ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

‘ମୋ ଅଜା ଭାରତର ସ୍ବାଧିନତା ସଂଗ୍ରାମୀ’, କମଳାଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆ ୟୁଜର କହିଲେ ଆପଣ-ବହୁତ ବଡ଼ ମିଛେଇ...

ନୂଆଦିଲ୍ଲୀ,୯।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍‌ଙ୍କ ନାଁକୁ ନେଇ ଚର୍ଚ୍ଚା ଖୁବ୍ ଜୋରଦାର ରହିଛି। ଉପରାଷ୍ଟ୍ରପତି କମଳା ହାରିସ୍ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ’ ଅବସରରେ ନିଜ ଅଜା-ଆଇଙ୍କୁ ମନେପକାଇ ଖୁବ୍ ଇମୋସନାଲ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ଅଜା ପିଭି ଗୋପାଳନ ଓ ଆଇ ରାଜମ ଗୋପାଳନଙ୍କୁ ମନେପକାଇ ଭାରତରେ ବିତାଇଥିବା ନିଜ ପିଲା ଦିନକୁ ମଧ୍ୟ ମନେ ପକାଇଛନ୍ତି। ଏକ୍ସରେ ନିଜ ପୋଷ୍ଟରେ ହାରିସ୍‌ ଏକ ପୁରୁଣା ଫ୍ୟାମିଲି ଫଟୋ ସେୟାର କରିଛନ୍ତି। ଏହା ସହ କମଳା ହାରିସ ଦାବି କରିଛନ୍ତି, ତାଙ୍କ ଅଜା ଭାରତର ସ୍ବାଧିନତା ସଂଗ୍ରାମରେ ଭାଗ ନେଇଥିଲେ। 

କମଳା ରବିବାର ଏକ୍ସରେ ଲେଖିଛନ୍ତି,ଯେତେବେଳେ ମୁଁ ଛୋଟ ଥିଲି ଓ ଭାରତରେ ନିଜର ଅଜା-ଆଇଙ୍କୁ  ଭେଟିବାକୁ ଯାଇଥିଲି ମୋ ଅଜା ମୋତେ ସକାଳୁ ସକାଳୁ ବୁଲାଇ ନେଉଥିଲେ। ସେ ମୋ ସହ ଅସମାନତା ଓ ଭ୍ରଷ୍ଟାଚାର ସହ ଲଢିବାର ମହତ୍ବ ଉପରେ ଚର୍ଚ୍ଚା କରୁଥିଲେ। ସେ ଜଣେ ରିଟାୟର୍ଡ ସିଭିଲ ସେବକ ଥିଲେ, ଯିଏକି ଭାରତର ସ୍ବାଧିତା ଆନ୍ଦୋଳନର ଅଂଶ ଥିଲେ।’

ଉଲ୍ଲେଖନୀୟ ଯେ, କମଳା ହାରିସ ସିଭିଲ ସେବକ ପିଭି ଗୋପାଳନଙ୍କ ବିଷୟରେ ଆଲୋଚନା କରିଥିଲେ, ଯିଏକି ଦେଶ ସ୍ବାଧୀନ ପରେ ଭାରତ ସରକାର ଏବଂ ଔପନିବେଶକାଳ ବେଳେ ବ୍ରିଟିସ ପ୍ରଶାସନ ଉଭୟଙ୍କ ପାଇଁ କାମ କରିଛନ୍ତି। କିଛି ରିପୋର୍ଟ ଅନୁସାରେ, ଗୋପାଳନ୍ ପୂର୍ବ ପାକିସ୍ତାନ, ଏବେ ବାଂଲାଦେଶରୁ ଶରଣାର୍ଥୀଙ୍କୁ ଭାରତ ଫେରାଇ ନେବାରେ ସାହାଯ୍ୟ କରିଥିଲେ। ଏହାଛଡା ସେ ଜମ୍ବିଆର ପୂର୍ବତନ ରାଷ୍ଟ୍ରପତି କେନେଥ କୋଣ୍ଡାଙ୍କ ପରାମର୍ଶଦାତା ଭାବରେ କାମ କରିଛନ୍ତି।ତାଙ୍କ ପତ୍ନୀ ରାଜମ ଗୋପାଳନ ଜାମ୍ବିୟାରେ ନିଜର ସାମାଜିକ କାର୍ଯ୍ୟ ପାଇଁ ପରିଚିତ। କମଳା କହିଛନ୍ତି, ମୋର ଜେଜେ ମା’ ପୁରା ଭାରତ ଯାତ୍ରା କରିଥିଲେ। ସେ ମହିଳାଙ୍କୁ ପରିବାର ନିୟୋଜନ ଭଳି ପ୍ରସଙ୍ଗ ଉପରେ କଥା ହେଉଥିଲେ। ଲୋକଙ୍କ ସେବା ଓ ତାଙ୍କର ଉନ୍ନତ ଭବିଷ୍ୟତ ପାଇଁ ତାଙ୍କର ପ୍ରତିଶୃତିବଦ୍ଧତା ଆଜି ବି ମୋ ଭିତରେ ବଞ୍ଚି ରହିଛି।’

କମଳାଙ୍କ ଏହି ପୋଷ୍ଟ ଉପରେ ୟୁଜରଙ୍କ ପ୍ରତିକ୍ରିୟା ଆସିଛି। ସେମାନେ କହିଛନ୍ତି ଆପଣଙ୍କ ଦାବି ସମ୍ପୂର୍ଣ୍ଣ ଭାବରେ ଭୁଲ। ସେ ବ୍ରିଟିସ୍ ଇମ୍ପେରିଆଲ ସେକ୍ରେଟରିଏଟ୍ ସର୍ଭିସର ସଦସ୍ୟ ଥିଲେ, ଯିଏକି ଭାରତର ସ୍ବାଧିନତା ପରେ ନିଜ ନାଁ ବଦଳାଇ ସେଣ୍ଟ୍ରାଲ ସେକ୍ରେଟରିଏଟ୍‌ ସର୍ଭିସ ଆରମ୍ଭ କରିଥିଲେ। ଆଉ କିଛି ୟୁଜର ପ୍ରଶ୍ନ ପଚାରିଛନ୍ତି ଜଣେ ସରକାରୀ ଅଧିକାରୀ ସରକାରଙ୍କୁ ବିରୋଧ କରି କିଭଳି  ସ୍ବାଧିନତା ଆନ୍ଦୋଳନରେ ଭାଗ ନେଇପାରିବେ ?କିଛି ୟୁଜର କହିଛନ୍ତି, ଆପଣ ଯାହା କିଛି ବି କହୁଛନ୍ତି ତାହା ମିଛ।’

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.