ପ୍ରମୂଖ ଖବର
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ଆତ୍ମସପର୍ମଣ କରିବନି ଇରାନ, ଆମେରିକାକୁ ଭୋଗିବାକୁ ପଡିବ ଦଣ୍ଡ’ : ଟ୍ରମ୍ପଙ୍କୁ ଖାମେନିଙ୍କୁ ଧମକ

Published By : Harapriya Biswal | June 18, 2025 7:25 PM

ନୂଆଦିଲ୍ଲୀ,୧୮।୬:  ଇରାନ ଓ ଇସ୍ରାଏଲ  ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ମଧ୍ୟପ୍ରାଚ୍ୟ ଆଡ଼କୁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜବାବ ଦେଇ କହିଛନ୍ତି, ଇରାନ ପ୍ରତ୍ୟେକ ସହିଦଙ୍କ ପ୍ରତିଶୋଧ ନେବ। ଆମେରିକା ଜାଣିବା ଉଚିତ ଯେ ଇରାନ ଆତ୍ମସମର୍ପଣ କରିବ ନାହିଁ। ଯଦି ଆମେରିକୀୟ ସେନା କୌଣସି ପ୍ରକାରର ଆକ୍ରମଣ ଆରମ୍ଭ କରେ, ତେବେ ସେମାନଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।"

ଖାମେନି କହିଛନ୍ତି , ଇସ୍ରାଏଲ ବଡ଼ ଭୁଲ କରିଛି ଏବଂ ତାକୁ ଏହାର ଭୁଲ ପାଇଁ ଦଣ୍ଡ ଦିଆଯିବ।  ‘ଆମେ ସହିଦଙ୍କ ରକ୍ତ ଏବଂ ଆମ ଅଞ୍ଚଳରେ ହୋଇଥିବା ଆକ୍ରମଣକୁ କେବେ ଭୁଲିବୁ ନାହିଁ। ଆମେରିକା ଜାଣିବା ଉଚିତ ଯେ ଇରାନ ଆତ୍ମସମର୍ପଣ କରିବ ନାହିଁ।’ ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକାର ଯେକୌଣସି ପ୍ରକାରର ହସ୍ତକ୍ଷେପ ଏହି ଅଞ୍ଚଳରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର କାରଣ ହେବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର  କାନାଡାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରୁ ୱାଶିଂଟନ ଫେରିବା ପରେ କହିଥିଲେ, ଇରାନ ପାଖରେ ପରମାଣୁ ଅସ୍ତ୍ର ରହିପାରିବ ନାହିଁ।  ଇରାନର ଆକାଶ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଇରାନ ପାଖରେ ଭଲ ସ୍କାଏ ଟ୍ରାକର ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଥିଲା ଏବଂ ଏସବୁ ବହୁତ ଥିଲା, କିନ୍ତୁ ଏହାର ତୁଳନାରେ ଆମେରିକାରେ ନିର୍ମିତ ଟେକ୍ନୋଲୋଜି ସହ କରିହେବନି। କେହି ବି ଆମେରିକାଠାରୁ ଭଲ  କରିପାରିବେ ନାହିଁ।" ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନିଃସର୍ତ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ଟ୍ରମ୍ପ କହିଥିଲେ, "ଆମେରିକା ଜାଣେ ଯେ ଇରାନର ସର୍ବୋଚ୍ଚ ନେତାଙ୍କ ସ୍ଥାନ କେଉଁଠାରେ ଲୁଚି ରହିଛି। ଆମେ ବର୍ତ୍ତମାନ ପାଇଁ ତାଙ୍କ ଉପରେ ଆକ୍ରମଣ କରିବୁ ନାହିଁ, କିନ୍ତୁ ଆମର ଧୈର୍ଯ୍ୟ ଧୀରେ ଧୀରେ ଶେଷ ହେଉଛି।"

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.