ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଜିଓ ପକ୍ଷରୁ ସୁଲଭ ମୂଲ୍ୟ ଏବଂ ଶକ୍ତିଶାଳୀ ଫିଚର ସହିତ ଜିଓଫୋନ୍‌ ପ୍ରାଇମା ୨ ଶୁଭାରମ୍ଭ

ଭୁବନେଶ୍ବର,୧୪/୯ :  ଜିଓ ଏହାର ନୂଆ ଜିଓଫୋନ୍‌ ପ୍ରାଇମା ୨କୁ ଭାରତୀୟ ବଜାରରେ ଉପଲବ୍ଧ କରିଛି । ନୂତନ ଜିଓଫୋନ୍‌ ପ୍ରିମ ୨ ହେଉଛି ଏକ ସ୍ମାର୍ଟ ଫିଚର ଫୋନ୍‌ ଯାହା ଗ୍ରାହକଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଭିନ୍ନ ପ୍ରିମିୟମ୍‌ ମୋବାଇଲ୍‌ ଅଭିଜ୍ଞତା ଦେବାକୁ ଯାଉଛି  । ଚମତ୍କାର ଡିଜାଇନ୍‌ ସାଙ୍ଗକୁ ନୂତନ ଫୋନର ପତଳା ଏବଂ ଚମତ୍କାର ପରିପାଟୀ ଏହାକୁ ଆହୁରି ଆକର୍ଷଣୀୟ କରିଛି  । ଲେଦର ପରି ଫିନିଶ୍‌ ସହିତ ଜିଓଫୋନ୍‌ ପ୍ରାଇମା ୨ କେବଳ ଦେଖିବା ପାଇଁ ଆକର୍ଷଣୀୟ ନୁହେଁ, ବରଂ ଧରିବାରେ ମଧ୍ୟ ଏକ ଆନନ୍ଦମୟ ଅନୁଭବ ଦେଇଥାଏ ।

ନୂତନ ଜିଓଫୋନ୍‌ ପ୍ରାଇମା ୨ ଫୋନ ଆଧୁନିକ ଜୀବନଶୈଳୀ ସହିତ ମେଳ ଖାଉଥିବା ଏକ ସୁନ୍ଦର ଡିଜାଇନ୍‌ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଜିଓଫୋନ୍‌ ପ୍ରାଇମା ୨ ପାରମ୍ପାରିକ ଫିଚର ଫୋନ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି  । ଏଥିରେ ଭିଡିଓ କଲିଂ ସୁବିଧା ମଧ୍ୟ ରହିଛି, ଯାହା ଗ୍ରାହକଙ୍କୁ ଅଲଗା କୌଣସି ଆପ୍ପ ବିନା ସମ୍ନାସାମ୍ନି ଭିଡିଓ କଲରେ ଯୋଡ଼ିହେବା ସୁବିଧା ଦେଇଥାଏ । ଏହି ଅଭିନବ ପ୍ରଯୁକ୍ତିଯୁକ୍ତ ଫିଚର ନିରବଚ୍ଛିନ୍ନ ଯୋଗାଯୋଗକୁ ସୁନିଶ୍ଚିତ କରି ପ୍ରିୟଜନଙ୍କୁ ଅଧିକ ନିକଟତର କରିଥାଏ ।

ଜିଓଫୋନ୍‌ ପ୍ରାଇମା ୨ ୪ଜିରେ ୟୁଟ୍ୟୁବ୍‌, ଫେସବୁକ୍‌ ଏବଂ ଗୁଗୁଲ୍‌ ଭଏସ୍‌ ଆସିଷ୍ଟାଣ୍ଟ ଭଳି ଲୋକପ୍ରିୟ ଆପ୍‌ ବ୍ୟବହାର କରାଯାଇପାରିବ । ଏହା ସହିତ ଜିଓ ଟିଭି, ଜିଓ ସାୱନ, ଜିଓ ନିଉଜ ଏବଂ ଜିଓ ସିନେମା ଭଳି ସମସ୍ତ ଜିଓ ଆପ୍‌ ବ୍ୟବହାର କରିପାରିବା ସହିତ ଗ୍ରାହକମାନେ ଜିଓପେ ମାଧ୍ୟମରେ ୟୁପିଆଇ ଦେୟ ମଧ୍ୟ ପ୍ରଦାନ କରିପାରିବେ । ସ୍ୱତନ୍ତ୍ର ଜିଓ ଚାଟ ଭଳି ଗୁରୁତ୍ୱପୂର୍ଣ୍ଣ ଫିଚର ସହିତ ଗ୍ରୁପ୍‌ ଚାଟ୍‌, ଭଏସ୍‌ ମେସେଜିଂ, ଫଟୋ ଏବଂ ଭିଡିଓ ସେୟାର୍‌ ମଧ୍ୟ କରାଯାଇପାରିବ । କୋମଳ ପୁସ୍‌ ବଟନ୍‌ ସହିତ ଏହି ଫୋନ୍‌ ବ୍ୟବହାର କରିବା ଅତି ସହଜ । ଗୁଗୁଲ୍‌ ଭଏସ୍‌ ଆସିଷ୍ଟାଣ୍ଟକୁ ପ୍ରବେଶ କରିବାକୁ ମାଇକ୍ରୋଫୋନ୍‌ ଆଇକନ୍‌ ସହିତ ଏକ ବଡ଼ ନାଭିଗେସନ୍‌ ଉପଲବ୍ଧ ରହିଛି  ।

୪ଜି କାଇ-ଓଏସ ରେ କାର୍ଯ୍ୟ କରୁଥିବା ଜିଓଫୋନ୍‌ ପ୍ରାଇମା ୨ ରେ କ୍ୱାଲକମ୍‌ ପ୍ରୋସେସର୍‌ ରହିଛି  । ଏଥିରେ ୫୧୨ ଏମବି ରାମ ରହିଛି ଏବଂ ସମସ୍ତ ଆପ୍ପ ଗୁଡ଼ିକୁ ହୋଷ୍ଟ କରିବା ପାଇଁ ୪ ଜିବି ଆଭ୍ୟନ୍ତରୀଣ ମେମୋରୀ ସହିତ ୧୨୮ଜିବି ପର୍ଯ୍ୟନ୍ତ ବାହ୍ୟ ଏସଡି କାର୍ଡ ବ୍ୟବହାର ପାଇଁ ସୁବିଧା ରହିଛି  । ଏହି ଫୋନରେ ୨.୪ ଇଞ୍ଚର ଏଲସିଡ଼ି ସ୍କ୍ରିନ ଏବଂ ୨୦୦୦ ଏମଏଏଚ ବ୍ୟାଟେରୀ ମଧ୍ୟ ରହିଛି । ଏଥିରେ ଡିଜିଟାଲ୍‌ ସେଲଫି ଏବଂ ପଛ କ୍ୟାମେରା ମଧ୍ୟ ରହିଛି ଯାହା ଗ୍ରାହକଙ୍କୁ ଫଟୋ ଉଠାଇବା ଏବଂ ଭିଡିଓ କରିବା ସୁବିଧା ଦେଇଥାଏ  । ମ୍ୟୁଜିକ୍‌ ପାଇଁ ବ୍ଲୁଟୁଥ୍‌ ୫.୦ ଏବଂ ୱାଇ-ଫାଇ ସପୋର୍ଟ ସହିତ ୩.୫ ମିଲିମିଟର ହେଡଫୋନ୍‌ ଜ୍ୟାକ୍‌ ରହିଛି  । ଏହି ଫୋନ୍‌ ଇଂରାଜୀ ଏବଂ ୨୨ ଟି ଭାରତୀୟ ଭାଷାକୁ ସପୋର୍ଟ କରୁଛି  ।

ଜିଓଫୋନ୍‌ ପ୍ରାଇମା ୨ ଫିଚର ଫୋନ ବର୍ଗରେ ଏକ ଫ୍ଲାଗସିପ୍‌ ଫୋନ୍‌ ଭାବରେ ସବୁଠାରୁ ଆଗରେ ରହିଛି  । ଏହା ଫିଚର ଫୋନର ସରଳତା ସାଙ୍ଗକୁ ଆଧୁନିକ ଫିଚର ଗୁଡିକୁ ଯୋଡି ଏକ ଶିଳ୍ପ ମାନକ ସ୍ଥାପିତ କରିଛି । ଏହି ଫୋନଟି ଅତି ସୁଲଭ ମୂଲ୍ୟରେ ମାତ୍ର ୨୭୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି   ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.