ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

୧୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ

Published By : Harapriya Sethi | June 26, 2025 6:47 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଅସ୍ତ ଓ ଉଦୟ ହୁଅନ୍ତି । ଏହାଦ୍ୱାରା ଅନେକ ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଦେବଗୁରୁ ବୃହସ୍ପତି ୭ ଜୁଲାଇରେ ଉଦୟ ହେବାକୁ ଯାଉଛନ୍ତି । ପ୍ରାୟ ୧୨ ବର୍ଷ ପରେ ଏଭଳି ଦୁର୍ଲ୍ଲଭ ଯୋଗ ହେବାକୁ ଯାଉଛି । ଗୁରୁ ଉଦୟ ହେବାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ମାତ୍ର କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଏମାନଙ୍କର ବ୍ୟବସାୟ ଠାରୁ ଆରମ୍ଭ କରି କର୍ମକ୍ଷେତ୍ର, ପାରିବାରିକ ଜୀବନ, ଧନ ସମ୍ପତ୍ତି ମାମଲାରେ ବଡ ଲାଭ ମିଳିବ। ଜାଣନ୍ତୁୁ..

ବୃଷ- ଶୁଭ ଖବର ମିଳିବ । ଅଟକି ଥିବା କାମରେ ସଫଳତା ସହ ଧନ ପ୍ରାପ୍ତି ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ମନକୁ ଶାନ୍ତି ମିଳିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ପ୍ରଶଂସା ମିଳିବ ।

ସିଂହ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆୟରେ ଖୁବ୍‌ ବୃଦ୍ଧି ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ନୂଆ ଜମି, ଭୂମି, ଘର, ଗାଡି କିଣିବାର ଯୋଗ ରହିଛି । ଚାକିରିରେ ପଦନ୍ନୋତି ସହ ନୂଆ ନୂଆ ଦାୟିତ୍ୱ ମିଳିବ । ଚାକିରିରେ ବଡ ଲାଭ ମିଳିବ । ଚିନ୍ତା ଦୂର ହେବ ।

କନ୍ୟା- ନୂଆ ସଫଳତା ମିଳିବ । ଚାକିରିରେ ଶୁଭ ଖବର ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଯାନ କିଣିବାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.