ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

‘ଭାରତ ସହ କଥା କରାଇ ଦିଅନ୍ତୁ…ପିଓକେ, ଆତଙ୍କବାଦ ଓ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହୁଁଛି’…କାହାକୁ ଏମିତି କହିଲେ ଶାହବାଜ ସରିଫ ?

Published By : Ladu Kishor | June 25, 2025 10:05 PM

Image source: BT

ନୂଆଦିଲ୍ଲୀ: ଭାରତ ସହ କଥା ହେବାକୁ ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ଭାରତ ସହିତ କଥା ହୋଇ ଆତଙ୍କବାଦ, ପାକ୍ ଅଧିକୃତ ଜମ୍ମୁ-କାଶ୍ମୀର (POJK) ଏବଂ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ସେ । ସେ ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନ ଅବଦୁଲାଜିଜ୍ ଅଲ୍ ସୌଦଙ୍କୁ କହିଛନ୍ତି ଯେ ସେ ଭାରତ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ।

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ARY ନ୍ୟୁଜ୍ ଅନୁଯାୟୀ, ଶାହବାଜ ସରିଫ ଫୋନ୍ ଯୋଗେ ମହମ୍ମଦ ବିନ୍ ସଲମାନଙ୍କ ସହ କଥା ହୋଇଛନ୍ତି ଏବଂ ଏହି ସମୟରେ ସେ କହିଛନ୍ତି ଯେ, ପାକିସ୍ତାନ POK, ସିନ୍ଧୁ ଜଳ ଚୁକ୍ତି, ବାଣିଜ୍ୟ ଏବଂ ଆତଙ୍କବାଦ ଉପରେ ଭାରତ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ।

ଏପ୍ରିଲ୍ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଥିଲା, ଯେଉଁଥିରେ ପାକିସ୍ତାନୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ, ଅଟାରୀ ୱାଘା ସୀମା ବନ୍ଦ କରିବା, ପାକିସ୍ତାନୀ ମାନଙ୍କୁ SAARC ଭିସା ଛାଡ଼ ବନ୍ଦ କରିବା, ପାକିସ୍ତାନ ହାଇକମିଶନରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା। ଭାରତର ମତ ସ୍ପଷ୍ଟ କରିଥିଲା ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ଏବଂ POK ସମସ୍ୟାର ସମାଧାନ ନକରିଛି, ସେପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ଏହା ସହିତ ଆଲୋଚନା କରାଯିବ ନାହିଁ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.