ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଜୁଲାଇରେ ମହାସଂଯୋଗ; ବୃହସ୍ପତି-ଶନି ଏବଂ ଚନ୍ଦ୍ରମା-ରାହୁ ଚଳନ, ଜାଣନ୍ତୁ କେଉଁ ରାଶିଙ୍କର ଚମକିବ ଭାଗ୍ୟ

Published By : Harapriya Sethi | June 19, 2025 6:49 AM

ଜୁଲାଇ ମାସ ନିଜ ସହ ଗୁରୁ ଗ୍ରହ ଓ ଶନିଙ୍କ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ନ୍ୟାୟର ଦେବତା ଶନି ଦେବତା ରାଶି ପରିବର୍ତ୍ତନ କରିବେ । ଦେବଗୁରୁ ବୃହସ୍ପତି ମଧ୍ୟ ଉଦୟ ହେବେ ।୧୩ ଜୁଲାଇରେ ଶନିଙ୍କ ରାଶି ପରିବର୍ତ୍ତନ ହେବ । ମୀନ ରାଶିରେ ଓଲଟା ଚଳନ କରିବା ସହ ଏହି ସ୍ଥିତି ନଭେମ୍ବର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-ଚନ୍ଦ୍ରମାଙ୍କ ବିଶେଷ ଯୋଗର ଅନେକ ପ୍ରଭାବ ରାଶି ଉପରେ ପଡିଥାଏ । କିଛି ରାଶିଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବ । କେଉଁ କେଉଁ କ୍ଷେତ୍ରରେ ସଫଳତା ମିଳିବ ଜାଣନ୍ତୁ..

ମେଷ- ଏହି ରାଶିଙ୍କୁ ଧନ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଅଟକି ଥିବା କାମରେ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ସଫଳତା ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

ବୃଷ- ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଧନର ଆଗମନ ହେବ । ଟଙ୍କାର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ । ଆର୍ଥିକ ସ୍ଥିତି ଉତ୍ତମ ରହିବ ।

ମିଥୁନ- ସମୟ ବେଶ ଶୁଭଙ୍କର । କର୍ମକ୍ଷେତ୍ରରେ ଉନ୍ନତି ହେବ । ବଡ କାମ ମିଳିବ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଚାକିରିରେ ବଡ ଲାଭ ମିଳିବ ।

ସିଂହ- ବ୍ୟବସାୟରେ ବଡ ଲାଭ ମିଳିବ । ନୂଆ ନୂଆ ଯୋଜନା କରିବେ । ପୁରୁଣା ଅଟକି ଥିବା କାମ ପୂରଣ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

ତୁଳା- ସକରାତ୍ମକ ଫଳ ମିଳିବ । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ ।

ଧନୁ- ସମ୍ପତ୍ତିରୁ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ସନ୍ତାନ ସୁଖ ମିଳିବ ।

କୁମ୍ଭ- ଅନେକ କ୍ଷେତ୍ରରେ ସଫଳତା ମିଳିବ । ମନପସନ୍ଦର ଉପଲବ୍ଧି ମିଳିବ । ପୁରୁଣା କରଜରୁ ମୁକ୍ତି ମିଳିବ । ଧନ ଲାଭର ଯୋଗ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.