ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଲେବାନନରେ ଚଳନ୍ତା କାରକୁ ଟାର୍ଗେଟ କଲା ଇସ୍ରାଏଲ , ମିସାଇଲ ହମଲାରେ ଅନେକ ଆହତ

Published By : Prameya | October 12, 2024 6:44 PM

ନୂଆଦିଲ୍ଲୀ : ଦକ୍ଷିଣ ଲେବାନନର ଟାୟର ଜିଲ୍ଲାରେ ଦୈର କାନୌନ-ରାସ ଅଲ-ଆଇନ ରୋଡ୍‌ରେ ଇସ୍ରାଏଲ ଏକ କାରକୁ କରିଛି ଟାର୍ଗେଟ୍‌। ଏଥିରେ ବସିଥିବା ଅନେକ ଲୋକ ଆହତ ହୋଇଛନ୍ତି। ଉକ୍ତ ହମଲାରେ ବର୍ତ୍ତମାନ କେହି ମୃତ୍ୟୁ ହେବାର ସୂଚନା ଆସି ନାହିଁ। ଏହି ମଧ୍ୟରେ ଇରାନୀ ସଂସଦର ଅଧ୍ୟକ୍ଷ ମହମ୍ମଦ ବଗେର କାଲିବାଫ ବେରୁତରେ ପହଞ୍ଚି ଥିଲେ। ଏଠାରେ ସେ ଲେବାନନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

କୁହାଯାଇଛି କି, ଏହି ଯାତ୍ରାର ଉଦ୍ଦେଶ୍ୟ ଲେବାନନ ପ୍ରତି ଇରାନର ସମର୍ଥନକୁ ଦୋହରାଇବା। କାଲିବାଫ ବେରୁତ ଆସିବା ସମୟରେ ଜେନିଭାରେ ହେବାକୁ ଥିବା ଇଣ୍ଟର-ପାର୍ଲିଆମେଣ୍ଟାରୀ ୟୁନିୟନ (ଆଇପିୟୁ) ଆସେମ୍ୱଲି ରାସ୍ତାରେ ରହିଥିଲେ। 

ଇରାନୀ ନେତା ଏୟାରପୋର୍ଟରେ କହିଥିଲେ, ମୁଁ ଲେବାନାନୀ ସ୍ପିକର ନାବିହ ବେରୀଙ୍କ ନିମନ୍ତ୍ରଣରେ ଆସିଛି। ଏହି ଯାତ୍ରାର ଉଦ୍ଦେଶ୍ୟ ଇରାନର ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତିଙ୍କ ବାର୍ତ୍ତା ଲେବାନାନୀ ଜନତାଙ୍କ ପାଖରେ ପହଞ୍ଚାଇବା, ଯେଉଁଥିରେ ଲେବାନାନୀ ସରକାର , ଜନତା ଓ ପ୍ରତିରୋଧ ଆନ୍ଦୋଳନ ପ୍ରତି ଆମର ଅତୁଟ ସମର୍ଥନକୁ ଦୋହରାଇବା।

ଇସ୍ରାଏଲର ହମଲାରେ ବିଜବୁଲ୍ଲା ପ୍ରମୁଖ ହସନ ନସରଲ୍ଲାହଙ୍କର ମୃତ୍ୟୁ ପରେ ଇରାନ ଓ ଲେବାନନ ମଧ୍ୟରେ ବର୍ତ୍ତମାନର ସମୟରେ ସଂପର୍କ ଖୁବ୍‌ ନିବିଡ଼ ହୋଇଛି। ଇରାନର ସୁପ୍ରିମ ଲିଡର ଅନେକ ମାମଲାରେ ଲେବାନନ ଓ ବିଶେଷକରି ହିଜବୁଲ୍ଲାର ସାହାଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦିନରେ ଯେବେ ଇସ୍ରାଏଲ ଉପରେ ଇରାନ ଅନେକ ମିସାଇଲ ମାଡ଼ କରିଥିଲା , ସେତେବେଳେ ଇରାନ କହିଥିଲା କି ତାର ଏହି ହମଲା ନସରଲ୍ଲାହ ଓ ଇସ୍ମାଇଲ ହାନିଆରଙ୍କ ମୃତ୍ୟୁର ପ୍ରତିଶୋଧ। ଏହି ହମଲା ପାଇଁ ନିଜେ ସୁପ୍ରିମ ଲିଡର ନିର୍ଦ୍ଦେଶ ଦେଇଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.