ଯାଜପୁର ରୋଡ, ୩୦।୩ : ଚୋରି ବାଇକ୍ ଜବତ କରିବାକୁ ଆସିଥିବା ସମୟରେ କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ।ଦୁର୍ବୃତ୍ତମାନେ ଆକ୍ରମଣ କରି ଚୋରି ବାଇକ ଛଡାଇ ନେଇଛନ୍ତି। ଏପରିକି ଦୁର୍ବୃତ୍ତମାନେ ପୋଲିସ ଗାଡି ଭାଙ୍ଗି ଚୋରକୁ ପୋଲିସ କବଳରୁ ଛଡାଇ ନେଇଛନ୍ତି। ଆକ୍ରମଣରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଆହତ ହୋଇଛନ୍ତି। କୋରେଇ ଥାନା ଅଧୀନ ପୂର୍ବକୋଟ ହାଟ ନିକଟରେ ଏହି ଘଟଣା ଘଟିଛି।
କୁଆଖିଆ ଥାନା ଅଞ୍ଚଳରୁ ଚୋରୀ ହୋଇଥିବା ଏକ ବାଇକ୍ ସିଜ୍ କରିବାକୁ କୋରେଇ ପୋଲିସ କଣ୍ଟୋର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆକୁ ଆସିଥିଲେ। ଚୋରଙ୍କୁ କାବୁ କରିଥିବା ବେଳେ ତେଲେଙ୍ଗା ବସ୍ତିର କିଛି ମହିଳା ସଂଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରିଥିଲେ। ଗାଡି ଛଡାଇ ନେବା ସହ ଦୁର୍ବୁତ୍ତଙ୍କୁ ସେଠାରୁ ଫେରାର୍ କରି ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ଆହତ ହୋଇଛନ୍ତି।