ଭୁବନେଶ୍ଵର, ୧୦/୦୧ : ସ୍ଵପ୍ନରେ ବାରମ୍ବାର ସାପ ଦେଖୁଛନ୍ତି କି ? ସାପ କାମୁଡ଼ୁଥିବା ସ୍ଵପ୍ନ ଆସୁଛି କି ? କିମ୍ଵା ପାଦ ପାଖରେ ସାପ ଚାଲିଯିବା ଭଳି ଭ୍ରମ ସୃଷ୍ଟ ହେଉଛି କି ? ତାହେଲେ ଜାଣି ରଖନ୍ତୁ... ଆପଣଙ୍କ ଉପରକୁ ମାଡ଼ି ଆସୁଛି ବଡ଼ ବିପଦ। କୌଣସି ବଡ଼ ଅଘଟଣ ପୂର୍ବରୁ ଏହା ହେଉଛି ପୂର୍ବାଭାଷ। ଆଦୌ ଖାମଖିଆଲି ଭାବେ ନିଅନ୍ତୁ ନାହିଁ ଏହି ସଙ୍କେତ। ତୁରନ୍ତ ଜ୍ୟୋତିଷଙ୍କୁ କୁଣ୍ଡଳୀ ଦେଖାଇ କରନ୍ତୁ ପ୍ରତିକାର। ନହେଲେ ଘଟିଯିବ ବଡ଼ ଅଘଟଣ। ଅକାଳରେ ଚାଲିଯାଇପାରେ ଜୀବନ। କାହିଁକି ନା ଆପଣଙ୍କ କୁଣ୍ଡଳୀରେ ଅଛି କାଳସର୍ପ ଦୋଷ। ତେବେ ଏହି କାଳସର୍ପ ଦୋଷ କଣ ଏବଂ ଏହାର କଣ ସବୁ ରହିଛି ସଙ୍କେତ ଜାଣନ୍ତୁ...
ଯଦି ଆପଣ ସ୍ଵପ୍ନରେ ବାରମ୍ବାର ନାଗ-ନାଗୁଣୀ ଦେଖୁଛନ୍ତି କିମ୍ଵା ସାପ କାମୁଡ଼ୁଥିବା ଦେଖୁଛନ୍ତି, ତେବେ ଜାଣି ରଖନ୍ତୁ ଆପଣଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଅଛି। ତେବେ କାଳସର୍ପ ଦୋଷର ଏହା କେବଳ ଗୋଟିଏ ସଙ୍କେତ ନୁହେଁ ଆହୁରି ଅନେକ ସଙ୍କେତ ରହିଛି। ଯେପରିକି ସ୍ଵପ୍ନରେ ବିଚିତ୍ର ଘଟଣା ଘଟିବା, ମୃତ ଲୋକଙ୍କୁ ଦେଖିବା କିମ୍ଵା ସେମାନେ କିଛି ମାଗିବା, ପାଣିରେ ବୁଡ଼ିଯିବା, ନିଜେ ଦୁର୍ଘଟଣାର ଶିକାର ହେବା, କୌଣସି ଉଚ୍ଚ ସ୍ଥାନରୁ ଖସି ପଡ଼ିବା, ଘରର କେହି ସଦସ୍ୟ ବିଳାପ କରିବା, କଳା ରଙ୍ଗର ଆକୃତି ଦେଖିବା। ଏହି ସବୁ ସ୍ଵପ୍ନ କାଳସର୍ପ ଦୋଷ ଆଡ଼କୁ ସଙ୍କେତ ଦେଇଥାଏ। କୁଣ୍ଡଳୀରେ ଏହି ଦୋଷ ଥିଲେ, ସର୍ବଦା ମୃତ୍ୟୁର ଆଭାସ ହୁଏ। ଯାହା କଲେବି ମନର ମୃତ୍ୟୁର ଭୟ ଦୂର ହୁଏ ନାହିଁ। ବାହାର ଲୋକଙ୍କ ଉପରେ ବିଶ୍ଵାସ ଆସେ ନାହିଁ। ସବୁବେଳେ କେହି ପିଛା କଲାଭଳି ଲାଗେ। କାଳସର୍ପ ଦୋଷର ଆଉ ଏକ ବିଶେଷ ଲକ୍ଷଣ ହେଉଛି ପାରିବାରିକ ସମସ୍ୟା ଲାଗି ରୁହେ। ବିବାହରେ ବାଧା ସୃଷ୍ଟି ହୁଏ, ବିବାହ ହୋଇଥିଲେ ସନ୍ତାନ ପ୍ରାପ୍ତିରେ ବିଘ୍ନ ଆସେ। ଯଦି ସନ୍ତାନ ଜନ୍ମ ହୁଏ ତାହେଲେ ରୋଗାଗ୍ରସ୍ତ ହୁଏ କିମ୍ବା ଅକାଳରେ ମୃତ୍ୟୁ ହୋଇଯାଏ।
ଯଦି ଆପଣଙ୍କ ସହ ଏଭଳି ହେଉଛି ତାହେଲେ ତୁରନ୍ତ କୁଣ୍ଡଳୀ ନେଇ ଜ୍ୟୋତିଷଙ୍କୁ ଦେଖାନ୍ତୁ। ଏହି ଦୋଷରୁ ମୁକ୍ତି ପାଇବାକୁ ହେଲେ ଭଗବାନ ଶିବଙ୍କ ଆରାଧନା କରନ୍ତୁ। ବିଶେଷ କରି ସୋମବାର ଦିନ ଶିବ ଲିଙ୍ଗରେ ଜଳାଭିଷେକ କରନ୍ତୁ। ସକାଳେ ଏକାନ୍ତ ସ୍ଥାନରେ ବସି ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସର୍ପ ନାଗପତି ପୂଜା କରିପାରିବେ। ବିଧି ବିଧାନ ସହ ପଣ୍ଡିତଙ୍କ ଦ୍ଵାରା ଏହି ପୂଜା କରିପାରିବେ। ତାହେଲେ ଆପଣଙ୍କର କାଳସର୍ପ ଦୋଷରୁ ମୁକ୍ତ ହେବେ।