ପ୍ରମୂଖ ଖବର
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଖାମେନିଙ୍କ ଠିକଣା ଉପରେ ଇସ୍ରାଏଲର ବୋମାମାଡ, ରାଷ୍ଟ୍ରକୁ ସମ୍ବୋଧିତ କରିବା ସମୟରେ ଆମେରିକାକୁ ଦେଇଥିଲେ ଚେତାବନୀ…

Published By : Ladu Kishor | June 18, 2025 10:36 PM

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ରାଷ୍ଟ୍ରକୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ଜବାବ ଦେଇଛନ୍ତି। ତାଙ୍କ ଭାଷଣ ପରେ ତୁରନ୍ତ ଇସ୍ରାଏଲୀ ବାୟୁସେନା ତେହେରାନର ଲଭିଜାନ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା। ତେବେ ଲଭିଜାନକୁ ଖାମେନିଙ୍କ ଗୁପ୍ତ ଆଡ୍ଡା ବୋଲି ବିବେଚନା କରାଯାଏ।

ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ ଅନୁସାରେ, ଇସ୍ରାଏଲୀ ସେନା ତେହେରାନର ନାବାନ୍ୟାଦ ସ୍କୋୟାରକୁ ଟାର୍ଗେଟ କରିଥିଲା, ଯେଉଁ ଠାରେ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ଏବଂ ଅନେକ କାରଖାନା ଅବସ୍ଥିତ। ଇସ୍ରାଏଲୀ ସେନା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଏବଂ କହିଛି ଯେ, ଲଭିଜାନ ଅଞ୍ଚଳରେ ବୋମା ମାଡ଼ ହେବା ସମୟରେ ଏହା ତେହେରାନର ସାମରିକ ଘାଟି ଉପରେ ଆକ୍ରମଣ କରୁଥିଲା।

ଇସ୍ରାଏଲ ସେନା କହିଛି ଯେ ସାଧାରଣ ସୁରକ୍ଷା ନିର୍ଦ୍ଦେଶାବଳୀରେ ସ୍କୁଲ ବନ୍ଦ ଏବଂ ଅନ୍ୟାନ୍ୟ କଟକଣା ବାଧ୍ୟତାମୂଳକ କରାଯାଇଛି। ଏହି ପରିବର୍ତ୍ତନ ଗୁଡ଼ିକ ଜୁନ୍ ୨୦ ରାତି ୮ ଟା ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ। ଇସ୍ରାଏଲ ଅନୁଯାୟୀ,IDF ଇରାନୀ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ମୁଖ୍ୟାଳୟକୁ ନଷ୍ଟ କରିଦେଇଛି।

ଖାମେନିଙ୍କ ଆଡ୍ଡା ଉପରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀର ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ କିଛି ସମୟ ପୂର୍ବରୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଇରାନ ଆତ୍ମସମର୍ପଣ କରିବ ନାହିଁ। ଇରାନର ସର୍ବୋଚ୍ଚ ନେତା ଖାମେନି ଆମେରିକାକୁ ଚେତାବନୀ ଦେଇଥିଲେ ଯେ ଯଦି ଆମେରିକୀୟ ସେନା ଇସ୍ରାଏଲୀ ଆକ୍ରମଣରେ ଯୋଗ ଦିଏ, ତେବେ ଆମେ ସେମାନଙ୍କୁ ଏପରି କ୍ଷତି ପହଞ୍ଚାଇବୁ ଯାହା ସେମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ।

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.