ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭାରତ-ପାକିସ୍ତାନ ଅସ୍ତ୍ରବିରତିର ପୁଣି ଶ୍ରେୟ ନେଲେ ଟ୍ରମ୍ପ, କହିଲେ- ଦେଇଥିଲି ବାଣିଜ୍ୟ ଚୁକ୍ତିର ଧମକ

Published By : Tapas Panda | June 25, 2025 10:35 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି। ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀ ୨୦୨୫ରେ ଯୋଗ ଦେବାକୁ ଆସିଥିବା ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କହିଛନ୍ତି ଯେ, ‘ମୁଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କରାଇଥିଲି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ଟ୍ରେଡ୍‌ର ଧମକ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଛି। ଯଦି ପରଷ୍ପର ସହିତ ଯୁଦ୍ଧ କରିବାକୁ ଯାଉଛ ତେବେ ଆମେ କୌଣସି ବାଣିଜ୍ୟ ଚୁକ୍ତି କରିବୁ ନାହିଁ ।’

ଆମେରିକା ରାଷ୍ଟ୍ରପତି କହିଛନ୍ତି, ‘ଗତ ସପ୍ତାହରେ ପାକିସ୍ତାନର ଜେନେରାଲ ମୋ କାର୍ଯ୍ୟାଳୟରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ବହୁତ ଭଲ ବନ୍ଧୁ। ସେ ଜଣେ ଭଦ୍ରଲୋକ, ସେ ଜଣେ ମହାନ ବ୍ୟକ୍ତି। ମୁଁ ତାଙ୍କୁ ବୁଝାଇ କହିଥିଲି ଯେ, ଯଦି ତୁମେ ଯୁଦ୍ଧ କରିବାକୁ ଯାଉଛ ତେବେ ଆମେ ବାଣିଜ୍ୟ ଚୁକ୍ତି କରିବୁ ନାହିଁ । ସେ କହିଲେ ନା, ମୁଁ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଚାହୁଁଛି । ଏହି ଭଳି ମୁଁ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ବନ୍ଦ କରିଦେଇଛି।’

 ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଅନେକ ଥର କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି । ପୂର୍ବରୁ ସେ କହିଥିଲେ, ମୁଁ ପାକିସ୍ତାନକୁ ଭଲ ପାଏ । ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଉତ୍ତମ ବ୍ୟକ୍ତି। ଆମେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଆଲୋଚନା ହେବାର ମାତ୍ର ୧୨ ଘଣ୍ଟା ପରେ ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ଆସିଥିଲା । 

ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତିଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏନେଇ ସୂଚନା ଦେଇ ବୈଦେଶିକ ସଚିବ କହିଥିଲେ ଯେ, ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, ଅପରେସନ ସିନ୍ଦୁର ସହିତ ଜଡିତ କୌଣସି ପ୍ରସଙ୍ଗରେ ବାଣିଜ୍ୟ ସମ୍ପର୍କିତ ଆଲୋଚନା ହୋଇନାହିଁ। ଭାରତ କେବଳ ପାକିସ୍ତାନର ଅନୁରୋଧ କ୍ରମେ ଯୁଦ୍ଧବିରତି କରିଥିଲା। ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣ କରେ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏପରି କରିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.