ପ୍ରମୂଖ ଖବର
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇସ୍ରାଏଲ-ଇରାନ ବିବାଦ: ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ପଡୁଛି ଚାପ, ଧୀରେ ଧୀରେ କମୁଛି ଆରୋ ମିସାଇଲ ସଂଖ୍ୟା

Published By : Bijay Swain | June 18, 2025 5:20 PM

ତେଲ୍‌ ଆବିବ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଯେଉଁଥିରେ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବର୍ତ୍ତମାନ ଘୋର ଚାପରେ ରହିଛି। ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ମୁଖ୍ୟ କାର୍ଯ୍ୟ ସମ୍ପାଦନା କରୁଥିବା ଆରୋ ମିସାଇଲ ଭଣ୍ଡାର ଏବେ ଧିରେଧିରେ ସରି ଆସୁଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି। ଯାହା ଦେଶର ପ୍ରତିରକ୍ଷା ସାମର୍ଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତି ଆରୋ ମିସାଇଲର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଡଲାର ହୋଇଥିବା ବେଳେ, ପ୍ରତି ରାତିରେ ଇରାନ ପକ୍ଷରୁ ହେଉଥିବା ଆକ୍ରମଣରୁ ପ୍ରତିରକ୍ଷା ପାଇଁ ପ୍ରାୟ ୨୮୫ ନିୟୁତ ଡଲାର ଖର୍ଚ୍ଚ ହେଉଥିବା ଜଣାପଡିଛି।

ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଆଇରନ ଡୋମ, ଡେଭିଡ୍‌ସ ସ୍ଲିଙ୍ଗ, ଆରୋ ସିଷ୍ଟମ ଏବଂ ଆମେରିକା ପ୍ରଦାନ କରିଥିବା ପାଟ୍ରିଅଟ ଓ ଥାଡ (THAAD) ବ୍ୟାଟେରୀ ଆଦି ଅନ୍ତର୍ଭୁକ୍ତ। କିନ୍ତୁ ଇରାନର ନିୟମିତ ମିସାଇଲ ଆକ୍ରମଣ ଯୋଗୁଁ ଏହି ବ୍ୟବସ୍ଥାର ସଂରକ୍ଷଣ କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଆମେରିକାରୁ ତୁରନ୍ତ ପର୍ଯ୍ୟୟରେ ମିସାଇଲ ବିପଣନ କିମ୍ବା କୌଣସି ସିଧାସଳଖ ହସ୍ତକ୍ଷେପ ବିନା ଇସ୍ରାଏଲ ନିକଟରେ ଆଗାମୀ ୧୦ ରୁ ୧୨ ଦିନ ପାଇଁ ମାତ୍ର ଏହାର ପ୍ରତିରକ୍ଷା ମିସାଇଲ ମହଜୁଦ ରହିଥିବା ନେଇ ଆମେରିକା ଓ ଇସ୍ରାଏଲୀ ଗୁଇନ୍ଦା ସୂଚନା ରହିଛି।

ଶୁକ୍ରବାର ରାତିରେ ଇରାନୀ ମିସାଇଲଗୁଡ଼ିକ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ତେଲ୍‌ ଆବିବରେ ଆଇଡିଏଫ୍‌ ମୁଖ୍ୟାଳୟ ନିକଟରେ ଧ୍ୱଂସ ହୋଇଥିଲା। ଏହାସହ ଇରାନ ପକ୍ଷରୁ ରବିବାର ଇସ୍ରାଏଲରେ ଥିବା ଏକ ବଡ଼ ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇ ଏହାକୁ ଧ୍ୱଂସ କରିଦିଆ ଯାଇଛି। ମଙ୍ଗଳବାର ସକାଳେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଭିଡିଓରେ ଇସ୍ରାଏଲର ଗୁଇନ୍ଦା ବିଭାଗର କମ୍ପାଉଣ୍ଡ ନିକଟରେ ଏକ ଇରାନୀ ମିସାଇଲ ମାଡ ହୋଇଥିବା ଦେଖାଯାଇଛି। ଏହି ବିବାଦ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ସରକାର ୨୪ ଜଣଙ୍କ ମୃତ୍ୟୁ ଓ ୬୦୦ରୁ ଅଧିକ ଆହତ ହେବାର ସୂଚନା ଦେଇଛନ୍ତି।

ଇସ୍ରାଏଲ ଇରାନର ସାମରିକ ଅବସ୍ଥାନ, ତୈଳ ଖଣି ଏବଂ ପରମାଣୁ ସମ୍ପର୍କିତ ସ୍ଥାନଗୁଡ଼ିକୁ ଆକ୍ରମଣ କରି ଗୁରୁତର କ୍ଷତି ପହଞ୍ଚାଇଛି। ତେବେ ଇରାନ ନିଜର ଅବଶିଷ୍ଟ ମିସାଇଲ ଭଣ୍ଡାର ଗୁଡିକୁ ଭୂମିତଳେ ଲୁଚାଇ ରଖିଛି। ଯାହା ଇସ୍ରାଏଲ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। 

ଏହି ସଂଘର୍ଷର ନିର୍ଣ୍ଣାୟକ ଦିଗ ହେଉଛି ଇସ୍ରାଏଲ ତା’ର ଅତ୍ୟାଧୁନିକ ଏବଂ ମହଙ୍ଗା ମିସାଇଲ ଢାଲକୁ କ୍ଷୟ ନ କରି କିପରି ନିଜ ସୀମାକୁ ସୁରକ୍ଷିତ ରଖିପାରିବ। ଏହାସହ ଉଭୟ ଦେଶର ସଂଘର୍ଷ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ବିଶ୍ୱ ସମୁଦାୟ ଉଭୟ ଦେଶକୁ ବିନା ଯୁଦ୍ଧରେ ନିଜ ନିଜ ଭିତରେ ଥିବା କାରଣ ଗୁଡିକୁ ନେଇ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.