ପ୍ରମୂଖ ଖବର
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମୋସାଦ୍‌ ପାଇଁ ‘କ୍ରୀଡ଼ାଭୂମି’ ଇରାନ୍‌, ବର୍ଷ ବର୍ଷ ଧରି ଚଳାଇଛି ବିଶାଳ ନେଟୱର୍କ

Published By : Rasmita Pradhan | June 19, 2025 12:21 PM

ନୂଆଦିଲ୍ଲୀ, ୧୯/୬ : ଦୀର୍ଘ ଦଶନ୍ଧି ହେଲା ମୋସାଦ୍‌ ପାଇଁ ‘କ୍ରୀଡ଼ାଭୂଇଁ’ ପାଲଟିଛି ଇରାନ୍‌ । ବିଶ୍ୱରେ ଏହା ଅନ୍ୟତମ ପ୍ରଭାବୀ ଗୁଇନ୍ଦା ଏଜେନ୍ସି । ମାନବ ଗୁଇନ୍ଦା, ସାଇବର ଅପରାଧ, ହାଇଟେକ୍‌ ହତ୍ୟା ଏବଂ ମନସ୍ତାତ୍ତ୍ୱିକ ୱାରଫେୟାର ଭଳି ଘଟଣାରେ ଜଡ଼ିତ ରହି ଏହା ଇରାନ୍‌ରେ ଏକପ୍ରକାର ଛାୟା ଯୁଦ୍ଧ ଚଳାଇଛି । ଇରାନ୍‌ର ଆଣବିକ ଉଦ୍ଦେଶ୍ୟକୁ ଫିକା କରିଦେଉଛି । ଅନେକ ଦଶନ୍ଧି ହେଲା ଇରାନ୍‌ରେ ମୋସାଦ୍‌ର ଉପସ୍ଥିତି ରହିଆସିଛି । କିନ୍ତୁ ଗତ ୧୦- ୧୫ ବର୍ଷ ହେଲା ଏହାର ପ୍ରଭାବ କାହିଁ କେଇଗୁଣା ବଢ଼ିଯାଇଛି । 

୨୦୧୦ ଦଶକରେ ଇରାନ୍‌ ଏହାର ୟୁରାନିୟମ୍‌ ହାସଲକୁ ଫଳପ୍ରସୂ କରିବା ବେଳକୁ ମୋସାଦ୍‌ ବେଶ୍‌ ସକ୍ରିୟ ହୋଇଯାଇଥିଲା । ଇସ୍ରାଏଲ୍‌ର ନୂଆ ରଣନୀତି ଭାବେ ଇରାନ୍‌ରେ ଥିବା ସଂଖ୍ୟାଲଘୁ (କୁର୍ଦ ଓ ବଲୁଚ), ବିଚ୍ଛିନ୍ନତାବାଦୀ, ବିଦ୍ରୋହୀଙ୍କୁ ଟାର୍ଗେଟ୍‌ କରାଯାଇଥିଲା । ଏମାନଙ୍କୁ ହିଁ ଅପରେଟିଭ୍‌ ଭାବେ ନିଯୁକ୍ତ କରାଯାଇଥିଲା । ବର୍ଷ ବର୍ଷ ଧରି ସ୍ଲିପର୍‌ସେଲ୍‌ ବନାଇ ଲଜିଷ୍ଟିକ୍ସ, ସର୍ଭେଲାନ୍ସ ନେଟ୍‌ୱର୍କ ଏବଂ ଯୋଗାଯୋଗ ହବ୍‌କୁ ଆକ୍ସେସ କରିଥିଲା । କୌଶଳକ୍ରମେ ଇରାନ୍‌ର ଗୁଇନ୍ଦା ଏବଂ ସାମରିକ ସେବା ବିଭାଗରେ ନିଜ ଅପରେଟିଭ୍‌ଙ୍କୁ ସାମିଲ କରାଇଥିଲା ମୋସାଦ୍‌ । ଏମିତି କି ଇସଲାମିକ ରିଭଲ୍ୟୁସନାରି ଗାର୍ଡସ କର୍ପସ (ଆଇଆର୍‌ଜିସି) ରେ ମଧ୍ୟ ନିଜ ଲୋକଙ୍କୁ ଭର୍ତ୍ତି କରାଇବାରେ ସଫଳ ହୋଇଥିଲା । ଏହାଯୋଗୁ ଇରାନ୍‌ ସାଙ୍ଘାତିକ ସଂସ୍ଥାଗତ ଦୁର୍ବଳତାର ସମ୍ମୁଖୀନ ହୋଇଥିଲା । ଏହାର ସୁଯୋଗ ନେଇ ମୋସାଦ୍‌ ଇରାନ୍‌ର ଅମଲାତନ୍ତ୍ରକୁ ଶୋଷଣ କରିବାରେ ଲାଗିଲା । ବ୍ୟାପକ ଦୁର୍ନୀତି ବି ମୋସାଦ୍‌ର ଅନୁପ୍ରବେଶକୁ ଆହୁରି ସହଜ ବନାଇ ଦେଲା । ଲାଞ୍ଚ ନେଇ ଅଧିକାରୀମାନେ ସବୁ ଜାଣି ଚୁପ୍‌ ରହୁଥିଲେ । ସାମରିକ ବ୍ୟବସ୍ଥାରେ ମତାନ୍ତର, ବିରୋଧାଭାସ ବିଦେଶୀ ଶକ୍ତିଙ୍କ ପ୍ରଭାବ ବଢ଼ିବା ଲାଗି ସୁଯୋଗ ଜୁଟାଇଲା । ଏସବୁର ସୁଯୋଗ ନେଇ ମୋସାଦ୍‌ ଇରାନ୍‌ରେ ଆଧୁନିକ ସର୍ଭେଲାନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଆଦିରେ ମୋଟା ଅଙ୍କର ନିବେଶ କରିଥିଲା । 

ଭୌତିକ ଉପସ୍ଥିତି ପରିବର୍ତ୍ତେ ପ୍ରଯୁକ୍ତିକୁ ଅସ୍ତ୍ର କରି ଏହା ଇରାନ୍‌ରେ କାୟା ବିସ୍ତାର କରିଥିଲା । ଏହାର ଫଳସ୍ୱରୂପ ୨୦୨୦ରେ ଇରାନ୍‌ର ବିଖ୍ୟାତ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍‌ରିଜାଦେଙ୍କୁ ଏହା ଉପଗ୍ରହ ତଥା ଏଆଇ ନିୟନ୍ତ୍ରିତ ରିମୋଟ ମେସିନ୍‌ ଗନ୍‌ ଦ୍ୱାରା ହତ୍ୟା କରିଥିଲା । ଡ୍ରୋନ୍‌ ୱାରଫେୟାର ଏବଂ ସାଇବର ଆକ୍ରମଣ ଦ୍ୱାରା ଇରାନ୍‌ର ଆଣବିକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ସ୍ଥଗିତ ରହିଥିଲା । ଏହାବ୍ୟତୀତ ଇରାକ୍‌ ଏବଂ ପାକିସ୍ତାନ ନିକଟରେ ବେଲୁଚ ବିଦ୍ରୋହୀଙ୍କ ସମେତ କୁର୍ଦିସ ମିଲିସିଆଙ୍କ ସହ ମିଶି ନିଜ ନେଟ୍‌ୱର୍କ ବଢ଼ାଇଥିଲା ମୋସାଦ୍‌ । ସେମାନଙ୍କ ସହ ଗୁଇନ୍ଦା ତଥ୍ୟ ବିନିମୟ କରି ନିଜ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା । ସେମାନେ ମୋସାଦ୍‌କୁ ସବୁ ପ୍ରକାର ଚୋରା କାରବାର ରୁଟ୍‌ ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଆଜରବୈଜାନ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମୋସାଦ୍‌ ଟିମ୍‌ଗୁଡ଼ିକୁ ଗୋପନ ଭାବେ ଲଜିଷ୍ଟିକ୍ସ ସୁବିଧା ଯୋଗାଇ ଦେଇଥିଲେ । 

ଏହାଛଡ଼ା ଇରାନ୍‌ ବିରୋଧୀ ବୈଶ୍ୱିକ ନେଟ୍‌ୱର୍କ ବି ମୋସାଦ୍‌ର ରାସ୍ତାକୁ ଆହୁରି ସହଜ କରିଦେଇଥିଲା । ୨୦୧୮ରେ ମୋସାଦ୍‌ର ଏକ ବହୁ ଗୁରୁତ୍ୱପୂର୍ଣ୍ଣ ଅପରେସନ ସଫଳ ହୋଇଥିଲା । ଏହାର ଏଜେଣ୍ଟମାନେ ତେହରାନ୍‌ସ୍ଥିତ ୱେରହାଉସ୍‌କୁ ଟାର୍ଗେଟ୍‌ କରି ଇରାନ୍‌ର ‘ଏଏମ୍‌ଏଡି’ ପ୍ରକଳ୍ପ ସଂକ୍ରାନ୍ତ ୧ ଲକ୍ଷ ଦସ୍ତାବିଜ ଚୋରାଇ ନେଇଥିଲେ । ୨୦୨୧ରେ ଇରାନ୍‌ର ନତାଞ୍ଜ୍‌ ଆଣବିକ ଘାଟିରେ ବିସ୍ଫୋରଣ କରାଯାଇଥିଲା । କୁହାଯାଏ ମୋସାଦ୍‌ ଏଠାରେ ଅନେକ ମାସ ଧରି ବିସ୍ଫୋରକ ଡିଭାଇସ୍‌ ଖଞ୍ଜିଥିଲା ଏବଂ ସେଗୁଡ଼ିକୁ ରିମୋଟ୍‌ ସହାୟତାରେ ସକ୍ରିୟ କରି ବିସ୍ଫୋରଣ ଘଟାଇଥିଲା । ମୋସାଦ୍‌ର ଏଭଳି ଶକ୍ତି ବଳରେ ଇସ୍ରାଏଲ୍‌ ଏବେ ଇରାନ୍‌ ଉପରେ ଭାରୀ ପଡ଼ିବାରେ ଲାଗିଛି । ମୋସାଦ୍‌ ହିଁ ଇରାନ୍‌ର ପରାଜୟର ପ୍ରମୁଖ କାରଣ ସାଜିବ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.