ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ର ଜୁଲାଇ ମାସ ଖୁବ୍ ଖାସ୍ । ଜୁଲାଇରେ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ଗ୍ରହ ଚଳନ କରିବେ । ଏକାଠି ହୋଇ ଦୁର୍ଲ୍ଲଭ, ରାଜଯୋଗ ସୃଷ୍ଟି କରିବେ । ଜୁଲାଇ ୯ରେ ଗୁରୁ ଗ୍ରହ ଉଦୟ ହେବେ । ୧୩ ଜୁଲାଇରେ ଶନି ମୀନ ରାଶିରେ ଓଲଟା ଚଳନ କରିବେ । ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ୧୮ ଜୁଲାଇରେ ବୁଧ କର୍କଟ ରାଶିରେ ପ୍ରବେଶ କରିବେ । ପୁଣି ୨୪ ଜୁଲାଇରେ ଏହି ରାଶିରେ ଅସ୍ତ ହେବେ । ୨୬ ଜୁଲାଇରେ ଶୁକ୍ର ଚଳନ କରି ମିଥୁନ ରାଶିରେ ପ୍ରବେଶ କରିବେ । ୨୮ ଜୁଲାଇରେ ମଙ୍ଗଳ ଚଳନ କନ୍ୟା ରାଶିରେ ପ୍ରବେଶ କରିବେ । ଏହାଦ୍ୱାରା ଅନେକ ଶୁଭ-ଅଶୁଭ ଯୋଗ ମଧ୍ୟ ସୃଷ୍ଟି ହେବ । ତେବେ ଗ୍ରହଙ୍କ ଏହି ଚଳନ କାରଣରୁ ଜାଣନ୍ତୁ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ମେଷ- ଏହି ରାଶିଙ୍କ ପାଇଁ ଜୁଲାଇ ମାସ ଖୁବ୍ ଖାସ୍ ହେବାକୁ ଯାଉଛି । ବିଶେଷ କରି କର୍ମକ୍ଷେତ୍ରରେ ଲାଭବାନ୍ ହେବେ । ବ୍ୟବସାୟୀଙ୍କ ପାଇଁ ବେଶ ଶୁଭଙ୍କର । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଖର୍ଚ୍ଚ କମ୍ ହେବା ସହ ଟଙ୍କା ଅଧିକ ସଞ୍ଚୟ କରିବେ ।
ମିଥୁନ- ଏହି ରାଶିଙ୍କ ଚଳନରେ ବୁଦ୍ଧାଦିତ୍ୟ ଓ ଗୁରୁ-ଆଦିତ୍ୟ ଯୋଗ ସୃଷ୍ଟି ହେବ । ଏମାନଙ୍କୁ ହଠାତ୍ ଧନ ପ୍ରାପ୍ତି ହେବ । ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍ ହେବେ । ଯାତ୍ରାର ଯୋଗ ରହିଛି । ଆର୍ଥିକ ଲାଭ ମିଳିବ । ଘରେ ଥିବା ବଡ ସମସ୍ୟା ଦୂର ହେବ ।
ତୁଳା- କର୍ମକ୍ଷେତ୍ର ଉନ୍ନତି ହେବ । ଲକ୍ଷ୍ୟ ହାସଲ ହେବ । ବ୍ୟବସାୟରେ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ଲାଭ ହେବ । ଅଟକି ଥିବା ଧନ ମିଳିବ ।
ମକର- ସହକର୍ମୀଙ୍କ ସହଯୋଗ ମିଳିବ । ଉନ୍ନତି ହେବ । ନୂଆ ନୂଆ ଯୋଜନା କରିବେ । ଟଙ୍କା ରୋଜଗାର କରିବେ । ହଠାତ୍ ଧନ ପ୍ରାପ୍ତି ହେବ । ଟଙ୍କା ସଞ୍ଚୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମୀନ- ଚାକିରିରେ ପଦନ୍ନୋତି, ଦରମା ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ ।