ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ

Published By : Harapriya Sethi | June 27, 2025 6:58 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ଏହାଦ୍ୱାରା ଅନେକ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ଅନେକ ଶୁଭ ରାଜଯୋଗ ମଧ୍ୟ ହୋଇଥାଏ । ଏହାର ପ୍ରଭାବରେ ଜୀବନରେ ପଡିବା ସହ ଅନେକ ପରିବର୍ତ୍ତନ ଘଟିଥାଏ । ୨୪ ଜୁନ୍‌ରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରି ସାରିଛନ୍ତି । ଏହି ରାଶିରେ ପୂର୍ବରୁ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି କାରଣରୁ ଆଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି । ଏହାଦ୍ୱାରା ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟ ଓ ଜୀବନରେ ବଡ ସଫଳତା ମିଳିଥାଏ ।

ସେହିପରି ସୂର୍ଯ୍ୟ ଦେବ ଉଦୟ ହେବା ଦ୍ୱାରା ସକରାତ୍ମକ ପ୍ରଭାବ ପଡିଥାଏ । ଜାଣନ୍ତୁ ଏଭଳି କିଛି ରାଶି ବ୍ୟକ୍ତି ବିଶେଷଙ୍କ ବିଷୟରେ ଯେଉଁମାନେ ଏହି ରାଜଯୋଗ ଓ ସୂର୍ଯ୍ୟଙ୍କ କୃପାରୁ ଅତ୍ୟନ୍ତ ଶୁଭଫଳ ପାଇବେ ।

ମେଷ- ଏହି ରାଶିଙ୍କ ସ୍ୱାମୀ ମଙ୍ଗଳ ଗ୍ରହ । ମଙ୍ଗଳଙ୍କ ସହ ସୂର୍ଯ୍ୟଙ୍କ ମିତ୍ରତା ଭାବ ରହିଛି ବୋଲି କୁହାଯାଏ । ତେଣୁ ସୂର୍ଯ୍ୟଦେବଙ୍କ କୃପା ସର୍ବଦା ଏହି ରାଶିଙ୍କ ଉପରେ ରହିଥାଏ । ଏହି ରାଶି ହଠାତ୍‌ ସଫଳତା ଓ ଧନ ପ୍ରାପ୍ତି ହୋଇଥାଏ । ଜୀବନରେ ସର୍ବଦା ସୁଖସମୃଦ୍ଧି ରହିଥାଏ । ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ସାହସୀ ସହ ଏମାନେ ଆତ୍ମବିଶ୍ୱାସୀ ମଧ୍ୟ । ଯେଉଁ କାମରେ ହାତ ଦିଅନ୍ତି ନିଶ୍ଚୟ ପୂରଣ କରନ୍ତି । ନିଶ୍ଚୟ ଏମାନଙ୍କୁ ସଫଳତା ମିଳିଥାଏ ।

ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆମଦାନୀରେ ବୃଦ୍ଧି ହେବ । ଘର କିମ୍ବା ଗାଡି କିଣିବାର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି ।

ସିଂହ- ଏହି ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଦେବତା । ଏମାନଙ୍କ ନିକଟରେ ନେତୃତ୍ୱ ନେବାର କ୍ଷମତା ଥାଏ । କର୍ମକ୍ଷେତ୍ରରେ ଖୁବ୍‌ ସଫଳତା ମିଳିଥାଏ । ହଠାତ୍‌ ଏମାନେ ଧନୀ ହୁଅନ୍ତି ।

କନ୍ୟା- ଅନେକ ଦିନର ଇଚ୍ଛା ପୂରଣ ହେବ । ଧନ ଲାଭର ଯୋଗ ରହିଛି । ନୂଆ ଗାଡି କିଣିବାର ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

ଧନୁ- ଏମାନେ ଜୀବନରେ ସଫଳତା ସହ ସମ୍ମାନ ପାଇଥାନ୍ତି । ସମସ୍ୟା ଆସିଲେ ମଧ୍ୟ ଦୂର ହୋଇଥାଏ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ସମସ୍ୟା ଦୂର ହେବ । ଆୟରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଯାତ୍ରାର ଯୋଗ ରହିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.