ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

କମି ଆସିଲାଣି କିରାସିନି ଚାହିଦା, ଆଗ ଭଳି ଆଉ କିଣୁ ନାହାନ୍ତି ଗ୍ରାହକ

Published By : Prameya | April 21, 2025 2:00 PM

ଭୁବନେଶ୍ୱର,୨୧/୦୪: କମି କମି ଆସିଲାଣି କିରାସିନି  ଚାହିଦା । ପୂର୍ବରୁ ବିଜୁଳି ଚାଲିଗଲେ ଡିବିରି, ଲଣ୍ଠନ ଜାଳିବାକୁ  ଏବଂ ରୋଷେଇ କରିବାକୁ ମଧ୍ୟ କିରାସିନି ଦରକାର  ହେଉଥିଲା । ଏବେ ଆଉ କିରାସିନି ଉପରେ ଲୋକେ ନିର୍ଭର କରୁନାହାନ୍ତି । ବିଦ୍ୟୁତ,  ଗ୍ୟାସ୍‌ ଓ ସୋଲାର ଶକ୍ତିର ବ୍ୟବହାର ବଢ଼ିବା ଯୋଗୁଁ ସରକାରଙ୍କ ପକ୍ଷରୁ ଯୋଗାଣ କିରାସିନିର ଅଧା ବି ଉଠାଣ ହେଉନି । ରାସନ କାର୍ଡରେ ମିଳୁଥିବା କିରାସିନି ମଧ୍ୟ କେହି ନେଉନାହାନ୍ତି । 

ସୂଚନାଥାଉକି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ରାଜ୍ୟ  ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୩ ମାସକୁ ୫୦୦  ମିଲିଲିଟର ହିସାବରେ କିରାସିନି ଯୋଗାଇ ଦିଆଯାଉଛି । ଏବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟକୁ ୪୯୪୪ କିଲୋଲିଟର  (କିଲି) କିରାସିନି ଦିଆଯାଇଛି । କିନ୍ତୁ ଏଥିରୁ ମାତ୍ର ୧୧୧୬  କିଲୋଲିଟର କିରାସିନି ଉଠାଣ ହୋଇଛି । ଢେଙ୍କାନାଳ, ବଲାଙ୍ଗିର, ବରଗଡ଼, କୋରାପୁଟ, ଖୋର୍ଦ୍ଧା, ଦେବଗଡ଼,  ମାଲକାନଗିରି, ନବରଙ୍ଗପୁର, ସୋନପୁର,  ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ  ହିତାଧିକାରୀ କିରାସିନି ନେଇ ନାହାନ୍ତି ବୋଲି  ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୦୮ କିଲୋଲିଟର କିରାସିନି ଉଠିଥିବା ବେଳେ  କେନ୍ଦୁଝରରେ ୧୫୬ ଏବଂ ମୟୂରଭଞ୍ଜରେ ୧୩୨ କିଲୋଲିଟର  ଉଠାଣ ହୋଇଛି । 

ଗତବର୍ଷ ଅକ୍ଟୋବରରୁ ଡିସେମ୍ବର  ମଧ୍ୟରେ ରାଜ୍ୟକୁ ମିଳିଥିବା ୫୦୪୦ କିଲି କିରାସିନିରୁ ମାତ୍ର  ୧୯୫୬ କିଲି ଉଠାଣ ହୋଇଥିଲା । ଅତ୍ୟଧିକ ଦର ଯୋଗୁଁ  କିରାସିନି କିଣୁନଥିବା ଅନେକ ହିତାଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.