ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ରାଜ୍ୟରେ ଶୀଘ୍ର ଆସିବ ଭାଗଚାଷୀ ଆଇନ୍, ଯୋଗ୍ୟ ଭାଗଚାଷୀଙ୍କ ସମସ୍ୟା ସମାଧାନ ହେବ

Published By : Prameya | April 21, 2025 11:18 AM

ଭୁବନେଶ୍ୱର,୨୧/୦୪: ରାଜ୍ୟରେ ଶୀଘ୍ର  ଆସିବ ଭାଗଚାଷୀ ଆଇନ । ଏଣିକି ଭାଗଚାଷୀଙ୍କୁ ନ୍ୟାୟ ମିଳିବ । ଚାଷର କ୍ଷୟକ୍ଷତି ହେଲେ ଭାଗଚାଷୀଙ୍କୁ ଆଉ ନୟାନ୍ତ ହେବାକୁ ପଡ଼ିବ  ନାହିଁ । ସେମାନଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରାଯିବା ସହ ସରକାରୀ ସୁବିଧା ମିଳିପାରିବ । ସେଥିପାଇଁ ରାଜ୍ୟ ସରକାର ଭାଗଚାଷୀ ଚିହ୍ନଟ  କରିବାକୁ ସଚିବ ସ୍ତରୀୟ କମିଟିର ପୁନର୍ଗଠନ  କରିଛନ୍ତି ।  

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର  ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ୭ ଜଣିଆ କମିଟି ଗଠନ କରିଛନ୍ତି । ଭାଗଚାଷୀ  ଆଇନ ସଂକ୍ରାନ୍ତରେ ଏମାନେ ପରାମର୍ଶ ଦେବେ ।  କମିଟିରେ କୃଷି ବିଭାଗର ପ୍ରମୁଖ ସଚିବ, ଆଇନ  ବିଭାଗର ପ୍ରମୁଖ ସଚିବ, ଅନୁସୂଚିତ ଜାତି/ ଜନଜାତି/ସଂଖ୍ୟାଲଘୁ ଉନ୍ନୟନ ବିଭାଗର ପ୍ରମୁଖ  ସଚିବ, ସମବାୟ ବିଭାଗ ସଚିବ ସଦସ୍ୟ  ଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗର ଅତିରିକ୍ତ ସଚିବ ସଦସ୍ୟ ଆବାହକ  ରହିଛନ୍ତି । ଅଧ୍ୟକ୍ଷ ଅନ୍ୟ ଜଣଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ  ସଦସ୍ୟ ଭାବେ ମନୋନିତ କରିପାରିବେ ।  

ତେବେ ଦୀର୍ଘ ଦିନରୁ ଚର୍ଚ୍ଚା ହୋଇଆସୁଥିବା  ଭାଗଚାଷୀଙ୍କ ଚିହ୍ନଟ ପ୍ରକ୍ରିୟା ଏଥର ସମ୍ଭବ ହେବ  ତ? ସମସ୍ତ ଭାଗଚାଷୀଙ୍କୁ ଚିହ୍ନଟ କରିପାରିବେ ତ ସରକାର? ଏ ନେଇ କୃଷି ବିଶେଷଜ୍ଞ ପ୍ରଶ୍ନ  ଉଠାଇଛନ୍ତି ।  

ସୂଚନାଯୋଗ୍ୟଯେ, ଭାଗଚାଷୀ ଆଇନ  ଆଣିବା ପାଇଁ ୨୦୧୬ରେ ତତ୍କାଳୀନ ରାଜସ୍ୱ  ମନ୍ତ୍ରୀ ଏକ ଚିଠା ଆଇନ (ଡ୍ରାଫ୍ଟ ବିଲ୍‌)ପ୍ରସ୍ତୁତ କରିଥିଲେ । ତାହା ବିଧାନସଭାରେ ଉପସ୍ଥାପନ  କରାଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ  ବିଶେଷଜ୍ଞଙ୍କ ଅଭିଯୋଗ ଅନୁସାରେ, ଅମଲାମାନେ ମୁଖ୍ୟତଃ ନିଜର ଚାଷଜମି ଭାଗରେ  ଦେଇଥିବାରୁ, ମାଲିକାନା ହାତରୁ ଚାଲିଯିବା  ଆଶଙ୍କା କରି ଏହାକୁ କରାଇ ଦେଲେନି । ଫଳରେ ଗତ ୨୪ ବର୍ଷର ବିଜେଡି ଶାସନ  ଅମଳରେ ଭୂସଂସ୍କାର ଆଇନର ସଂଶୋଧନ  ହୋଇପାରିଲାନି ।  

ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଭାଗଚାଷୀ  ଅଛନ୍ତି । ଅନ୍ୟୁନ ୪୦ ପ୍ରତିଶତ ଜମି ଭାଗରେ  ଚାଷ ହେଉଛି । କିନ୍ତୁ କୌଣସି ଜମି ରେକର୍ଡ  କିମ୍ୱା ଭାଗଚାଷ ଅଧିକାରପତ୍ର ନାହିଁ ।  ଭଗାଚାଷୀମାନେ ମୌଖିକ ଭାବେ ବର୍ଷ ବର୍ଷ ଧରି  ମାଲିକଙ୍କ ଜମିରେ ଚାଷ କରୁଛନ୍ତି । ସେମାନଙ୍କର  ଜମି ରେକର୍ଡ ନଥିବାରୁ ଋଣ, ଫସଲ ବୀମା ଓ  କ୍ଷତିପୂରଣ ମିଳୁନି । ତେଣୁ ଏବର ସରକାର  ଚାଷ ଜମି ଭାଗ ଆଇନ (ଏଗ୍ରିକଲଚର ଲ୍ୟାଣ୍ଡ  ଲିଜ ଆକ୍ଟ) ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.