ମେଷ : ଦଶମ ଓ ଏକାଦଶ ଚନ୍ଦ୍ର ଏବଂ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଧନର ସତ୍ ବିନିଯୋଗ କରିବେ । ଆୟର ନୂତନ ମାର୍ଗ ଖୋଲିବ ଏବଂ ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ରହିବ । ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।
ବୃଷ: ନବମ ଓ ଦଶମ ଚନ୍ଦ୍ର, ଶୁକ୍ରବାର ଏବଂ ଘାତତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ରହିବ । କର୍ମ ପ୍ରତି ଅଧିକ ଧ୍ୟାନ ରହିବା ସହିତ ସମସ୍ତ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ହେବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ନୂତନ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।
ମିଥୁନ: ସକାଳ ୧୦ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ମୃଗଶିରା ମିଥୁନ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ: ମେରୁନ୍, ସଂଖ୍ୟା: ୪, ଆରାଧନା: ମା’ ତ୍ରିପୁର ସୁନ୍ଦରୀ ।
କର୍କଟ : ସକାଳ ୧୦ଟା ୪୭ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ମଧ୍ୟମ ଧରଣର ଶୁଭଫଳ ମିଳିବ । ଏହା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ କଷ୍ଟ ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୁଷ୍ୟା କର୍କଟ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ: ଧଳା, ସଂଖ୍ୟା : ୫, ଆରାଧନା : ମା’ ସମଲେଶ୍ୱରୀ ।
ସିଂହ : ସକାଳ ୧୦ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ପରିବାରରେ ଅଶାନ୍ତି, ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଓ କର୍ମରେ ସେତେଟା ସଫଳତା ମିଳିବ ନାହିଁ । ଏହା ପରେ ସପ୍ତମ ଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ଯୋଗୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୂର୍ବାଫାଲ୍ଗୁନୀ ସିଂହ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ: ଗୋଲାପି, ସଂଖ୍ୟା : ୬, ଆରାଧନା : ମା’ ମାତଙ୍ଗୀ ।
କନ୍ୟା : ପଞ୍ଚମ ଓ ଷଷ୍ଠ ଚନ୍ଦ୍ର, ଶୁକ୍ରବାର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ସାମୟିକ ଭାବେ ମୁକ୍ତି ମିଳିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ: ସବୁଜ, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।
ତୁଳା : ସକାଳ ୧୦ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଅଶୁଭଫଳ ମିଳିବ ଏବଂ ମନ ଅସ୍ଥିର ରହିବ । ଏହାପରେ ପଞ୍ଚମ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ହୃତ ଗୌରବ, ସମ୍ମାନ ଫେରି ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ସ୍ୱାତୀ ଓ ବିଶାଖା ତୁଳା, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୧୨, ଆରାଧନା : ମା’ ସମଲେଶ୍ୱରୀ ।
ବିଛା : ଘାତବାର ଏବଂ ସକାଳ ୧୦ଟା ୪୭ ମିନିଟ୍ ପରେ ଚତୁର୍ଥ ଚନ୍ଦ୍ର, ଚତୁର୍ଥୀ ତିଥି ଯୋଗୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ମତାନ୍ତର, ପଡ଼ୋଶୀଙ୍କ ସହ ତିକ୍ତତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ପ୍ରଭୁ ସ୍କନ୍ଦ ।
ଧନୁ : ଘାତବାର ଏବଂ ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।
ମକର : ଶ୍ରୀଚନ୍ଦ୍ର ଏବଂ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଶୁକ୍ରବାର ଯୋଗୁ ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ହୃତ ଧନ ଫେରିପାଇବେ । ଖର୍ଚ୍ଚ ଅପେକ୍ଷା ସଂଚୟରେ ଅଧିକ ଆଗ୍ରହ ରହିବ ଏବଂ ଧନର ସତ୍ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଯେଉଁମାନଙ୍କର ଶ୍ରବଣା ମକର, ମୋନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।
କୁମ୍ଭ : ସକାଳ ୧୦ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ, ବ୍ୟବସାୟରେ ଅଶୁଭଫଳ ମିଳିବ । ଏହା ପରେ ଶ୍ରୀଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ସଫଳତା ଅଧିକ ମିଳିବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ବିମଳା ।
ମୀନ : ଘାତବାର ଏବଂ ସକାଳ ୧୦ଟା ୪୭ ମିନିଟ୍ ପରେ ଘାତଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୯, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ,
ଯୋଗାଯୋଗ : ୯୪୩୭୧୩୩୪୭୩