ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିଂହ ରାଶିରେ କେତୁ ଗୋଚର, ଏହି ୪ ରାଶିର ବ୍ୟକ୍ତି ହେବେ ଲାଭବାନ୍‌

Published By : Harapriya Sethi | January 8, 2025 11:52 AM

ଭୁବନେଶ୍ୱର,୦୮/୦୧: ୨୦୨୫ରେ ରାଶି ପରିବର୍ତ୍ତନ କରିବେ କେତୁ । କେତୁର ପରିବର୍ତ୍ତନ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ ପ୍ରଭାବ ପକାଇବ । ସାଧାରଣତଃ ଜ୍ୟୋତିଷଶାସ୍ତ୍ରରେ କେତୁକୁ ମାୟାର ଗ୍ରହ ବୋଲି ଗଣନା କରାଯାଏ । କେତୁ ଗୋଚର ରାଶିଗୁଡ଼ିକ ଉପରେ କେବଳ ଖରାପ ପ୍ରଭାବ ପକାଇଥାଏ ତାହା ନୁହେଁ, ନିଜର ସ୍ଥିତିର ଆଧାରରେ ଏହା ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ କରିଥାଏ । ଚଳିତ ବର୍ଷ ମେ ୧୮ ତାରିଖ ସନ୍ଧ୍ୟା ୪ଟା ୩୦ରେ କନ୍ୟା ରାଶିରୁ ବାହାରି ସିଂହ ରାଶିରେ ଗୋଚର କରିବେ କେତୁ । ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ତେଣୁ କେତୁ ସିଂହ ରାଶିରେ ଗୋଚର କରିବା ଦ୍ୱାରା କିଛି ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବେ । ଏହା ପରେ ୨୦୨୬ ଡିସେମ୍ୱର ୫ତାରିଖରେ କେତୁ କର୍କଟ ରାଶିରେ ଗୋଚର କରିବେ। 

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ କେତୁ ଗୋଚର ବେଶ୍‌ ଲାଭଦାୟକ ହେବ । ମିଥୁ ରାଶିର ତୃତୀୟ ଭାଗରେ କେତୁ ପ୍ରବେଶ କରୁଥିବାରୁ ଆୟର ନୂତର ସ୍ରୋତ ମିଳିବ ଏବଂ ଅର୍ଥର ଅଭାବ କମିବ । ଆତ୍ମବିଶ୍ୱାସ ବଢିବ । ଏହା ସହିତ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ ।

ବିଛା ରାଶି- ବିଛା ରାଶିର ଦଶମ ଭାଗରେ କେତୁ ଗୋଚର ହେଉଥିବାରୁ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହା କ୍ୟାରିଅରରେ ଉନ୍ନତି ଏବଂ ଧନ ଆଗମନ ତଥା ସମ୍ମାନରେ ବୃଦ୍ଧିର ସଂକେତ ଦେଇଥାଏ । ଚାକିରୀ ଏବଂ ବ୍ୟବସାୟରେ କିଛି ଭଲ ମଉକା ମଧ୍ୟ ମିଳିବ । କାର୍ଯ୍ୟସ୍ଥଳରେ ସିନିଅରଙ୍କ ସହଯୋଗ ମିଳିବ । କେବଳ ସେତିକି ନୁହେଁ, ପୁଞ୍ଜି ନିବେଶ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଜ୍ୟୋତିର୍ବିଦମାନେ ଗଣନା କରିଛନ୍ତି । 

ସିଂହ ରାଶି- ସିଂହ ରାଶିରେ କେତୁ ପ୍ରବେଶ କରିବା ଫଳରେ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ହେବ । ପୂର୍ବପେକ୍ଷା ଆର୍ଥିକ ସ୍ଥିତି ଉନ୍ନତ ହେବ । ଜୀବନସାଥିଙ୍କ ସହଯୋଗ ମିଳିବ । ଆତ୍ମବିଶ୍ୱାସ ବଢିବ । ସଞ୍ଚୟ କରିବାରେ ସଫଳ ହେବେ । ବ୍ୟବସାୟ ଏବଂ ଚାକିରୀରେ ପଦୋନ୍ନତି ହେବ । କାର୍ଯ୍ୟରେ ଆସୁଥିବା ବାଧା ବିଘ୍ନ ଶେଷ ହେବ । ଭୂମି, ଘର କିମ୍ୱା କୌଣସି ଯାନବାହନ କିଣିବାର ସଂଯୋଗ ହେବ ।

ଧନୁ ରାଶି- ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ କେତୁ ଗୋଚର ଲାଭ ଦାୟକ ପ୍ରମାଣିତ ହେବ । ପିତାଙ୍କ ସହଯୋଗରେ ଆର୍ଥିକ ଲାଭ ହେବ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ । ଚାକିରୀରେ ଭଲ ଅବସରର ପ୍ରାପ୍ତି ହେବ ଏବଂ ସିନିଅରଙ୍କ ସହଯୋଗ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.