ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୩୦ ବର୍ଷ ପରେ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଏହି ୪ ରାଶିର ଚମକିବ ଭାଗ୍ୟ

Published By : Anindita Ratha | January 9, 2025 3:33 PM

ମକର ସଂକ୍ରାନ୍ତି । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପରେ ପାଳନ ହୁଏ ଏହି ପର୍ବ । ଏହି ଦିନରୁ ଆରମ୍ଭ ହୁଏ ସମସ୍ତ ଶୁଭ କାର୍ଯ୍ୟ । ତେବେ  ମକର ସଂକ୍ରାନ୍ତିର ରହିଛି ବିଶେଷ ମହତ୍ତ୍ବ । ହେଲେ ଚଳିତ ବର୍ଷର ମକର ସଂକ୍ରାନ୍ତି ଖୁବ୍ ଖାସ୍ । କାରଣ ୩୦ ବର୍ଷ ପରେ  ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଏକ ଖାସ୍‌ ସଂଯୋଗ ହେବାକୁ ଯାଉଛି ।  ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ମକର ସଂକ୍ରାନ୍ତିରେ ଏହି ୪ ରାଶିଙ୍କର ଚମକିବ ଭାଗ୍ୟ । ରହିଛି ଆର୍ଥିକ ଲାଭର ଯୋଗ । ତେବେ କେଉଁ ସବୁ ରାଶିର ବ୍ୟକ୍ତି ବିଶେଷ  ଏହି ସଂକ୍ରାନ୍ତିରୁ ହେବେ ମାଲାମାଲ୍‌ । ଆସନ୍ତୁ ଜାଣିବା । 

ମିଥୁନ ରାଶି: ଶନି ଏହି ରାଶିର ନବମ ଘରେ ରହିବେ, ଅର୍ଥାତ୍ ଭାଗ୍ୟ ଘର । ଏଭଳି ସ୍ଥିତିରେ ମିଥୁନ ରାଶି ଲୋକଙ୍କ ବଦଳିବ ଭାଗ୍ୟ । ଆର୍ଥକ ଲାଭର ଯୋଗ ରହିଛି । ସେହିପରି ଚାକିରୀ ଖୋଜୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । 

ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କର ବିଦେଶ ଯାତ୍ରାର ସୁଯୋଗ ରହିଛି। ସେହିପରି ବିବାହର ରହିଛି ଯୋଗ । ପ୍ରଭାବଶାଳୀ ଲୋକଙ୍କ ସହ ଭେଟିପାରନ୍ତି । ଚାକିରି ଖୋଜୁଥିବା ଲୋକମାନେ ନୂତନ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।  

ମକର ରାଶି : ଏହି ରାଶିର ଲୋକମାନଙ୍କୁ ବ୍ୟବସାୟରେ ଲାଭ ମିଳିବ ।  ସହଭାଗୀତାରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ । ସୂର୍ଯ୍ୟ ଏବଂ ଶନି ଦେବଙ୍କ ଆଶୀର୍ବାଦ ଯୋଗୁଁ ବ୍ୟବସାୟୀମାନେ ବିଶେଷ ଲାଭ ପାଇବେ ।

କୁମ୍ଭ ରାଶି: ଏହି ରାଶିର ଲୋକମାନଙ୍କ  ଆର୍ଥିକ ଉନ୍ନତି ହେବ। ନୂଆ ଯୋଜନା କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଶୁଭଫଳ ସହ ଧାର୍ମିକ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.