ମେଷ: ୧୪.୫.୨୦୨୫ ପର୍ଯ୍ୟନ୍ତ ବୃହସ୍ପତି ଦ୍ୱିତୀୟ, ୨୯.୦୩.୨୦୨୫ ପର୍ଯ୍ୟନ୍ତ ଶନି ଏକାଦଶୀ ଯୋଗୁ ସୋ ସମୟ ପର୍ଯ୍ୟନ୍ତ ସବୁ ବର୍ଗକ ମେଷ ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭ ଫଳ ପାଇବେ । ଧନ ସମ୍ପଦ ବୃଦ୍ଧି ପାଇବ ଏବଂ ନୂତନ ଭୂମି, ଯାନବାହନ, ମୂଲ୍ୟବାନ ଧାତୁ କ୍ରୟ କରିବେ ଏବଂ ଗୃହ ନିର୍ମାଣ ଓ ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିବେ । ବ୍ୟବସାୟୀମାନେ ବ୍ୟବସାୟରେ ଉତ୍ତମ ଆୟ କରିବେ ଏବଂ ନୂତମ ବ୍ୟବସାୟ କିମ୍ୱା ବ୍ୟବସାୟର ଶାଖା ବଢାଇ ପାରନ୍ତି । ବ୍ୟବସାୟ କର୍ମରେ ଦୂର ଯାତ୍ରା କିମ୍ୱା ବିଦେଶ ଯାତ୍ରା କରିପାରନ୍ତି ଏବଂ କର୍ମଜୀବୀମାନେ କର୍ମରେ ଉନ୍ନତି କରିବେ ଏବଂ ଉଚ୍ଚ ପଦବୀଯୁକ୍ତ ହେବେ । ବୈବାହିକ ଆଶାୟୀମାନଙ୍କର ବୈବାହିକ କର୍ମର ଆୟୋଜନ ହେବ ଏବଂ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନେ ପ୍ରେମରେ ସଫଳ ହେବେ । ଗୃହିଣୀମାନେ ସମସ୍ତ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖାବାରେ ପ୍ରୟାସ କରିବେ ଏବଂ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହେବେ । ୧୪.୦୫.୨୦୨୫ ପରେ ବୃହସ୍ପତି ଦ୍ୱିତୀୟ ଓ ୨୯.୦୩.୨୦୨୫ ପରେ ଶନି, ଦ୍ୱାଦଶ ହେଉଥିବାରୁ ବର୍ଷର ଶେଷ ଭାଗରେ ଭାତୃବିବାଦ, ଅଯଥା ଖର୍ଚ୍ଚ, ପରିବାରରେ ମତାନ୍ତର, ଆର୍ଥିକ କ୍ଷତିରେ ପଡ଼ି ପାରନ୍ତି । ବ୍ୟବସାୟରେ ବ୍ୟବସାୟୀମାନେ କ୍ଷତିର ସମ୍ମୁଖୀନ ହେବେ । କର୍ମଜୀବୀମାନେ କର୍ମରେ ସଫଳତା କମ୍ ପାଇବେ ଏବଂ ସହକର୍ମାଙ୍କ ବିରୋଧର ସମ୍ମୁଖୀନ ହେବେ । ବୈବାହିକ ଆଶାୟୀଙ୍କ ବିବାହରେ ବିଳମ୍ୱ ଓ ବିଘ୍ନ ଦେଖାଦେବ । ଶିକ୍ଷାର୍ଥୀମାନେ ଶିକ୍ଷାରେ ଅବହେଳା କରିବେ ଏବଂ ଗୃହିଣୀମାନେ ଶାରୀରିକ ପୀଡ଼ା ଭୋଗିବେ । ଏଣୁ ଏହି ରାଶିର ବ୍ୟକ୍ତିମାନେ ଶନି ଏବଂ ବୃହସ୍ପତିର କବଚ କିମ୍ୱା ବ୍ରହ୍ମଯଷ୍ଟି ଓ ବାଡ଼ି ଅଁଳା ଚେରକୁ ଧାରଣ କରି ମନ୍ତ୍ରପାଠ କରିଲେ ସୁଫଳ ପାଇବେ । ଯେଉଁମାନଙ୍କର ଅଶ୍ୱିନୀ ଓ ମୃତ୍ତିକା ମେଷ, ସେମାନେ ସତର୍କ ହେବେ ।
ବୃଷ: ବର୍ଷର ପ୍ରଥମାର୍ଶ୍ଵରେ ଅଶୁଭ ଫଳ ପାଇବେ । ବ୍ୟବସାୟୀମାନେ ବ୍ୟବସାୟରେ ମଧ୍ୟମ ଧରଣର ଆୟ କଲେ ମଧ୍ୟ କର୍ମଚାରୀ ସମସ୍ୟା ଭୋଗିବେ ଏବଂ ବ୍ୟବସାୟରେ ଉନ୍ନତି ହେବ ନାହିଁ । କର୍ମଜୀବୀମାନେ କର୍ମରେ ବାଧାବିଘ୍ନ, ସହକର୍ମୀଙ୍କ ବିରୋଧ ଓ ପଦସ୍ତ ଅଧିକାରୀଙ୍କ ରୋଷର ଶିକାର ହେବେ । କର୍ମରେ ବହୁବିଧ ସମସ୍ୟା ଓ ପରିଶ୍ରମ ତୁହଳରେ ସଫଳତା ପାଇବେ ନାହିଁ । ବୈବାହିକ ଆଶାୟୀଙ୍କର ବିବାହରେ ବିଘ୍ନ ଦେଖାଦେବ ଏବଂ ପ୍ରେମ ସମ୍ପର୍କରେ ବା ବ୍ୟକ୍ତିମାନଙ୍କର ପ୍ରେମରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀମାନେ ଶିକ୍ଷାରେ ଅବହେଳା କରିବେ ଏବଂ ଉଚ୍ଚଶିକ୍ଷାରୁ ବଞ୍ଜିତ ହେବେ । ଗୃହିଣୀମାନେ ଶରୀରିକ, ମାନସିକ ଅବସାଦରେ ରହିବେ । ସବୁ ବର୍ଗର ବ୍ୟକ୍ତିମାନଙ୍କର ଏ ସମୟ ମଧ୍ୟରେ ମାନସିକ, ପାରିବାରିକ ଅଶାନ୍ତି, ନିଜର ଲୋକ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ମତଭେଦ, ଶାରୀରିକ ପୀଡ଼ା ଭୋଗିବେ। ୧୪.୦୫.୨୦୨୫ ପରେ ବୃହସ୍ପତି ଦ୍ଵିତୀୟ ଓ ଶନି ଏକାଦଶ ଯୋଗୁ ସବୁ ବର୍ଗର ବ୍ୟକ୍ତିମାନେ ଅତ୍ୟଧିକ ଶୁଭଫଳ ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ । କର୍ମଜୀବୀମାନେ ଉଚ୍ଚ ପଦବୀ ଏବଂ କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ । ବୈବାହିତ ଆଶାୟୀଙ୍କ ବିବାହ କର୍ମରେ ସୁଧାର ଆସିବ । ଶିକ୍ଷାର୍ଥୀମାନେ ଭଳ ଶିକ୍ଷା ଲାଭ କରିବେ । ଗୃହିଣୀମାନେ ସର୍ବଗୁଣ ସମ୍ପନ୍ନା ହେବେ ଏବଂ ସମସ୍ତଙ୍କର ମନ ଜଣିବାରେ ସମର୍ଥ ହେବେ । ସବୁ ବର୍ଗର ବ୍ୟକ୍ତିମାନେ ଧନ, ମାନ, ସମ୍ମାନ ଓ ସୌଭାଗ୍ୟର ଅଧୁକାରୀ ହେବେ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଅଧିକ ଉପକୃତ ହେବେ । ପ୍ରତିକାରର ଆବଶ୍ୟକତା ନାହିଁ ।
ମିଥୁନ: ୧୪.୦୫.୨୦୨୫ରିଖ ପର୍ଯ୍ୟନ୍ତ ବୃଦଗତି ଦ୍ବାଦଶ, ୨୯.୦୩.୨୦୨୫ରିଖ ପର୍ଯ୍ୟନ୍ତ ଶନି ନବମ, ୧୮,୦୫ ପର୍ଯ୍ୟନ୍ତ ଦଶମ ଓ ଚତୁର୍ଥ ଭାଗରେ ରହିଛନ୍ତି । ତେଣୁ ମିଥୁନ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ୧୪.୦୫ ପର୍ଯ୍ୟନ୍ତ ଅଯଥା ଖର୍ଚ୍ଚ, ମାନ, ସମ୍ମାନ ହାନି, ଗୁରୁଜନଙ୍କ ସହ ବିବାଦ, କ୍ଷମତଣାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟଙ୍କିଙ୍କ ଆକ୍ରୋଶର ଶିକାର ହେବେ । ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ ଏବଂ ଜନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଓ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ । ଏ ସମୟ ମଧ୍ୟରେ ବ୍ୟବସାୟୀମାନଙ୍କର ଅୟଠାରୁ ବ୍ୟୟ ତ୍ରିଗୁଣ ହେବ ଏବଂ ବ୍ୟବସୟରେ ମାନ୍ଦାବସ୍ଥା ଲାଗି ରହିବ । କର୍ମଜୀବୀମାନେ କର୍ମରେ ଅବହେଳା କରିବେ ଏବଂ ସମସ୍ତ କର୍ମ ବିବାଦୀୟ ହେବ । ବୈବାହିକ ଆଶାୟୀମାନଙ୍କର ବିବାହରେ ବିଳମ୍ବ ଘଟିବ ଏବଂ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କର ପ୍ରେମରେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ରହିବ । ଶିକ୍ଷାର୍ଥୀମାନେ ପସନ୍ଦ ମୁତାବକ ଅନୁଷ୍ଠାନରେ ଯୋଗ ଦେବାରେ ବଧା ଉପୁଜିବ ଏବଂ ଶିକ୍ଷା ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଗୃହିଣୀମାନେ ଶାରୀରିକ ଓ ମାନସିକ ଉଇଲେ ପୀଡ଼ା ପାଇବେ ଏବଂ ପରିବାରରେ ଅଶାରି ଭଲ ପୂଲ୍ୟବାନ ଓ ଗୁରୁଙ୍କ କବନ ଧାରଣ କରି ମନ୍ତ୍ର ପଢ଼ିବା ବିଧେୟ ।
କର୍କଟ : ୧୪.୦୫.୨୦୨୫ ପର୍ଯ୍ୟନ୍ତ ବୃହସ୍ପତି ଏକାଦଶ, ୨୯.୦୩.୨୦୨୫ ଅଷ୍ଟମ ଯୋଗୁ ଏହି ରାଶିର ସବୁ ବର୍ଗର ବ୍ୟକ୍ତିମାନେ ବର୍ଷରେ ପ୍ରଥମ ପାଞ୍ଚମାସ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତିରେ ଉନ୍ନତି, ଆକସ୍ମିକ ଧନ ଲାଭ ଏବଂ ଆୟର ନୂତନ ମାର୍ଗ ଖୋଲିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିଲେ ମଧ୍ୟ ଶନି ଅଷ୍ଟମରେ ଥିବା ଯୋଗୁ ଶାରୀରିକ ପୀଡ଼ା, ସମସ୍ତ କର୍ମରେ ବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେବ। ଏ ସମୟ ମଧ୍ୟରେ ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ ଏବଂ ନୂତନ ବ୍ୟବସାୟର ଯୋଜନା କରିବେ । ମୁଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ । କର୍ମଜୀବୀମାନେ ଉଚ୍ଚ ପଦବୀ ପାଇବେ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଚାକିରୀରେ ନିଯୁକ୍ତି ପାଇ ପାରନ୍ତି କିମ୍ବା ନୂତନ କର୍ମାରମ୍ଭ କରିପାରନ୍ତି । ବୈବାହିକ ଆଶାୟୀଙ୍କ ବୈବାହିକ କର୍ମ ସମ୍ପନ୍ନ ହେବ ଏବଂ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନେ ପ୍ରେମରେ ସଫଳ ହେବେ । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇବେ କିମ୍ବା ନିଜ ମନ ପସଦର ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଲର ସୁଯୋଗ ପାଇବେ। ଗ୍ରହିଣୀମାନେ ଘର ଚଳାଇବାରେ ଏବଂ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସାମର୍ଥ୍ୟ ହାସଲ କରିବେ । ବୃହସ୍ପତି ଦ୍ବାଦଶ, ଶତି ନବମ ଯୋଗୁ ସବୁ ବର୍ଗର ବ୍ୟକ୍ତିମାନେ ଅପମାନ, ଅପଯଶ ପାଇବେ । ପରିବାରରେ ଅଶାନ୍ତି, ନିଜର ଲୋକମାନଙ୍କ ସହ ଶତ୍ରୁତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ବ୍ୟବସାୟୀମାନେ ବ୍ୟବସୟରେ କ୍ଷତି ସହିବେ ଏବଂ ବ୍ୟବସାୟରେ ଅସ୍ଥିରତା ଲାଗି ରହିବ । କର୍ମଜୀବୀମାନେ କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ିବେ ଏବଂ କର୍ମପ୍ରତି ବିପଦ ଆସିପାରେ। ବୈବାହିକ ଆଶାୟୀମାନଙ୍କର ବିବାହରେ ବାଧା ସହିବେ ଏବଂ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ବାଧା ଓ ବିଘ୍ନ ଆସିପାରେ। ଚାକିରା ଆଶାୟୀ କର୍ମନିଯୁକ୍ତି ପାଇପାରିବେ ନାହିଁ ଏବଂ ବିଦ୍ୟାର୍ଥୀମାନେ ବିଦ୍ୟାରେ ଅସଫଳ ହୋଇପାରନ୍ତି। ଯେଉଁମାନଙ୍କର ପୁଷ୍ୟା କର୍କଟ, ସେମାନେ ସତର୍କ ହେବେ । ମଇ ମାସ ଘରେ ଶନି ଏବଂ ଗୁରୁଙ୍କ କବତ ଧାରଣ କରି ମନ୍ତ୍ର ପଢିବା ବିଧେୟ ।
ସିଂହ : ୧୪.୦୫.୨୦୨୫ ପର୍ଯ୍ୟନ୍ତ ଦୂହବତି ଦଶମ, ୨୯.୦୩.୨୦୨୫ ପର୍ଯ୍ୟନ୍ତ ଏନି ସପ୍ତମ ଯୋଗୁ ସବୁ ବର୍ଗର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ମୃତିରେ ଉନ୍ନତି ଆସିଲେ ମଧ୍ୟ ପାରିବାରିକ ଅଶାନ୍ତି, ଶାରୀରିକ ପୀଡ଼ା, ସମସ୍ତ କର୍ମରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ଘଟିପାରେ । ୧୮.୦୫ ପର୍ଯ୍ୟନ୍ତ ବାବୁ ଅଷ୍ଟମରେ ରହୁଥିବାରୁ ଦୁର୍ଘଟଣା, ଅପରେସନ, ଟ୍ରାନ୍ସଫର ଆଦି ଘଟଣାରେ ବିଚଳିତ ହୋଇ ପାରନ୍ତି । କେବଳ ଆର୍ଥକ ପ୍ରତି ବ୍ୟତୀତ ସମସ୍ତ ବର୍ଗର ବ୍ୟକ୍ତିମାନେ ଅନ୍ୟ ସମସ୍ତ କ୍ଷେତ୍ରରେ କ୍ଷତି ଓ ବାଧାଦିପୁର ନକୁଳ ହେବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତିରେ ସୁଧାର ଏବଂ ନୂତନ ବ୍ୟବସାୟ ପାଇଁ ଉଦ୍ୟମ କରିବେ । କର୍ମଜୀବୀମାନେ ପ୍ରଶଂସିତ ହେବେ ଏବଂ ଚାକିରା ଆଶୟା ନୂତନ ନିଯୁକ୍ତି ପାଇବେ । ଅତିବାହିତ ପୁଅ ଓ ଝିଅଙ୍କର ବିବାହ ନେବ ଏବଂ ପ୍ରେମ ସମ୍ପର୍କରେ ସୁଧାର ଆସିବ। ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇବେ ଏବଂ ଗୃହିଣୀମାନେ ଅସ୍ତ୍ୟ ଓ ସମ୍ପଦର ଅଧିକାରୀ ହେବେ । ୧୪.୦୫ ପରେ ବୃହସ୍ପତି ଏକାଟଣ, ଶନି ଅଷ୍ଟମରେ ଅବସ୍ଥାନ କରୁଥିବାରୁ ସବୁ ବର୍ଗତ ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିଲେ ମଧ୍ୟ ମାନସିକ, ପାରିବାରିକ ଅଶତି, ଶାରୀରିକ ପୀଡ଼ା ଏବଂ ସମସ୍ତ କର୍ମରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ଉଚ୍ଚତଃ ଫାଲ୍ଗୁନା ସିଂହ, ସେମାନେ ସତର୍କ ହେବେ । ଏଣୁ ଏହି ପାଣିର ବ୍ୟକ୍ତିମାନେ ଶନିଙ୍କ ସବତ କିମ୍ବା ବାଢ଼ି ଅଁଳା ଢେର ଧାରଣ କରି ମନ୍ତ୍ର ପଢ଼ିନା ବିଧେୟ ।
କନ୍ୟା : ମଇ ମାସ ୧୪ ତାରିଖ ପର୍ଯ୍ୟନ୍ତ ବୃହସ୍ପତିଙ୍କ ନବମ, ରାଜୁ ସପ୍ତମ ଓ କେତୁ ଜନ୍ମ ଯୋଗୁ ସମସ୍ତ ପ୍ରକାର ଶୁଭଫଳ ପାଇବେ । ସବୁ ବର୍ଗର ବ୍ୟକ୍ତିମାନେ ନୂତନ ଭୂମି, ଯାନବାହନ, ଧାତୁ କ୍ରୟ କରିବେ ଏବଂ ଗୃହ ନିର୍ମାଣ, ଗୃହାରମ୍ଭ, ନୂତନ ବ୍ୟବସାୟ ଆରମ୍ଭ, କର୍ମାରମ୍ଭ ଆଦି କରିପାରନ୍ତି । ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିକ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଭଲମ ଆଉ କରିବେ। କର୍ମଜୀବୀମାନେ ଉଚ୍ଚ ପଦବୀ ଓ ପ୍ରମୋଶନ ପାଇବେ । ନିତି ଆଶାୟୀ ନିଯୁକ୍ତି ପାଇବେ । ବିଦ୍ୟାର୍ଥୀ ଜଳ ଶିକ୍ଷା ପାଇବାରେ ସଫଳ ଏବଂ ପ୍ରଶଂସିତ ହେବେ । ଅତିବାହିତ ପୁଅ ଓ ଝିଅଙ୍କ ବିବାହ ହେବ ଏବଂ ପ୍ରେମରେ ଥିଳବା ବ୍ୟକ୍ତିମାନେ ପ୍ରେମରେ ସଫଳ ହେବେ । ଗୃହିଣୀମାନେ ଲକ୍ଷ୍ମୀଦତ୍ତା ହେବେ । ଏ ସମୟ ପରେ ଦୃହସ୍ପତି ଦଶମ ଓ ଶନି ସପ୍ତମରେ ଅବସ୍ଥାନ କରୁଥିବାରୁ ସବୁ କ୍ଷେତ୍ରରେ ସଫଳତା ମିଳିଲେ ମଧ୍ୟ ପାରିବାରିକ ଅଶାନ୍ତି, ପରିଚିତ ମହିଳାଙ୍କଠାରୁ ଅପମାନ କିମ୍ବା ତାଙ୍କ ଯୋଗୁ ବିବାଦରେ ପଢ଼ିପାରନ୍ତି । ପରିବାରରେ ଅଶାଳି ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ଗରିବ ଏବଂ ଧର୍ମପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଯେଉଁମାନଙ୍କର ଉଚ୍ଚରା ଫାଲଗୁନା କନ୍ୟା, ସେମାନେ ସତର୍କ ହେବେ । ଏଣୁ ରାଶିର ବ୍ୟକ୍ତିମାନେ ଶନିଙ୍କ କବଚ କିମ୍ବା ବାଡ଼ି ଅଁଳା ଚେର ଧାରଣ କରି ମନ୍ତ୍ର ପାଠ କଲେ ସ୍ଥିତିରେ ସୁଧାର ଆସିବ।
ତୁଜା : ୧୪.୦୫.୨୦୨୫ ପର୍ଯ୍ୟନ୍ତ ବୃହସ୍ପତି ଅଷ୍ଟମ, ଶନି ପଞ୍ଚମ, କେନ୍ଦ୍ର ଦ୍ବାଦଶରେ ଅବସ୍ଥାନ କରୁଥିବାରୁ ଏହି ରାଶିର ସବୁ ବର୍ଗର ବ୍ୟକ୍ତିମାନେ ବର୍ଷ ଆରମ୍ଭରୁ ମଇ ମାସ ପର୍ଯ୍ୟନ୍ତ ଆର୍ଥକ, ମାନସିକ, ଶାରୀରିକ, ପାରିବାରିକ ସମସ୍ୟା ଭୋଗ କରିବେ। ବ୍ୟବସାୟୀମାନେ କ୍ଷତି ସହିବେ । କର୍ମଜୀବୀମାନେ କର୍ମସ୍ଥାନରେ ସମସ୍ୟା ଲାଗି ରହିବ ଏବଂ ସମସ୍ତ କର୍ମ ବିବାଦୀୟ ହେବ। ଅବିବାହିତ ପୁଅ, ଝିଅଙ୍କ ବିବାହରେ ସମସ୍ୟା ଆସିବ ଏବଂ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନେ ପ୍ରେମରେ ଧୋକା ଓ ଅପମାନ ପାଇବେ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷାରୁ ବଂଚିତ ହେବେ ଏବଂ ଗୃହିଣୀମାନେ ମାନସିକ ବିଷାଦଗ୍ରସ୍ତ ହେବେ । ଏ ସମୟ ପରେ ବୃହସ୍ପତି ନବମ, ଶନି ଷଷ୍ଠ ଯୋଗୁ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ ଏବଂ ଧନ, ସମ୍ପଦ, ନୂତନ ଚାକିରୀ, ନୂତନ ବ୍ୟବସାୟ ବର୍ଗର ବ୍ୟକ୍ତିମାନଙ୍କର ସବୁ କ୍ଷେତ୍ରରେ ଉନ୍ନତି ଆସିବ ଏବଂ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଯେଉଁମାନଙ୍କର ବିଶାଖା ଓ ଗାତୀ ତୁଳା, ସେମାନେ ଅତ୍ୟଧୁକ ଶୁଭଫଳ ପାଇବେ। ପ୍ରତିକାରର ଆବଶ୍ୟକତା ନାହିଁ ।
ବିଛା : ବର୍ଷ ଆରମ୍ଭରୁ ମଇ ମାସ ପର୍ଯ୍ୟନ୍ତ ଗୁରୁ ସପ୍ତମ, ଶନି ଚତୁର୍ଥ ସ୍ଥାନରେ ଅବସ୍ଥାନ ଯୋଗୁ ସବୁ ବର୍ଗର ବ୍ୟକ୍ତିମାନଙ୍କର ଆର୍ଥକ ସ୍ଥିତି ଉତ୍ତମ ରହିଲେ ମଧ୍ୟ ମାନସିକ ଅସ୍ଥିରତା, ପାରିବାରିକ ବିବାଦ, ଜମି, ମାଲିମକଦ୍ଦମା, ଜାନବାହନରେ ଖର୍ଚାନ୍ତ, ସନ୍ତାନ ଓ ପିତାମାତାଙ୍କ ଯୋଗୁ ଅସୁବିଧାରେ ପଡ଼ିବେ । ଗୌର ଭୟ, ଦୁର୍ଘଟଣା ଏ ସମୟ ମଧ୍ୟରେ ଘଟିପାରେ। ବ୍ୟବସାୟୀମାନେ ଭଲ ଆୟ କରିବେ। କର୍ମଜୀବୀମାନେ କର୍ମରେ ସୁଫଳ ପାଇବେ । ଚାକିରୀ ଆଶାୟୀ ଚାକିରୀ ପାଇବେ ଏବଂ ଅବିବାହିତ ପୁଅ ଓ ଝିଅଙ୍କ ବିବାହ ହୋଇପାରେ । ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ ଏବଂ ଗୃହିଣୀମାନେ ଯଶବାନ ହେବେ। ମଇ ମାସ ପରେ ସୁଭୁ ଅଷ୍ଟମ, ଶଳି ପଞ୍ଚମ, ଭାଜୁ ଚତୁର୍ଥ ଯୋଗୁ ବ୍ୟବସାୟୀମାନେ କ୍ଷତିର ସମ୍ମୁଖୀନ ହେବେ ଏବଂ ଆର୍ଥିକ ସମସ୍ୟାରେ ପଡ଼ିବେ । କର୍ମଜୀବୀମାନଙ୍କ କ୍ଷେତ୍ରରେ କର୍ମପ୍ରତି ଅନାଗ୍ରହ ଭାବ ଦେଖାଦେବ ଏବଂ ସମସ୍ତ କର୍ମ କଣ୍ଡଳ ସଦୃଶ ମନେ ହେବ। ଅବିବାହିତ ପୁଅ ଓ ଝିଅଙ୍କ ବିବାହରେ ବିଘ୍ନ ଘଟିକ ଏବଂ ପ୍ରେମରେ ଥିବା ବ୍ୟକ୍ତିମାନେ ଧୋକା ଖାଇବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ ଏବଂ ଗୃହିଣୀମାନେ ମାନସିକ ଓ ଶାରୀରିକ ପୀଡ଼ା ଭୋଖିବେ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସତର୍କ ହେବେ । ଏଣୁ ଶନିଙ୍କ କବଚ କିମ୍ବା ବାଡ଼ି ଅଁଳା ଚେର ଧାରଣ କରି ମନ୍ତ୍ର ପଢ଼ିବା ଉଚିତ୍ । ଶୁଭକର୍ମର ଆୟୋଜନ କରିପାରନ୍ତି । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଶୁଭଫଳ ପାଇବେ।
ଧନୁ : ମଇ ମାସ ପର୍ଯ୍ୟନ୍ତ ଦୃହସ୍ପତି ଷଷ୍ଠ, ଶନି ତୃତୀୟ ଯୋଗୁ ଏହି ରାଶିର ସବୁ ବର୍ଗର ବ୍ୟକ୍ତିମାନେ ମଧ୍ୟମ ଧରଣର ଫଳ ପାଇବେ । ବ୍ୟବସାୟୀମାନଙ୍କର ବ୍ୟବସାୟରେ ଉନ୍ନତି ଓ ସ୍ଥିତିରେ ଉନ୍ନତି ଆସିଲେ ମଧ୍ୟ କର୍ମଚାରୀ ସମସ୍ୟା, ବାହ୍ୟ ଶତ୍ରୁ ପାଇବେ। ଖର୍ଚ ଲାଗି ରହିବ । କର୍ମଜୀବୀମାନେ ସମସ୍ୟାର ଶିକାର ହେବେ । ଅବିବାହିତ ପୁଅ ଓ ଝିଅଙ୍କ ବିବାହରେ ସମସ୍ୟା ଦେଖାଦେବ ଏବଂ ପ୍ରେମରେ ଥିବା ବ୍ୟକ୍ତିମାନେ ଧୋକା ଖାଇବେ। ବିଦ୍ୟାର୍ଥୀ ପରିଶ୍ରମ ତୁଳନାରେ ସଫଳତା ପାଇବେ ନାହିଁ ଏବଂ ଗୃହିଣୀ ଶାରୀରିକ, ମାନସିକ ଓ ପାରିବାରିକ ଅଶାନ୍ତି ଭୋଗିବେ। ମଇ ମାସ ପରେ ଗୁରୁ ସପ୍ତମ, ଶତି ଚତୁର୍ଥ, ରାଜୁ ଦ୍ଵିତୀୟ ଓ ନେତୁ ନବମରେ ଯୋଗୁ ଅସମ୍ଭବକୁ ସମ୍ଭବ କରିବାରେ ସଫଳ ହେବେ ଏବଂ ସବୁ ବର୍ଗର ବ୍ୟକ୍ତିମାନଙ୍କର ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ ହେବ । ନୂତନ ଭୂମି, ଯାନବାହନ କ୍ରୟ କରିବେ ଏବଂ ନୂତନ ଜର୍ମାରମ୍ଭ ଆଦି କରିବେ ।
ମକର : ମେ ମାସ ପର୍ଯ୍ୟନ୍ତ ଗୁରୁ ପଞ୍ଚମ, ଶନି ତୃତୀୟ ଯୋଗୁଁ ସବୁ ପ୍ରକାର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ଏକ ଦ୍ଵିତୀୟ ଯୋଗୁଁ ଅଯଥା ଖର୍ଜ, ମାନସିକ ଦୁଃଶ୍ଚିନ୍ତା, ଶାରିରୀକ ପୀଡ଼ା, ଆର୍ଥିକ ଠକାମୀ ଓ ଶତ୍ରୁ ବୃଦ୍ଧି ଘଟିପାରେ । ବ୍ୟବସାୟୀମାନେ ଭଲ ଆୟ କରିବେ । କର୍ମଜୀବିମାନେ ପ୍ରମୋସନ ଓ ପଟୋନ୍ନତି ପାଇବେ । ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା, ଅବିବାହିତ ଝିଅଙ୍କର ବିବାହ ଓ ପ୍ରେମରେ ପ୍ରବେଶ କରିବେ । ଶନି ମାର୍ଚ ପରେ ତୃତୀୟ ହେଇଥିବାରୁ ଅର୍ଥିକ ସ୍ଥିତିରେ କିଛି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଅନ୍ୟ ସମସ୍ତ କ୍ଷେତ୍ରରେ କିଛି ସମସ୍ୟା ଆସିପରେ । ଶାରିରୀକ ପୀଡ଼ା, ମାନସିକ ଅବସାଦ, ଅଯଥା ଖର୍ଚ, ଗୃହ ଶତ୍ରୁ, ବାହ୍ୟ ଶବ୍ଦ ଓ ପାରିବାରିକ କଳହ ଲାଗି ରହିବ । ସମସ୍ତ କର୍ମରେ ବିଘ୍ନ, ଅଯଥା ବିଘ୍ନ ଏବଂ ଦୁର୍ଘଟଣା, ଅପରେସନ ଓ କର୍ମରେ କିମ୍ବା ବ୍ୟବସାୟରେ ସ୍ଥାନାନ୍ତର ହୋଇପାରେ । ସବୁ କ୍ଷେତ୍ରରେ ଶୁଭଫଳ ମିଳୁଥିବା ବେଳେ ମଧ୍ୟ ମେ ମାସ ପରେ ବୃହସ୍ପତି ଷଷ୍ଟ ଓ କେତୁ ଅଷ୍ଟମ ଯୋଗୁଁ ସବୁ ବର୍ଗର ବ୍ୟକ୍ତିମାନେ ଏସବୁ ଭୋଗି ପାରନ୍ତି । ଯେଉଁମାନଙ୍କର ଉତରାଷାଢ଼ା ମକର ସେମାନେ ସତର୍କ ହେବେ । ଏଣୁ ଏହି ରାଶିର ବ୍ୟକ୍ତିମାନେ ବୃହସ୍ପତି କିମ୍ୱା ବ୍ରହ୍ମଜଷ୍ଟି ଚେର ଧାରଣ କରି ମନ୍ତ୍ର ପଢ଼ିବା ଉଚିତ୍ ।
କୁମ୍ଭ: ବର୍ଷ ଆରମ୍ଭରୁ ମେ ମାସ ପର୍ଯ୍ୟନ୍ତ ଏହି ରାଶିର ସବୁ ବର୍ଗର ବ୍ୟକ୍ତିମାନେ ମାନସିକ, ପାରିବାରିକ ଅଶାନ୍ତି, ନିଜର ଲୋକଙ୍କ ସହିତ ଶତ୍ରୁତା, ବନ୍ଧୁ ବାନ୍ଧବ ଓ ପଡ଼ୋଶୀଙ୍କ ସହିତ ବିବାଦ ଓ ଶାରିରୀକ ପୀଡ଼ା ଭୋଗିବେ । ଆର୍ଥିକ ସ୍ଥିତି ବିଗିଡ଼ି ଯିବ ଏବଂ ଅର୍ଥିକ ଠକାମିରେ ପଡ଼ି ପାରନ୍ତି । ଦୁର୍ଘଟଣା, ଅପରେସନ ଓ ବ୍ୟବସାୟରେ କିମ୍ବା କର୍ମରେ ସ୍ଥାନାନ୍ତର ହୋଇପାରେ । ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ, ଜର୍ମଜୀବୀମାନେ ସମସ୍ୟାରେ ପଡ଼ିବେ । ଅବିବାହିତ ପୁଅ ଝିଅମାନଙ୍କର ବିବାହର ସମସ୍ୟା ଦେଖା ଦେବ । ପ୍ରେମରେ ଥିବା ବ୍ୟକ୍ତିମାନେ ଧୋକା ଖାଇବେ । ନିଯୁକ୍ତ ଆଶାୟୀ ବିଫଳ ହେବେ । ମେ ମାସ ପରେ ବୃହସ୍ପତି ପଞ୍ଚମ ଚଳନ ସ୍ଥିତିରେ ସେତେଟା ପରିବର୍ତ୍ତନ ଆସିଲେ ମଧ୍ୟ ଆର୍ଥିକ କ୍ଷତି ପୂର୍ବପରି ରହିବ । ବୃହସ୍ପତି ପଞ୍ଚମରେ ରହୁଥିବା ହେତୁ କେବଳ କର୍ମନୀତି, ଗୃହିଣୀ, ବିଦ୍ୟାର୍ଥୀ, ଅବିବାହିତ ପୁଅଝିଅ ଓ ପ୍ରେମରେ ଥିବା ବ୍ୟକ୍ତିମାନେ ଶୁଭ ଫଳ ପାଇବେ। ଅନ୍ୟ ସମସ୍ତ ବର୍ଗର ବ୍ୟକ୍ତିମାନେ ଅଶୁଭ ଫଳ ପାଇବେ। ଯେଉଁମାନଙ୍କର ଧନିଶା କୁମ ସେମାନେ ସତର୍କତା ଅବଲମ୍ବନ କରିବେ । ଏଣୁ ଏହି ରାଶିର ବ୍ୟକ୍ତିମାନେ ଶନିଙ୍କ କବଚ କିମ୍ବା ନାଡ଼ି ଅଁଳା ମୂଳକୁ ଧାରଣ କରି ମନ୍ତ୍ର ପଡ଼ିବା ଉଚିତ୍ ।
ମୀନ: ମେ ମାସ ପର୍ଯ୍ୟନ୍ତ ବୃହସ୍ପତି ତୃତୀୟ ଶନ ଦ୍ବାଦଶ ଲାଜୁ ହେତୁ ସବୁ ବର୍ଗର ବ୍ୟକ୍ତିମାନେ ପାରିବାରିକ ବିବାଦ, ଜମିଜମା ବିବାଦ, ଅଯଥା ଖର୍ଚ ଆଦି ଭୋଗିବେ । ବ୍ୟବସାୟୀମାନେ ମଧ୍ୟମ ଧରଣର ଶୁଭ ଫଳ ପାଇବେ। କର୍ମଜୀବୀମାନେ ପରିଶ୍ରମ ସୂଚନାରେ ସଫଳତା ପାଇବେ ନାହିଁ ଏବଂ ସମସ୍ତ କର୍ମ ବିବାଦୀୟ ହେବ। ନିଯୁକ୍ତି ଆଶାୟୀ ନୂତନ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ। ଅବିବାହିତ ପୁଅ ଓ ଝିଅମାନଙ୍କର ବିବାହରେ ସମସ୍ୟା ଉପୁଜିବ। ପ୍ରେମରେ ଥିବା ବ୍ୟକ୍ତି ଅପମାନିତ ଦେବେ। ବିଦ୍ୟାର୍ଥୀ ଶିକ୍ଷାରୁ ବଞ୍ଚିତ ହେବେ । ଗୃହିଣୀମାନେ ଶାରିରୀକ ପୀଡ଼ା ଓ ମାନସିକ ଅବସାଦ ଭୋଗ କରିବେ । ମେ ମାସ ପରେ ଚତୁର୍ଥ ବୃହସ୍ପତି ଜନ୍ମ ଶନି ଚାବଣ ରାଜୁ ହେତୁ ବ୍ୟବସାୟୀମାନଙ୍କର ବ୍ୟବସାୟରେ ବିପର୍ଯ୍ୟୟ ଘଟିବ ଏବଂ ପରିବହନ ବ୍ୟବସାୟରେ ବିପୁଳ କ୍ଷତି ହେବ। କର୍ମଜୀବୀମାନେ ସହକର୍ମୀଙ୍କ ବିରୋଧ ଓ ଅଧିକାରୀଙ୍କ ଆକ୍ରୋଶର ଶୀକାର ହେବେ । ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ କ୍ଷତି, ଆର୍ଥିକ ଠକାମୀ ପଡ଼ିପାରନ୍ତି । ପାରିବାରିକ ଅଶାନ୍ତି, ନିଜର ଲୋକଙ୍କ ସହିତ ବିବାହ ଏବଂ ରଣନାପ ଧାରଣ କରିବେ । ତେଣୁ ଯେଉଁମାନଙ୍କର ଉତ୍ତର ଭାଦୁ ମାନ ସେମାନେ ସତର୍କ ହେବେ । ଏହି ରାଶିର ବ୍ୟକ୍ତିମାନେ ବୃହସ୍ପତି ଓ ଶନିଙ୍କର କବଚ ଧାରଣ କରି ମନ୍ତ୍ର ପଢ଼ିବା ଉଚିତ୍ ।