ପ୍ରମୂଖ ଖବର
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ସୀମାନ୍ତରେ ମାଓବାଦୀଙ୍କ ଡମ୍ପ୍ ଠାବ, ବହୁ ବୋମା ଓ ମାଓ ସାମଗ୍ରୀ ଜବତ

Published By : Prameya | April 27, 2025 9:17 PM

ମାଲକାନଗିରି,୨୭/୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଧମତରୀ ଅଞ୍ଚଳରେ ଯବାନଙ୍କ ତଲାସି ଅଭିଯାନ ସମୟରେ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଡମ୍ପକୁ ଉଦ୍ଧାର କରି ଅନେକ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ ଛତିଶଗଡ଼ର ଧମତରୀ ପୁଲିସ, ଡିଆରଜି, ସିଆରପିଏଫର ଏକ ମିଳିତ ଦଳ ସାଲେଭାଟ ଜଙ୍ଗଲରେ ତଲାସି ଅଭିଯାନ କରୁଥିଲେ। 

ମାଓ ଦମନ ଅଭିଯାନ ସମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ଲୁଚାଇ ରଖିଥିବା ଏକ ମାଓ ଡମ୍ପକୁ ଯବାନ ମାନେ ଠାବ କରିଥିଲେ। ଏହା ମଧ୍ୟରୁ ଯବାନମାନେ ମୋଟ ୩ଟି ପ୍ରେସର ବୋମା, ୩ଟି ଟିଫିନ ବୋମା, ୨ଟି ପାଇପ ବୋମା ଓ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ମାଓବାଦୀ ଏହି ବୋମା ଓ ସାମଗ୍ରୀ ଲୁଚାଇ ରଖିଥିବାବେଳେ ଏହାକୁ ଯବାନ ମାନେ ଉଦ୍ଧାର କରି ନିଷ୍କ୍ରିୟ କରିଦେଇଛନ୍ତି। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନକୁ ଆରମ୍ଭ କରି ଦିଆଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.