ଭୁବନେଶ୍ଵର, ୨୧/୦୪ : ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ନେଇ ପର୍ଯ୍ୟାୟକ୍ରମେ ନିଷ୍ପତ୍ତି। ନବୀନ ନିବାସରେ ବୈଠକ ପରେ ଅରୁଣ ସାହୁଙ୍କ ସୂଚନା। କହିଲେ, କିଏ କେଉଁ ପଦରେ ରହିବେ ନିଷ୍ପତ୍ତି ନେବେ ସୁପ୍ରିମୋ। ବିଜେଡିରେ ଜଣେ ହିଁ ମହାରଥୀ, ସେ ହେଉଛନ୍ତି ନବୀନ ପଟ୍ଟନାୟକ।
ଅରୁଣ ସାହୁ କହିଛନ୍ତି ଯେ, ନବମ ଥର ରାଜ୍ୟ ବିଜେଡି ସଭାପତି ହୋଇଥିବାରୁ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲୁ। ନବୀନ ନିବାସରେ ବିଜେଡିର ବୈଠକ ବସେ। ନବୀନ ପଟ୍ଟନାୟକ ରାଜ୍ୟ ରାଜନୈତିକ ପରିସ୍ଥିତି ନେଇ ପ୍ରଶ୍ନକଲେ। ରାଜ୍ୟରେ ଆଇନ ଶୃଙ୍ଖଳା ନଥିବା ଏବଂ ଆରାଜଗତା ଚାଲିଥିବା ନେଇ ଆମେ ଜଣାଇଥିଲୁ। ସେହିପରି ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ବିଜେପି କେନ୍ଦ୍ରୀୟ ଦଳ। ଏ ଯାଏଁ ରାଷ୍ଟ୍ରୀୟ ସଭାପତି କି ରାଜ୍ୟ ସଭାପତି ବାଛୁ ନାହାନ୍ତି। ବିଜେଡିର ସଭାପତି ଚୟନ ଶୃଙ୍ଖଳା ସହ ସରିଛି। ପ୍ରଫୁଲ୍ଲ ମଲ୍ଲିକ ଅତି ନମ୍ର ସହ କହିଛନ୍ତି। କିଛି ଘଟଣା ଘଟିବ ନାହିଁ। ଯିଏ ଆଶଙ୍କା କରୁଛନ୍ତି, ସେ ହତାଶ ହେବେ। ଏକରୁ ୧୦୦ ନମ୍ବର ଯାଏଁ ବିଜେଡିର ସବୁ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀକୁ ନେଇ ଅରୁଣ ସାହୁ କହିଛନ୍ତି ଯେ, ଯଦି ଲୋକେ ଅଧିକ ଅଭିଯୋଗ ଆଣି ଆସୁଛନ୍ତି ତାହେଲେ ପ୍ରଶାସନ ଫେଲ୍ ମାରିଛି। ଘରଦ୍ଵାରରେ ପ୍ରଶାସନ ପହଞ୍ଚିବ ବୋଲି ବିଜୁ ପଟ୍ଟନାୟକ ୩୦ ଜିଲ୍ଲା କଲେ। ଯଦି ଲୋକେ ସରକାରଙ୍କ ପାଖକୁ ଆସୁଛନ୍ତି, ତାହେଲେ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରୁନି।