ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମେଷ ଠୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ପୌଷ ପୁତ୍ରଦା ଏକାଦଶୀରେ କରନ୍ତୁ ଏହି ଉପାୟ, ମିଳିବ ସୌଭାଗ୍ୟ-ସମୃଦ୍ଧିର ବରଦାନ

Published By : Anindita | January 9, 2025 2:47 PM

ପୌଷ ପୁତ୍ରଦା ଏକାଦଶୀ। ସନାତନ ଧର୍ମରେ ଏହି ଏକାଦଶୀର ରହିଛି ବିଶେଷ ମହତ୍ତ୍ଵ। ପୌଷ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥିକୁ  ପୁତ୍ରଦା ଏକାଦଶି କୁହାଯାଏ। ଯାହା  ଆସନ୍ତା ୧୦ ତାରିଖ ପଡୁଛି। ସନ୍ତାନଙ୍କ ମଙ୍ଗଳ କାମନା ପାଇଁ କରାଯାଏ ପୌଷ ପୁତ୍ରଦା ଏକାଦଶୀ। ଏହି ଦିନ ଶ୍ରୀହରିଙ୍କୁ ପୂଜା କଲେ ମୃତ୍ୟୁ ପରେ ପରିତ୍ରାଣ ମିଳେ ବୋଲି ରହିଛି ବିଶ୍ଵାସ। ତେବେ ଏହି ଦିନ କଣ କଲେ ଭଗବାନ ବିଷ୍ଣୁଙ୍କ କୃପା ମିଳିବ ଓ ଘରେ ସୁଖ ସମୃଦ୍ଧି ବଢିବ ? ଆସନ୍ତୁ ଜାଣିବା । 

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନେ ପୁତ୍ରଦା ଏକାଦଶୀରେ ଉପବାସ କରନ୍ତି, ସେମାନେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଆନ୍ତି। ଏଥିସହ ଭଗବାନଙ୍କ କୃପାରୁ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ବଢ଼ିଥାଏ। ପିଲାମାନଙ୍କ ପାଇଁ ସୁଖ କାମନା କରିବା ପାଇଁ ପୌଷ ପୁତ୍ରଦା ଏକାଦାଶୀ ଉପବାସକୁ ସ୍ୱତନ୍ତ୍ର ବିବେଚନା  କରାଯାଏ। ମେଷ ରାଶି,ଏହି ରାଶିର ବ୍ୟକ୍ତି ବିଶେଷ ପୁତ୍ରଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଗଙ୍ଗା ପାଣିରେ ଅଭିଷେକ କରିବା ଉଚିତ । ସେହିପରି ବୃଷ ରାଶି,ଏହି ରାଶିର ବ୍ୟକ୍ତିମାନେ ଓମ୍ ନାମୋ ନାରାୟଣ ନାମ ଜପ କରନ୍ତୁ । ମିଥୁନ ରାଶି,  ପୌଷ ପୁତ୍ରଦା ଏକାଦଶୀରେ ଏହି ରାଶିର ବ୍ୟକ୍ତି ଭଗବାନ ବିଷ୍ଣୁଙ୍କୁ ବେସନ ଲଡ଼ୁର ଭୋଗ ଲଗାନ୍ତୁ ।  କର୍କଟ ରାଶି,ଏହି ରାଶିର ବ୍ୟକ୍ତି ବିଶେଷ ଏହି ଏକାଦଶୀରେ ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଉଚିତ୍ ।ସିଂହ ରାଶି, ପୌଷ ପୁତ୍ରଦା ଏକାଦଶୀରେ ସିଂହ ରାଶିର ବ୍ୟକ୍ତି ଭଗବାନ ବିଷ୍ଣୁଙ୍କୁ ପଞ୍ଚାମୃତରେ ସ୍ନାନ କରାଇବା ସହ ଗୁଡ଼ ଭୋଗ ଲଗାନ୍ତୁ । 

କନ୍ୟା ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଏହି ଏକାଦଶୀରେ  ପ୍ରଭୁ ବିଷ୍ଣୁଙ୍କୁ ହଳଦିଆ ଚନ୍ଦନ ଲଗାନ୍ତୁ । ସେହିପରି ତୁଳା ରାଶି, ଏହି ରାଶି ବ୍ୟକ୍ତିମାନେ ଏକାଦାଶୀରେ ପ୍ରଭୁ ବିଷ୍ଣୁଙ୍କୁ କଞ୍ଚା କ୍ଷୀର ଏବଂ ଗଙ୍ଗା ପାଣିରେ ଅଭିଷେକ କରନ୍ତୁ।ବିଛା ରାଶି, ଭଗବାନ ବିଷ୍ଣୁଙ୍କୁ ଦହି ଏବଂ ମହୁରେ ଅଭିଷେକ କରନ୍ତୁ । ଧନୁ ରାଶି, ଏହି ରାଶିର ବ୍ୟକ୍ତି ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ପ୍ରଦାନ କରି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ମକର ରାଶି, ଏହି ରାଶିର ବ୍ୟକ୍ତି ଏହି ଏକାଦଶୀ ଦିନ ବିଷ୍ଣୁ ଚଲିସା ପାଠ ପାଠ କରନ୍ତୁ । କୁମ୍ଭ ରାଶି, ଏହି ରାଶି ଲୋକମାନେ ଭଗବାନ ବିଷ୍ଣୁଙ୍କୁ ଗୁଡ଼ ଓ ଚଣା ଡ଼ାଲିର ଭୋଗ ଲଗାନ୍ତୁ। ମୀନ ରାଶି, ପୁତ୍ରଦା ଏକାଦାଶୀରେ ଭଗବାନ ବିଷ୍ଣଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଏହି ରାଶି ବ୍ୟକ୍ତିମାନେ ଓମ୍ ବିଷ୍ଣବେ ନମଃ ମନ୍ତ୍ର ଜପ କରନ୍ତୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.