ପ୍ରମୂଖ ଖବର
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇରାନ ପାଇଁ ଅପୂରଣୀୟ କ୍ଷତି; ପାଞ୍ଚଟି ଆଟାକ୍ ହେଲିକପ୍ଟରକୁ ମାରି ଖସାଇଲା ଇସ୍ରାଏଲ

Published By : Bijay Swain | June 18, 2025 7:38 PM

ନୂଆଦିଲ୍ଲୀ: ବୁଧବାର ଇସ୍ରାଏଲୀ ସେନା ଇରାନର ପାଞ୍ଚଟି AH-1 ଆଟାକ୍ ହେଲିକପ୍ଟରକୁଏୟାରଷ୍ଟ୍ରାଇକ କରି ମାରି ଖସାଇ ଦେଇଥିବା ନେଇ ଘୋଷଣା କରିଛି। ଇରାନର ପଶ୍ଚିମ କେରମାନସା ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏନେଇ ଇସ୍ରାଏଲୀ ସେନା ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଇରାନର ପାଞ୍ଚଟି ଲଢୁଆ ହେଲିକପ୍ଟର ମିସାଇଲ ମାଡରେ ତଳକୁ ଖସିପଡୁଥିବା ଦେଖା ଯାଇଛି। 

ସୂଚନା ମୁତାବକ, ଇରାନର ବାୟୁସୀମା ମଧ୍ୟକୁ ପଶି ଆଶିଥିବା କେତେକ ଇସ୍ରାଏଲୀ ଏୟାରକ୍ରାଫ୍ଟ ଉପରେ ନଜର ରଖିବାକୁ ଇରାନୀ ବାୟୁ ସେନାର କେତେକ Bell AH-1 Supercobras ହେଲିକପ୍ଟର ଉଡାଣ ଭରିଥିଲେ। ହେଲେ ଏହି ହେଲିକପ୍ଟର ଗୁଡିକ ଦଶନ୍ଧୀ ପୁରୁଣା ହେବାଯୋଗୁଁ ଇସ୍ରାଏଲ ଏୟାରକ୍ରାଫ୍ଟ ନଜରକୁ ଆସିଯାଇଥିଲେ। ଏହାପରେ ଇସ୍ରାଏଲୀ ଏୟାରକ୍ରାଫ୍ଟ ଗୁଡିକ ଏୟାର ଷ୍ଟ୍ରାଇକ କରି ଉଡାଣ ଭରିଥିବା ହେଲିକପ୍ଟର ମଧ୍ୟରୁ 5ଟିକୁ ମାରି ଖସାଇ ଦେଇଥିଲା। ଯାହାର ଏକ କଳାଧଳା ଭିଡିଓ ଇସ୍ରାଏଲ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। 

ଆପଣଙ୍କୁ ଜଣାଇରଖୁ ଯେ ଏହି ପୁରୁଣା ହେଲିକପ୍ଟର ଗୁଡିକୁ ଇରାନ ମହମ୍ମଦ ରେଜା ଶାହଙ୍କ ସମୟରେ ଆମେରିକା ନିକଟରୁ କିଣିଥିଲା। ଏହାପରେ ଆନ୍ତର୍ଜାତୀୟ କଟକଣା ଯୋଗୁଁ ଇରାନ ଏହି ହେଲିକପ୍ଟର ଗୁଡିକୁ ଅପଡେଟ କିମ୍ୱା ଅପଗ୍ରେଡ କରାଇ ପାରି ନଥିଲା। ଏହା ସହ ଏହି କଟକଣା ଯୋଗୁଁ ଇରାନ ଅନ୍ୟ କୌଣସି ଦେଶ ନିକଟରୁ ସାମରିକ ହେଲିକପ୍ଟର କିମ୍ୱା ଏୟାରକ୍ରାଫ୍ଟ କିଣିପାରୁ ନଥିଲା। ଏଣୁ ଇରାନ ବାଧ୍ୟ ହୋଇ ଏହି ଦଶନ୍ଧି ପୁରୁଣା ହେଲିକପ୍ଟର ଗୁଡିକୁ ଅପରେଟ କରୁଥିଲା। 

ଇସ୍ରାଏଲ ଇରାନ ସୀମାରେ ପଶି ଇରାନର କିଛି ସାମରିକ ସ୍ଥଳ ସହ ୟୁରେନିୟମ ଫେସିଲିଟି ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ଜବାବରେ ଇରାନ କିଛି ମିସାଇଲ ମାଡ କରିଥିଲା। ତେବେ ଏହି ଆକ୍ରମଣରେ ବର୍ତ୍ତମାନ ଯାଏ କେତେ ଲୋକ ମୃତାହତ ହୋଇଛନ୍ତି ତାହା ଜଣାପଡି ପାରିନାହିଁ। ଇରାନ ମଧ୍ୟ ଆଧିକାରୀକ ସ୍ତରରେ କୌଣସି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଗ୍ରହଣ କରିନାହିଁ। 

ଇସ୍ରାଏଲୀ ସେନା ଜାରି କରିଥିବା ଭଡିଓରେ ଇରାନର ହେଲିକପ୍ଟର ଗୁଡିକୁ ହରମେସ 900 ମିସାଇଲ ଦ୍ୱାରା ଟାର୍ଗେଟ କରାଯାଇଥିବା ଜଣାପଡିଛି। ତେବେ ଏନେଇ ଇସ୍ରାଏଲ ପ୍ରତିରକ୍ଷା ବଳ(ଆଇଡିଏଫ୍) କୌଣସି କମେଣ୍ଟ ଜାରି କରିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.