍କ ସୂର୍ଯ୍ୟସ୍‌ର ଉଦୟ, ଡିଫେଣ୍ଡିଂ ଚାମ୍ପିଅନ ମଣିପାଲକୁ ୨ ରନ୍‌ରେ ହରାଇଲା

ଯୋଧପୁର,୨୧/୦୯ (ସୁକେଶ ବେହେରା):  ଶେଷ ବଲ୍‌ ଯାଏ ରୋମାଞ୍ଚକର ଥିଲା ଲିଜେଣ୍ଡସ୍‌  ଲିଗ୍‌ କ୍ରିକେଟର (ଏଲ୍‌ସିସି) ଉଦ୍‌ଘାଟନୀ ମ୍ୟାଚ୍‌ । ୬ ବଲ୍‌ରୁ ମଣିପାଲ ଟାଇଗର୍ସକୁ  ଆବଶ୍ୟକ ଥିଲା ୧୩ ରନ୍‌ । ପ୍ରଥମ ବଲ୍‌ରେ  ୱାଇଡ୍‌, ପରବର୍ତ୍ତୀ ବଲ୍‌ରେ ବିଶାଳ ଛକା  ଖାଇବା ପରେ ନିରାଶ ହୋଇନଥିଲେ କୋଣାର୍କ  ସୂର୍ଯ୍ୟସ୍‌ ଓଡ଼ିଶା ଅଧିନାୟକ ଇରଫାନ୍‌ ପଠାନ୍‌ ।  ୫ ବଲ୍‌ରୁ ସହଜ ୬ ରନ୍‌କୁ ନିଜ ବୋଲିଂ  ଯାଦୁକରୀରେ ଅଟକାଇ ଦେଇଥିଲେ ସେ ।  ଡିଫେଣ୍ଡିଂ ଚାମ୍ପିଅନ୍‌ ମଣିପାଲ୍‌ ଟାଇଗର୍ସକୁ  ୨ ରନ୍‌ରେ ହରାଇ ଆଜି ଏଲ୍‌ସିସିରେ  ବିଜୟ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ।  

ଓଡ଼ିଶା ଠାରୁ ପାଖା ପାଖି ୧୭୦୦  କିଲୋମିଟର ଦୂରରେ ବୀର ଯୋଧପୁର  ମାଟିରେ ଚମକିଛନ୍ତି କୋଣାର୍କ ସୂର୍ଯ୍ୟସ୍‌ର  ଖେଳାଳି । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା  ୯ ୱିକେଟରେ ୧୦୪ରନ୍‌ କରିଥିଲା ।  ଜବାବରେ ମଣିପାଲ୍‌ ଟାଇଗର୍ସ ୮ ୱିକେଟ୍‌  ହରାଇ ୧୦୨ ରନ୍‌ରେ ଅଟକିଥିଲା ।  ବିଜୟୀ ଦଳର ବିନୟ କୁମାର ଲିଜେଣ୍ଡ  ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।   

ମଣିପାଲ ଅଧିନାୟକ ହରଭଜନ ସିଂ  ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ଓଡ଼ିଶା  ପକ୍ଷରୁ ରିଚାର୍ଡ ଲେଭି ଓ ଅମ୍ବାତି ରାୟୁଡୁ ଓପନ୍‌  କରିଥିଲେ । ଦ୍ୱିତୀୟ ଓଭରରେ କୋଣାର୍କ  ସୂର୍ଯ୍ୟସ୍‌କୁ ଲାଗିଥିଲା ଝଟ୍‌କା । ଅମ୍ବାତି ରାୟୁଡୁଙ୍କୁ  ଶିକାର କରିଥିଲେ ଅନୁରିତ ସିଂହ । ସେ ୮ରନ୍‌  କରିଥିଲେ । ତାଙ୍କ ସ୍ଥାନରେ ଆୟର୍ଲାଣ୍ଡର  ପୂର୍ବତନ ବ୍ୟାଟର୍‌ କେଭିନ୍‌ ଓବ୍ରିଏନ୍‌ ବ୍ୟାଟିଂ  ଆସି ପ୍ରଥମ ବଲ୍‌ରେ ଏକ ବିଶାଳ ଛକା ମାରି  ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ସେ  ୫ ବଲ୍‌ରୁ ୬ ରନ୍‌ କରି ଆଉଟ୍‌ ହୋଇଥିଲେ ।  

ଦିଲସାନ ମୁନାଓି୍ୱରା ମଧ୍ୟ ଦଳର  ସ୍ଥିତି ସୁଧାରି ପାରିନଥିଲେ । ୧୬ବଲରୁ  ୧୧ ରନ୍‌ କରି ରବିନ୍‌ ଉଥ୍‌ପ୍ପାଙ୍କ ଦ୍ୱାରା ଷ୍ଟମ୍‌  ହୋଇଥିଲେ । ଭରସାଯୋଗ୍ୟ ବ୍ୟାଟର୍‌ ରସ୍‌  ଟେଲର୍‌ ଓ ଅଧିନାୟକ ଇରଫାନ୍‌ ପଠାନଙ୍କ  ଉପରେ ଦଳ ନିର୍ଭର କରିଥିଲା । ଅଧିନାୟକ  ଇରଫାନ୍‌ ଦୁଇଟି ଆକର୍ଷଣୀୟ ଚୌକା  ମାରିଥିଲେ । ୨୩ ବଲ୍‌ରୁ ୧୮ରନ୍‌ (୨ଚୌକା)  କରି ଖେଳୁଥିବା ବେଳେ ହରଭଜନ  ସିଂହଙ୍କ ଗୁଗ୍‌ଲି ଆଗରେ ଉପାୟଶୂନ୍ୟ  ହୋଇପଡ଼ି ୱିକେଟ୍‌ ହରାଇଥିଲେ ।   

ନିୟମିତ ବ୍ୟବଧାନରେ ୱିକେଟ୍‌  ହରାଇ କୋଣାର୍କ ସୂର୍ଯ୍ୟସ୍‌ ବ୍ୟାଟିଂ ବିପର୍ଯ୍ୟୟର  ସମ୍ମୁଖୀନ ହୋଇଥିଲା । ମାତ୍ର ୫୪ ରନ୍‌ରେ  ଦଳ ୫ ୱିକେଟ ହରାଇ ବସିଥିଲା ।  ଇରଫାନ୍‌ଙ୍କ ସ୍ଥାନ ପୂରଣ କରିଥିଲେ ବଡ଼  ଭାଇ ୟୁସୁଫ୍‌  । କିନ୍ତୁ ସେ (୩) ସହଳ  ପାଭିଲିୟନ ଫେରିଥିଲେ । ଟେଲର ପ୍ରାୟ ୧୯  ଓଭର ଯାଏ ପିଚ୍‌ରେ ଥାଇ ମଧ୍ୟ କିଛି କମାଲ୍‌  କରିପାରିନଥିଲେ । ସେ ୨୮ବଲ୍‌ରୁ ଗୋଟିଏ  ଚୌକା ସହାୟତାରେ ୧୪ରନ୍‌ କରିଥିଲେ ।  ନିମ୍ନକ୍ରମରେ ନବୀନ୍‌ ଷ୍ଟିୱାର୍ଟ ୧୨ ବଲ୍‌ରୁ ଦ୍ରୁତ  ୧୭ ରନ୍‌ର ପାଳି ଖେଳି ଦଳର ସ୍କୋରକୁ  ଶହେ ରନ୍‌ ପାର୍‌ କରିଥିଲେ । ଶେଷରେ ଦଳ  ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ  ୧୦୪ରନ୍‌ କରିଥିଲା । ମଣିପାଲ୍‌ ଟାଇଗର୍ସ  ପକ୍ଷରୁ ଅନୁରିତ ସିଂହ, ଓବୁସ ପାଏନାର୍‌ଙ୍କୁ  ଦୁଇଟି ଲେଖାଏଁ ୱିକେଟ୍‌ ପାଇଥିଲେ ।   

ବିଜୟ ଲକ୍ଷ୍ୟ ୧୦୫ ରନ୍‌କୁ ପିଛା  କରି ବ୍ୟାଟିଂକୁ ଓହ୍ଲାଇଥିଲା ମଣିପାଲ ଟାଇଗର୍ସ ପ୍ରାରମ୍ଭରରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲେ ବି ଡାନ୍‌ କ୍ରିଷ୍ଟିଆନ  (୩୦) ଏବଂ ଓବୁସ୍‌ ପାଏନାର (୩୪  ଅପରାଜିତ) ଦଳକୁ ଜିତାଇବା ନେଇ  ପ୍ରୟାସ କରିଥିଲେ । ମାତ୍ର ସଫଳ ହୋଇପାରି ନଥିଲେ । ଶେଷ ଓଭରରେ ଦଳ ମାତ୍ର ୨  ରନ୍‌ରୁ ବିଜୟରୁ ବଞ୍ଚିତ ହୋଇଥିଲା ।  ସୌରଭ ତିୱାରୀ ୫, ଆଞ୍ଜେଲୋ ପେରେରା  ୫, ଆସେଲା ଗୁଣରତ୍ନେ ୧୩ ଓ ଅନୁରିତ  ସିଂ ୯ (ଅପରାଜିତ)  କରିଥିଲେ । ଓଡ଼ିଶା  ପକ୍ଷରୁ ସାହାବାଜ ନଦୀମ,  ବିନୟ କୁମାର, ଦିଲସାନ  ମୁନାବୀରା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.