ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅସ୍ତ୍ରବିରତ ପରେ ଏବେ ଟପ୍ କମାଣ୍ଡରଙ୍କୁ କବର ଦେବ ଇରାନ : ଦୁଇ ସପ୍ତାହ ପର୍ଯ୍ୟନ୍ତ ରଖିଥିଲା ମୃତଦେହ

Published By : Anindita Ratha | June 25, 2025 2:26 PM

ନୂଆଦିଲ୍ଲୀ,୨୫।୬:  ପ୍ରାୟ ଦୁଇ ସପ୍ତାହର ଅପେକ୍ଷା ପରେ ଇରାନ ଏବେ ନିଜର ଟପ୍ କମାଣ୍ଡରଙ୍କ ମୃତଦେହକୁ ପୋତିବାକୁ ଯାଉଛି। ଏହି ସମସ୍ତଙ୍କ ଇସ୍ରାଏଲର ଆକ୍ରମଣରେ ମୃତ୍ୟୁ ହୋଇଥିଲା।  ଇସ୍ରାଏଲ ୧୩ ଜୁନ୍‌ ରେ ଇରାନ ଉପରେ ମିସାଇଲରେ ଆକ୍ରମଣ କରିଥିଲା। ଇରାନ ନ୍ୟୁକ୍ଲିୟର ଆଡ୍ଡା ସହ ବହୁ ସ୍ଥାନ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଟପ୍ ୨୦ ସେନା କମାଣ୍ଡର ଓ କିଛି ପରମାଣୁ ବୈଜ୍ଞାନିକ ନିହତ ହୋଇଥିଲେ। ସେବେଠାରୁ ଏହି ଲୋକଙ୍କ ମୃତଦେହକୁ ରଖାଯାଇଥିଲା, କିନ୍ତୁ ଏବେ ଅସ୍ତ୍ରବିରତି ପରେ ତାଙ୍କୁ କବର ଦିଆଯିବ। ଇରାନର ନ୍ୟୁଜ ଏଜେନ୍ସି ଆଇଆରଏନ୍‌ଏ ଏହାର ସୂଚନ ଦେଇଛି। କୁହାଯାଉଛି ଯେ, ଘଟଣାସ୍ଥଳରେ ହଜାର ହଜାର ଇରାନର ଲୋକ ଏକାଠି ହୋଇପାରନ୍ତି । ଇରାନର କୌଣସି ବଡ ବ୍ୟକ୍ତି ଇସ୍ରାଏଲ କିମ୍ବା ଅନ୍ୟ ଦେଶର ଆକ୍ରମଣରେ ମୃତ୍ୟୁ ହେବାପରେ ପ୍ରବଳ ଭିଡ ହୋଇଥାଏ।

ଇସ୍ରାଏଲ ଆକ୍ରମଣରେ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ହୁସେନ ସଲାମୀ ମଧ୍ୟ ନିହତ ହୋଇଥିଲେ। ତାଙ୍କୁ ଆୟାତୁଲ୍ଲାହ ଖାମେନୀଙ୍କ ଘନିଷ୍ଠ ବୋଲି ମନେକରାଯାଏ। ସେ ତାଙ୍କ ସୁରକ୍ଷା ଦାୟିତ୍ବ ଗ୍ରହଣ କରୁଥିଲେ। ରିଭୋଲ୍ୟୁସନାରୀ ଗାର୍ଡସର ଗଠନ ହିଁ ଇରାନର ସର୍ବୋଚ୍ଚ ନେତାଙ୍କ ସୁରକ୍ଷା ଉଦେଶ୍ୟରେ ହୋଇଥିଲା। ଏଭଳି ସ୍ଥିତି ଏହି ଫୋର୍ସର ମୁଖ୍ୟଙ୍କୁ ଖୁବ୍ କ୍ଷମତା ମିଳିଥିଲା। ସେ ସାଧାରଣତଃ ଖାମେନୀଙ୍କ ଘନିଷ୍ଠ ବ୍ୟକ୍ତି ଥିଲେ। ଇରାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ସକାଳ ୮ଟା ବେଳେ ନିହତ ଟପ୍ କମାଣ୍ଡର ଓ ବୈଜ୍ଞାନିକଙ୍କୁ କବର ଦିଆଯିବ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଇହୁଦୀ ଆକ୍ରମଣରେ ନିହତ ଶହୀଦ କମାଣ୍ଡର ଓ ବୈଜ୍ଞାନିକଙ୍କୁ ତେହରାନରେ କବର ଦିଆଯିବ। 

ଏହାଉଡା ହୁସେନ ସଲାମୀଙ୍କ ଶବକୁ ଗୁରୁବାର କବର ଦିଆଯିବ। ଇସ୍ରାଏଲର ଆକ୍ରମଣରେ ଇରାନର ଆବାସିକ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଇରାନ ନ୍ୟୁଜ ଏଜେନ୍ସିର ସୂଚନା ଅନୁସାରେ, ଇସ୍ରାଏଲର ଆକ୍ରମଣରେ ମୋଟ ୬୦୦ ନାଗରିକ ନିହତ ହୋଇଥିଲେ। ଏହାଛଡା ୪,୭୦୦ ଜଣ ଆହତ ହୋଇଥିଲେ। ସେଭଳି ଇରାନ ଆକ୍ରମଷର ଇସ୍ରାଏଲର ୨୮ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.